କିପରି ହେଲା ଏ ଚମତ୍କାର ! ମା ଗର୍ଭରୁ ଜନ୍ମ ହୋଇଥିଲା ମୃତ ଛୁଆ,କିନ୍ତୁ କିଛି ସମୟ ପରେ ହୋଇଗଲା ଜୀବିତ !

0

Get real time updates directly on you device, subscribe now.

ମା ଗର୍ଭରୁ ମୃତ ଜନ୍ମ ହୋଇଥିଲା ଛୁଆ, କିଛି ସମୟ ପରେ ଜୀବନ୍ତ ହୋଇଉଠିଲା|କହିରଖେ ଯେ ସ୍ୱାସ୍ଥ୍ୟ ବିଭାଗର ମହତାରୀ ଏକ୍ସପ୍ରେସର ଷ୍ଟାଫ ଚଳନ୍ତି ଆମ୍ବୁଲାନ୍ସରେ ଛୁଆକୁ କାର୍ଡିଆକ୍ ମସାଜ ଓ ସିପିଆର ଦେଇ ଗୋଟାଏ ଦୁର୍ଘଟଣାକୁ ଟାଳି ଦେଇଛନ୍ତି|ଏଵେ ସମସ୍ତ ଲୋକ ୧୦୨ ଷ୍ଟାଫର ଏହି ଲାଇଫ ସେଭିଂ ପ୍ରୟାସକୁ ପ୍ରଶଂସା କରୁଛନ୍ତି|

ଧମତରୀ ଜିଲ୍ଲାର ମଗରଲୋଡ ବ୍ଲକର ସୁଦୂର ଜଙ୍ଗଲ ମଧ୍ୟରେ ଥିବା କେକରା ଖୋଲି ଗାଁରେ ରହୁଥିବା ଗର୍ଭବତୀ କୁଲଳେଶ୍ୱରୀର ପ୍ରସବ ପିଡା ହୋଇଥିଲା|ଘରଲୋକ ଗାଁର ଘରୋଇ ନର୍ସ ଡାକିଲେ
ଫଳରେ ଜଣେ ଝିଅ ଜନ୍ମ ହୋଇଥିଲା|କିନ୍ତୁ ନଵଜାତ ଛୁଆର ନିଃଶ୍ୱାସ ଚାଲୁନଥିଲା କି ହୃତସ୍ପନ୍ଦନ ହେଉନଥିଲା|ଏହାମଧ୍ୟରେ ୧୦୨ ସେବା ଵାଲା ମହାମାରୀ ଏକ୍ସପ୍ରେସ ଗାଁରେ ପହଂଚିଥିଲେ|

ଘରୋଇ ଧାଇ ଛୁଆର ଅବସ୍ଥା ସମ୍ପର୍କରେ ୧୦୨ ଷ୍ଟାଫକୁ ଜଣାଇଥିଲେ|ଏହାପରେ ଜଟିଳ ସ୍ଥିତିକୁ ଦେଖି ତୁରନ୍ତ ଛୁଆ ଓ ମାକୁ ୧୦୨ ଆମ୍ବୁଲାନ୍ସରେ ଧମତରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କଲେ|ଏହା ମଧ୍ୟରେ ୧୦୨ରେ ଥିବା ଇଏମଟି ସରଜୁ ରାମ ସାହୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ|ଛୁଆକୁ ମୁହଁରେ ଶ୍ୱାସ ଦେଲେ ଓ ଛୁଆର ନାକରେ ଥିବା ପାଣି ବାହାରିଗଲା ଫଳରେ ଶ୍ୱାସ ନଳୀ ଖୋଲି ଗଲା|ଏହାପରେ ସିପିଆର କଲା ଓ କାର୍ଡିଆକ ମସାଜ କଲା|କିଛି ସମୟ ପରେ ଛୁଆର ହୃତସ୍ପନ୍ଦନ ହେଲା ଓ ଶ୍ୱାସ ସହ କାନ୍ଦ ଆରମ୍ଭ ହୋଇଗଲା|

ଛୁଆର ଚଳପ୍ରଚଳ ଫଳରେ ସମସ୍ତଙ୍କ ପ୍ରାଣ ଫେରିଲା|ଏଵେ ଛୁଆ ଜିଲ୍ଲାର ହସ୍ପିଟାଲରେ ଏସ୍ଏନୟୁ ଭିତରେ ଅକ୍ସିଜେନରେ ରଖାଯାଇଛି|ଛୁଆର ମା କୁଳେଶ୍ୱରୀ ମଧ୍ୟ ଭର୍ତ୍ତି ହୋଇଛନ୍ତି|ଏହି ମାମଲାରେ ଧମତରୀ ଜିଲ୍ଲାର ସିମ୍ଏଚ୍ଓ କହିଛନ୍ତି ଯେ ୧୦୨ ଷ୍ଟାଫକୁ ଏମରଜେନ୍ସି ପାଇଁ ପ୍ରଥମେ ପ୍ରଶିକ୍ଷିତ କରାଯାଏ|

ଡାକ୍ତର କହିଛନ୍ତି ଛୁଆ ଜନ୍ମ ହେବା ପରର ୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ|ଏହା ମଧ୍ୟରେ ଯଦି ଛୁଆ ଯଦି ନ କାନ୍ଦେ ବା ଶ୍ୱାସ ନିଏ ନାହିଁ ତେଵେ ତୁରନ୍ତ ସିପିଆର ଦେଇ ବଞ୍ଚାଇ ଯାଇପାରେ|ଯଦି ୫ ମିନିଟରୁ ଉର୍ଦ୍ଧ୍ବ ସମୟ ହୋଇଥାଏ ତେଵେ ରିଭାଇଭାଲ ଓ ଜିଇଁବା ଚାନ୍ସ କମିଯାଏ|ଏହି ମାମଲାରେ ୫ ମିନିଟରୁ ଉର୍ଦ୍ଧ୍ବ ସମୟ ହୋଇଥିଲା ତଥାପି ଛୁଆ ବଞ୍ଚିଗଲା|ଏହାକୁ ଚମତ୍କାର କୁହାଯାଏ|ଏଵେ ନବଜାତ ଶିଶୁକୁ ଆଇସିୟୁରେ ରଖାଯାଇଛି|ଆଶା କରାଯାଏ ସେ ତୁରନ୍ତ ଭଲ ହୋଇଯିବ|

Leave A Reply

Your email address will not be published.