ରେଷ୍ଟୁରାଣ୍ଟରେ ଡିସକାଉଣ୍ଟ ଚାହୁଁଥିଲେ କରିବାକୁ ପଡ଼ିବ ଏହି ଦୁଇଟି ସିମ୍ପଲ କାମ, ୱେଟରକୁ କହିବାକୁ ପଡ଼ିବ ଏମିତି କିଛି

0

Get real time updates directly on you device, subscribe now.

ହାଇଦ୍ରାବାଦରେ ଗୋଟିଏ ରେଷ୍ଟୁରାଣ୍ଟ ଅଛି, ଯାହା ଆପଣଙ୍କୁ ସାଧାରଣ ସିଷ୍ଟାଚର ଦେଖାଇଲେ ଆପଣଙ୍କ ଖାଇବା ଅର୍ଡର ଉପରେ ଡିସକାଉଣ୍ଟ ଦେଇଥାଏ । ହାଇଦ୍ରାବାଦର ଖାଜାଗୁଡାରେ ‘ ଦକ୍ଷିଣ-5 ରେଷ୍ଟୁରାଣ୍ଟ’ ସେହି ଗ୍ରାହକମାନଙ୍କୁ ଡିସକାଉଣ୍ଟ ଦେଇଥାଏ, ଯେଉଁମାନେ ନିଜ ଖାଇବା ଅର୍ଡର କରିବା ସମୟରେ ” ଧନ୍ୟବାଦ୍( Thank You)” ଏଵଂ ” ଦୟାକରି (Please)” କୁହନ୍ତି । ଏହିପରି ଆଉ ଗୋଟିଏ ଡିସକାଉଣ୍ଟ ମଧ୍ୟ ରହିଛି, ଯଦି ଆପଣ କର୍ମଚାରୀ ମାନଙ୍କୁ ‘ Good Afternoon’ ସହିତ ଗ୍ରିଟ କରନ୍ତି କିମ୍ବା ସେମାନଙ୍କୁ Good Day ୱିଶ କରନ୍ତି ।

ରେଷ୍ଟୁରାଣ୍ଟରେ ମିଳିଥାଏ ଏମିତି କିଛି ଡିସକାଉଣ୍ଟ :-

ରେଷ୍ଟୁରାଣ୍ଟ ଦ୍ଵାରା ଏହା ଗୋଟିଏ ଚମତ୍କାର ପର୍ଯ୍ୟାୟ ରହିଛି । ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି ଯେ ଏହି ପ୍ରାକଟିସ କେବଳ ଗ୍ରାହକଙ୍କୁ ଏବଂ କର୍ମଚାରୀଙ୍କୁ ଅଧିକ ବିନମ୍ର ହେବାପାଇଁ ପ୍ରୋତ୍ସାହିତ କରିବ ନାହିଁ ବରଂ ସମସ୍ତଙ୍କ ଚେହେରାରେ ହସ ଆଣିବ । ରେଷ୍ଟୁରାଣ୍ଟ ର ଜଣେ ସହଯୋଗୀ ଏକେ ସୋଲଙ୍କି କହିଛନ୍ତି, ‘ ସାଧାରଣ ଭାବରେ ବ୍ୟବହାର ବହୁତ୍ ଅସାଧାରଣ ହୋଇଯାଇଛି ଏବଂ ଆମେ ସେହି ସଂସ୍କୃତିକୁ ବହୁତ୍ ଛୋଟ ଉପାୟରେ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।’ ଡିସକାଉଣ୍ଟ ବିଷୟରେ ରେଷ୍ଟୁରାଣ୍ଟ ଏଠାରେ ବୋର୍ଡ ମଧ୍ୟ ଲଗାଇଛି । ବୋଧହୁଏ ଏହା ପ୍ରଥମଥର ଅଟେ, ଯେତେବେଳେ ଭାରତରେ କୌଣସି ରେଷ୍ଟୁରାଣ୍ଟ ଏହିପରି କାମ କରିଛି ।

ଭିଡ କାରଣରୁ ଗ୍ରାହକ ହେଉଛନ୍ତି ହଇରାଣ :-

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ରେଷ୍ଟୁରାଣ୍ଟ ର ଜଣେ ସହଯୋଗୀ ସଞ୍ଜୀବ କୁମାର କହିଛନ୍ତି, ” ଏହି ରେଷ୍ଟୁରାଣ୍ଟ ସବୁଦିନ ଖୋଲା ରୁହେ । କର୍ମଚାରୀମାନେ ବ୍ୟସ୍ତ ରୁହନ୍ତି । ଅନେକ ହେଲ୍ପର ଲଗାତାର ଭାବେ ନିଜ କାମରେ ଲାଗି ରୁହନ୍ତି, ଯେଉଁ କାରଣରୁ ବେଳେବେଳେ ସେମାନେ ଗ୍ରାହକଙ୍କୁ ସେମାନଙ୍କ ସନ୍ତୁଷ୍ଟି ଅନୁଯାୟୀ ସେବା ଦେଇପାରନ୍ତି ନାହିଁ । ଏହାଦ୍ବାରା ରେଷ୍ଟୁରାଣ୍ଟ କୁ ଆସିଥିବା କଷ୍ଟମର ହଇରାଣ ହୋଇପାରନ୍ତି । ଏହା ଏମିତି ଗୋଟିଏ କାମ ଅଟେ, ଯାହାକୁ ମୁଁ ୱେଟର ମାନଙ୍କ ଦିଗରେ ଦେଖିଛି । ଏହା ଅପ୍ରିୟତାକୁ ଭାଙ୍ଗେ ଏବଂ ଭୋଜନ ମାଧ୍ୟମରେ ଭଲ ସମ୍ପର୍କ ସୃଷ୍ଟି ହୁଏ । କେବଳ ଏତିକି ନୁହେଁ, ଏହା ଆମର ସଂସ୍କୃତିକୁ ବିକଶିତ କରିବାରେ ସାହାଯ୍ୟ କରିବ ।”

ବୃଦ୍ଧ ଗ୍ରାହକଙ୍କୁ ଏହିପରି କିଛି ଦିଆଯାଇଥାଏ ଡିସକାଉଣ୍ଟ :-

ବୃଦ୍ଧ ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟ ରେ ଟିକେ ଅଧିକ ଗୁରୁତ୍ଵ ଦିଆଯାଏ । ସେମାନଙ୍କୁ ଆସିବାପାଇଁ ଉତ୍ସାହିତ କରିବାପାଇଁ ରେଷ୍ଟୁରାଣ୍ଟର ଆଉ ଗୋଟିଏ ପର୍ଯ୍ୟାୟ ରହିଛି, ଯାହା ‘ ଏଲ୍ଡର ଦ ୱେଟର’ ନାମରେ ମଧ୍ୟ ଜଣାଶୁଣା ଅଟେ । ଏଠାରେ ଯଦି କୌଣସି ବ୍ୟକ୍ତି ବୃଦ୍ଧ ବ୍ୟକ୍ତିଙ୍କ ସହିତ ରେଷ୍ଟୁରାଣ୍ଟ ରେ ଭୋଜନ କରନ୍ତି, ତେବେ ରେଷ୍ଟୁରାଣ୍ଟ କୋ ଗ୍ରୁପ୍ର ର ସବୁଠାରୁ ବଡ ବ୍ୟକ୍ତିଙ୍କ ବୟସ ସହ ସମାନ ମୋଟ ଭୋଜନ ବିଲରେ ସମାନ ଡିସକାଉଣ୍ଟ ମିଳିଥାଏ ।

Leave A Reply

Your email address will not be published.