ଭାଉଜଙ୍କ ଭଉଣୀର ଦିବାନା ହେଇଗଲା ଯୁବକ, ବହୁତ୍ ଯନ୍ତ୍ରଣାଦାୟକ ହେଲା ଏହି ପ୍ରେମ କାହାଣୀର ଅନ୍ତ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସାଗରର ବଣ୍ଡା ଅଞ୍ଚଳର ଦଳପତପୂର୍ ଏବଂ ମଗରଧା ମଧ୍ୟରେ ଜଙ୍ଗଲରେ ମିଳିଥିବା ପ୍ରେମୀ ଯୁଗଳଙ୍କ ଚିହ୍ନଟ ହୋଇଛି । ମୃତକ 17 ବର୍ଷୀୟ କିଶୋରୀ ବହରୋଲ ଥାନା ଅନ୍ତର୍ଗତ ବେଶଲି ଗାଁର ଅଟନ୍ତି । ସେହିପରି ଯୁବକ ଅନିକେତ ଲୋଧି (20) ସୁନବାହା ବକସ୍ୱାହାର ବାସିନ୍ଦା ଅଟନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ମୃତକମାନଙ୍କ ଚିହ୍ନଟ ହେବାପରେ ପୋଲିସ ପରିବାର ଲୋକଙ୍କୁ ଏହି ମାମଲାର ସୂଚନା ଦେଲା । ଖବର ମିଳିବା ମାତ୍ରେ ହିଁ ଉଭୟଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଚିଗଲେ ।

ପୋଲିସ ଅନୁଯାୟୀ ରବିବାର ସକାଳେ ଦଳପତପୂର୍- ମଗରଧା ମଧ୍ୟରେ ଥିବା ଜଙ୍ଗଲରେ ଯୁବକ ଏବଂ କିଶୋରୀ ଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଦୁହେଁ ଗୋଟିଏ ଫାଶରେ ଆତ୍ମହତ୍ୟା କରିଥିଲେ । ଚିହ୍ନଟ ହୋଇ ନ ପାରିବାରୁ ଥାନା ଅଞ୍ଚଳ ସହିତ ଜିଲ୍ଲା ଏବଂ ଆଖପାଖ ଜିଲ୍ଲାରେ ସୂଚନା ଦେଲେ । ନିଖୋଜ ମଣିଷର ମାମଲାର ଯାଞ୍ଚ ଆରମ୍ଭ କରାଗଲା ।

ଠିକ୍ ସେତିକିବେଳେ ବହରୋଲ ଥାନାରୁ ସୂଚନା ମିଳିଲା ଯେ ବେଷଲି ବାସିନ୍ଦା 17 ବର୍ଷୀୟ କିଶୋରୀ ଫେବୃଆରୀ 25 ତାରିଖରୁ ଘରୁ ନିଖୋଜ ଅଛନ୍ତି । ସୂଚନା ମିଳିବା ପରେ ପୋଲିସ ମୃତକଙ୍କ ଘରକୁ ଫଟୋ ପଠାଇଲା । ପରିବାର ଲୋକେ ଫଟୋ ଦେଖିବାପରେ ଚିହ୍ନି ପାରିଲେ । ଏହାସହିତ ମୃତକ ଯୁବକଙ୍କ ପରିଚୟ ଅନିକେତ ଲୋଧୀ ଭାବେ ଜଣାପଡିଛି । ଜଣାପଡିବା ପରେ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ବିଏମସି ପଠାଇ ଦେଲା ।

9 ଦିନ ଧରି ନିଖୋଜ ଥିଲେ :-

ଯାଞ୍ଚ୍ ସମୟରେ ସାମ୍ନାକୁ ଆସିଲା ଯେ ଫେବୃଆରୀ 25 ତାରିଖରେ 17 ବର୍ଷିୟ କିଶୋରୀ ହାଇସ୍କୁଲ ର ପେପର ଦେବାପାଇଁ ବହରୋଲ ଯାଇଥିଲେ, ଯିଏକି ଘରକୁ ଆଉ ଫେରି ନଥିଲା । ସେହିପରି ଯୁବକ ମଧ୍ୟ ଘରୁ ନିଖୋଜ ଥିଲା । ମୃତକ ଯୁବକ କିଶୋରୀ ଙ୍କ ଭଉଣୀର ଦିଅର ଥିଲା । ଏହି କାରଣରୁ ଦୁହିଁଙ୍କ ଘରେ ଯିବାଆସିବା ଲାଗି ରହିଥିଲା । ଏହା ମଧ୍ୟରେ ସେମାନଙ୍କ ଭିତରେ ନିକଟତା ବଢ଼ିବାକୁ ଲାଗିଲା ଏବଂ ପ୍ରେମ ହୋଇଗଲା । ତାଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକେ ମଧ୍ୟ ଜାଣିପାରିଲେ । ଏହା ମଧ୍ୟରେ ଦୁହେଁ ଘରୁ ପଳାଇ ଗଲେ ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ।

ବଣ୍ଡା ଥାନା ଅଧିକାରୀ ଅନୁପ ସିଂହ ଠାକୁର କହିଛନ୍ତି ଯେ ମାମଲାରେ ଯାଞ୍ଚ ଚାଲିଛି । ପ୍ରଥମ ଦୃଷ୍ଟିରେ ମାମଲା ପ୍ରେମ ସମ୍ପର୍କ କାରଣରୁ ଆତ୍ମହତ୍ୟା କରିଛନ୍ତି ବୋଲି ଲାଗୁଛି । ପିଏମ୍ ରିପୋର୍ଟ ପରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

Leave A Reply

Your email address will not be published.