ଦିନେ ଭାରତୀୟ ସେନା ପାଇଁ ରିଜେକ୍ଟ ହୋଇଯାଇଥିଲେ, ବର୍ତ୍ତମାନ ୟୁକ୍ରେନ୍ ପାଇଁ ଲଢ଼ୁଛନ୍ତି ଏହି ଯୁବକ

0

Get real time updates directly on you device, subscribe now.

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନର ସାଧାରଣ ନାଗରିକମାନେ ମଧ୍ୟ ନିଜ ଦେଶକୁ ରକ୍ଷା କରିବା ପାଇଁ ଅସ୍ତ୍ର ଉଠେଇଛନ୍ତି | ସୋସିଆଲ ମିଡିଆରେ ୟୁକ୍ରେନ ବାସିନ୍ଦାମାନଙ୍କର ଅନେକ ଫୋଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ଅସ୍ତ୍ରଶସ୍ତ୍ର ଧରିଥିବାର ନଜର ଆସିଛନ୍ତି | ଏହି ସମୟରେ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଜଣେ 21 ବର୍ଷର ଛାତ୍ରଙ୍କର ବହୁତ ଚର୍ଚ୍ଚା ହେଉଛି, ଋଷ ବିରୋଧରେ ହେଉଥିବା ଲଢ଼େଇରେ ୟୁକ୍ରେନ ପୈରାମିଲିଟ୍ରି ଫୋର୍ସରେ ସମୀଲ୍ ହୋଇଯାଇଛି |

ଏଇଥିପାଇଁ ହୋଇଥିଲେ ଭାରତୀୟ ସେନାରୁ ରିଜେକ୍ଟ :-

ଆମର ସହକର୍ମୀ ‘ଟିଓଆଇ’ ର ଖବର ଅନୁଯାୟୀ,‘କେନ୍ଦ୍ର ଆଉ ରାଜ୍ୟ ସରକାରର ଗୋଟେ ଗୁପ୍ତ ରିପୋର୍ଟ ଅନୁସାରେ ତାମିଲନାଡୁର 21 ବର୍ଷ ବୟସ୍କ ଏୟରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ର ସୈନିକେଶ ରବିଚନ୍ଦ୍ରନ,ଯାହାଙ୍କୁ ଦୁଇଥର ଭାରତୀୟ ସେନା ତାଙ୍କ ଉଚ୍ଚତା ପାଇଁ ରିଜେକ୍ଟ କରିଦେଇଥିଲେ, ବର୍ତ୍ତମାନ ସେ ଜର୍ଜିୟାଇ ନ୍ୟାସନାଲ ଲିଜନ୍ ପୈରାମିଲିଟ୍ରି ୟୁନିଟ୍ ର ଅଂଶ ବନିକରି ଋଷ ବିରୁଦ୍ଧରେ ୟୁକ୍ରେନ୍ ପାଇଁ ଲଢୁଛନ୍ତି।’

2018 ରେ ପଢିବା ପାଇଁ ଯାଇଥିଲେ ୟୁକ୍ରେନ୍ :-

2018 ମସିହାରେ ସ୍କୁଲିଙ୍ଗ ପରେ ସୈନିକେଶ ଆର୍ମିରେ ସାମୀଲ୍ ହେବାର ଚେଷ୍ଟା କରିଲେ | କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ | ତାଙ୍କର ପରିବାରର ଜଣେ ସଦସ୍ୟ ‘ଟିଓଆଇ’ କୁ କହିଲେ ଯେ ସେ ଚେନ୍ନାଇର ଆମେରିକୀୟ କନସୁଲେଟ ସହିତ ମଧ୍ୟ ଯୋଗାଯୋଗ କରିଥିଲେ,
ଏଥିପାଇଁ କି ସେ ଆମେରିକା ସେନାରେ ସାମିଲ୍ ହେବାର ମଉକା ଅଛି କି ନାହିଁ ତାହା ଜାଣିବା ପାଇଁ | ହେବାର ମଉକା ଅଛି | ଯେତେବେଳେ ତାଙ୍କୁ ଲାଗିଲା କି ସେ ଏହା କରିପାରିବେ ନାହିଁ, ସେତେବେଳେ ସେ 2018 ରେ ହିଁ ୟୁକ୍ରେନ୍ ଖାରକିବରେ ନ୍ୟାସନାଲ ଏୟରୋସ୍ପେସ ୟୁନିଭରସିଟିରେ ନାମ ଲେଖାଇନେଲେ |

ଫେରିକି ଆସିବାକୁ କରିଦେଲେ ମନା :-

ଏକ ମାସ ପରେ, ସେ ଫୋନ୍ କରିଲେ ଆଉ କହିଲେ ତାଙ୍କୁ ଗୋଟେ ଭିଡିଓ ଗେମ୍ ଡେଭଲପମେଣ୍ଟ ଫର୍ମରେ ପାର୍ଟ ଟାଇମ୍ ଚାକିରି ମିଳିଯାଇଛି | କିନ୍ତୁ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେ ଚାରି ଦିନ ପର୍ଯ୍ୟନ୍ତ ପରିବାର ସହ କୌଣସି ସମ୍ପର୍କ କରିନଥିଲେ | କିନ୍ତୁ ଯେତେବେଳେ ଆମେ ତାମିଲନାଡୁର ଜଣେ ଯୁବକଙ୍କର ୟୁକ୍ରେନ ସେନାରେ ସମୀଲ୍ ହେବାର ଖବର ଯେତେବେଳେ ଆମେ ଦେଖିଲୁ ଆମେ ସମସ୍ତେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲୁ | ଯେତେବେଳେ ପରିବାର ସହିତ ଯୋଗାଯୋଗ କରିଲେ ତେବେ ସୈନିକେଶ କହିଲେ କି ସେ ଋଷ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନ୍ ପୈରାମିଲିଟ୍ରି ଫୋର୍ସରେ ସାମୀଲ୍ ହୋଇଯାଇଛନ୍ତି | ଯଦିଓ, ପରିବାର ଵାଲା ତାଙ୍କୁ ଫେରି ଆଣିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଫେରିବାକୁ ମନା କରିଦେଲେ |

Leave A Reply

Your email address will not be published.