ପତ୍ନୀଙ୍କର ଗର୍ଭାବସ୍ଥା ସମୟରେ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ହୋଇଗଲା ଆଫାୟାର,ଆଉ ତା’ପରେ …ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଦୁନିଆର କୌଣସି ବି ମହିଳା କେବେ ବି ନିଜ ପତିଙ୍କୁ ଅନ୍ୟ ମହିଳାଙ୍କ ସହ ବାଣ୍ଟିବାକୁ ଚାହିଁବ ନାହିଁ । ଏହା ସତ୍ତ୍ୱେ ଜଣେ ମହିଳାଙ୍କୁ ଏହି ସବୁର ସାମ୍ନା କରିବାକୁ ପଡୁଛି ଆଉ ନିଜ ପତିଙ୍କ ଦୂରକୁ ଯିବାର ଡର ଲାଗିରହିଛି ସେହି ମହିଳା ତାଙ୍କ କାହାଣୀ ସୋସିଆଲ ମିଡିଆରେ ସେୟାର କରି ଲୋକଙ୍କୁ ଏହି ବାବଦରେ ସାହାଯ୍ୟ ମାଗିଛନ୍ତି ।

ପତ୍ନୀ କହିଥିଲେ ଅସୁବିଧା

‘ଦ ସନ’ ର ରିପୋର୍ଟ ଅନୁଯାୟୀ ପୀଡିତ ମହିଳାଙ୍କ ବୟସ ୩୭ ଆଉ ତାଙ୍କ ପତିଙ୍କର ହେଉଛି ୩୯ବର୍ଷ । ଦୁହିଁଙ୍କର ୩ବର୍ଷର ଝିଅ ଆଉ ୫ମାସର ପୁଅ ଅଛି । ମହିଳାଙ୍କ ପତିଙ୍କର ଏହା ହେଉଛି ଦ୍ଵିତୀୟ ବିବାହ । ତାଙ୍କ ପ୍ରଥମ ପତ୍ନୀଙ୍କ ବୟସ ୩୮ ବର୍ଷ । ସେ ଦୁହିଁଙ୍କର ମଧ୍ୟ ୨ଟି ପିଲା ଅଛି । ମହିଳାଙ୍କ ପତିଙ୍କର ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ହୋଇସାରିଛି ।

ଗର୍ଭାବସ୍ଥାରେ ଆରମ୍ବ ହେଲା ପତିଙ୍କ ଅଫେୟାର

ମହିଳାଙ୍କ କହିବାନୁଯାୟୀ ସେ ଯେତେବେଳେ ଦ୍ଵିତୀୟ ଥର ଗର୍ଭବତୀ ଥିଲେ ସେତେବେଳେ ତାଙ୍କ ପତି ତାଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ଆସିଗଲା । ଦୁହିଁଙ୍କ ମଧ୍ୟରେ ପିଲାମାନଙ୍କୁ ନେଇ କଥାବାର୍ତ୍ତା ପ୍ରାୟତ ହେଉଥିଲା କିନ୍ତୁ ତାଙ୍କ ଗର୍ଭାବସ୍ଥା ସମୟରେ ଏହି ସମ୍ପର୍କ ଆହୁରି ବଢ଼ିଗଲା । ଏହି ସମୟ ମଧ୍ୟରେ ସେ ଦୁହିଁଙ୍କ ଭିତରେ ଅନେକ ଥର ସମ୍ବନ୍ଧ ବନିଥିଲା ।

ଏକ୍ସ-ୱାଇଫ୍ ସାଥିରେ ଅନେକଥର ବନିଲା ସମ୍ବନ୍ଧ

ପତ୍ନୀଙ୍କ କହିବାନୁଯାୟୀ ସେ ତାଙ୍କ ପତିଙ୍କ ମୋବାଇଲ ରେ ଅନେକ ମେସେଜ ଦେଖିଛନ୍ତି,ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ସୁନ୍ଦର ମହିଳା କହି ସମ୍ବନ୍ଧ ବନେଇବାର କଥାବାର୍ତ୍ତା କରୁଥିଲେ । ମହିଳା କହିଛନ୍ତି କି ସ୍ୱାମୀଙ୍କ ହୃଦୟରେ ପୂର୍ବ ପତ୍ନୀଙ୍କ ପାଇଁ ଗୋଟେ ଖାସ ଜାଗା ସବୁବେଳେ ରହିବ,ଏହି କଥାରେ ତାଙ୍କୁ କୌଣସି ଅସୁବିଧା ନାହିଁ କିନ୍ତୁ ଏହି ସମ୍ବନ୍ଧ କେବଳ ବନ୍ଧୁତା ଯାଏଁ ରହିବା ଦରକାର । ହେଲେ ସେ ଦୁହିଁଙ୍କ ଭିତର ବନ୍ଧୁତା ଏହାଠୁ ବି ବହୁତ ଆଗକୁ ବଢି ରିଲେଶନଶିପ ପର୍ଯ୍ୟନ୍ତ ଆସିଗଲାଣି ।

ପତିଙ୍କୁ ଛାଡିବାକୁ ଚାହୁଁନାହାନ୍ତି ପତ୍ନୀ

ମହିଳା କହୁଛନ୍ତି କି ସେ ତାଙ୍କ ପତିଙ୍କୁ ବହୁତ ଭଲପାଆନ୍ତି ଆଉ ତାଙ୍କୁ ଛାଡିବାକୁ ଚାହୁଁନାହାନ୍ତି । ସେ ତାଙ୍କ ପତିଙ୍କୁ ନିଜ ସାମ୍ନାରେ ଚିଟିଙ୍ଗ କରୁଥିବାର ସଫା ସଫା ଦେଖୁଛନ୍ତି । ସେ କିଛି ବୁଝିପାରୁନାହାନ୍ତି କି ସେ କଣ କରିବେ । ତାଙ୍କ ଭାଙ୍ଗିଯାଉଥିବା ସମ୍ପର୍କକୁ ସେ କେମିତି ସଜାଡି ପାରିବେ ।

ୟୁଜର ବିଭିନ୍ନ କମେଣ୍ଟ କରୁଛନ୍ତି

ପତ୍ନୀଙ୍କର ଏହି ଅସୁବିଧା ଉପରେ ଲୋକ ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ କରୁଛନ୍ତି । ଜଣେ ୟୁଜର କହିଲେ କି ଆପଣଙ୍କ ପତି ଅନ୍ୟ ମହିଳାମାନଙ୍କ ସହ ସମ୍ବନ୍ଧ ବନଉଛନ୍ତି । ତାଙ୍କ କାର୍ଯ୍ୟକଳାପ ରୁ ଜଣାପଡୁଛି କି ସେ ଆପଣଙ୍କ ପ୍ରତି କେବେ ଗମ୍ଭୀର ଅଛନ୍ତି । ଏମିତି ପୁରୁଷ ସହ ଜୀବନ ବିତେଇବା କଥା ଭାବିବା ମୂର୍ଖାମୀ ଅଟେ ।

ସେଇଠି ଆଜ ଜଣେ ୟୁଜର କହିଛନ୍ତି,ଆପଣଙ୍କ ପତି ଶିକ୍ଷକ ଅଟନ୍ତି । ଆପଣ ତାଙ୍କଠୁ ବି ଭଲ ପତି ପାଇପାରିବେ । ଆପଣଙ୍କ ତାଙ୍କ ବିଷୟରେ ଭାବିବା ଛାଡି ଆପଣଙ୍କ ପରିବାର ଲୋକଙ୍କ ସହ ମିଳାମିଶା ଆରମ୍ଭ କରନ୍ତୁ । ନିଜ ସାମାଜିକ ଜୀବନ ଉପରେ ଧ୍ୟାନ ଦିଅନ୍ତୁ ଆଉ ନୂଆ ଲୋକମାନଙ୍କ ସହ ମିଶନ୍ତୁ । ଆପଣ ଯେତେ ବ୍ୟସ୍ତ ରହିବେ,ସେତେ ଜଲ୍ଦି ଏହି ମାନସିକ ଚାପରୁ ବାହାରି ପାରିବେ ।

Leave A Reply

Your email address will not be published.