୫୦ ହଜାର ଖର୍ଚ୍ଚ କରି ମାଙ୍କଡ ବନିଗଲେ ମହିଳା,ବଡ ଓଠ ପାଇବା ଆଶାରେ ଜଳେଇ ଦେଲା ନିଜର ଚେହରା

0

Get real time updates directly on you device, subscribe now.

ପ୍ରତିଥର କିଛି ଭଲ ପାଇବା ଆଶାରେ କରିଥିବା କାର୍ଯ୍ୟର ପରିଣାମ ବହୁତ ଭୟାବହ ବା ହାସ୍ୟାସ୍ପଦ ହୋଇପାରେ|ଆଉ କିଛି ହାସଲ କରିବା ଚେଷ୍ଟାରେ କିଛି ଏପରି ମିଳିବା ଯାହାର ଅପେକ୍ଷା ନଥିବ|ଏପରି କ୍ଷେତ୍ରରେ ଅବଶୋଷ ଓ ପ୍ରତିକ୍ଷା ଛଡା କିଛି କରାଯାଇପାରିବ ନାହିଁ|

ଟିକଟକ ଷ୍ଟାର ଜେଡ୍ ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁ ଅଜବ ଦେଖାଯାଉଛନ୍ତି|ଯାହାକୁ ଦେଖି କିଛି ୟୁଜର୍ସ ହସୁଛନ୍ତି|କିଛି ତାଙ୍କୁ ନେଇ ଚିନ୍ତିତ ଅଟନ୍ତି|ଜେଡ ଓଠର ଆଖପାଖରେ କଳାଘେରା ବନିଯାଇଛି ଯାହା ତାଙ୍କ ଚେହେରାକୁ ଭୟାବହ ରୂପ ଦେଉଛି|ଫଳରେ ତାଙ୍କ ମୁହଁ ମାଙ୍କଡ ଭଳି ଦେଖାଯାଉଛି|ଲିପ ଫ୍ଲିପ ଟ୍ରିଟମେଣ୍ଟ ଫଳରେ ଏହି ଅବସ୍ଥା ହୋଇଛି|ନିଜ ଚେହରାକୁ ଦେଖିବା ପରେ ନିଜେ ଜେଡ ନିଜ ଲୁକକୁ ହୋମର ସିମ୍ପସନ କହିଛନ୍ତି|

ଟିକଟକ ଷ୍ଟାର ମୁତାବକ ସେ ନିଜ ଓଠକୁ ଲିପ ଫ୍ଲିପ ଟ୍ରିଟମେଣ୍ଟ କରିଥିଲେ|ଯାହାଫଳରେ ତାଙ୍କ ଚେହେରାର ଏହି ଅବସ୍ଥା ହୋଇଥିଲା|ଏଥିପାଇଁ ସେ ୫୭,୭୪୩ ଟଙ୍କା ଖର୍ଚ୍ଚ କରିଥିଲେ|ଏହି ଟ୍ରିଟମେଣ୍ଟରେ ଓଠର ଆଖପାଖ ସ୍କିନକୁ ଜଳାଯାଏ ଫଳରେ ଓଠ ପାଖରେ କଳାରଙ୍ଗର ଦାଗ ରହିଛି|ଫଳରେ ତାଙ୍କ ଚେହେରା ଆକର୍ଷକ ନଥିଲା|ତାକୁ ଦେଖି ଗୋଟିଏ ମାଙ୍କଡ ମୁହାଁ ଦେଖାଗଲା|ସେ ନିଜେ କହିଛନ୍ତି ଏହି ଚେହେରା ହନର ସିମ୍ପସନ ଭଳି ଦେଖାଯାଏ|ଯଦିଓ ସେ ଏଥିପାଇଁ ବିଲକୁଲ ଚିନ୍ତିତ ନୁହନ୍ତି|

ଜେଡଙ୍କ କହିବା‌ କଥା ହେଲା ଏହି କଳା ରଙ୍ଗର ଏହି ଘେରା ପ୍ରକୃତରେ ଟ୍ରିଟମେଣ୍ଟର ଅଂଶବିଶେଷ|ଯେହେତୁ ଏହି ଟ୍ରିଟମେଣ୍ଟରେ ସ୍କିନକୁ ଜଳାଯାଇଥାଏ ଫଳରେ ସ୍କିନର ରଙ୍ଗ‌ କଳା ହୋଇଥାଏ|ଯେତେବେଳେ ଏହା ଠିକ ହୋଇଥାଏ ସ୍କିନ ରଙ୍ଗ ଆପେଆପେ ଫେରିଆସେ|ଏହାପରେ ଯେଉଁ ପରିଣାମ ଆସିବ ସେ ଏହାର ପ୍ରତିକ୍ଷା କରିଛନ୍ତି|ମାନେ ତାଙ୍କ ଓ ଫୁଲିଛି ଫଳରେ ଓଠ ବଡ ହେବ ଯେଉଁଥିପାଇଁ ସେ ଟ୍ରିଟମେଣ୍ଟ କରିଛନ୍ତି|ଯେତେବେଳେ ସେ ବିନା ଫଟୋରେ ସୋସିଆଲ ମିଡିଆରେ ଚେହେରା ସମ୍ପର୍କରେ ବତାଇଲେ ପ୍ରଥମେ ଲୋକମାନଙ୍କୁ କିଛି ବୁଝା ପଡ଼ିନଥିଲା|କିନ୍ତୁ ସେ ଯେତେବେଳେ ଫଟୋ ସେୟାର କରିଥିଲେ ସେତେବେଳେ ଜଣା ପଡିଲା|ଏହାପରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.