ଋଷୀୟ ଆର୍ମି ମାନଙ୍କ ଠାରୁ କମ୍ ଖତରନାକ୍ ନୁହଁନ୍ତି ପୁଟିନଙ୍କ ବାଲ୍ୟସେନା, 8 ବର୍ଷର ପିଲାମାନେ ମଧ୍ୟ ଧଡ଼ାଧଡ ଚଲାନ୍ତି ମେସିନ ଗନ

0

Get real time updates directly on you device, subscribe now.

ୟୁକ୍ରେନ – ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ 11 ଦିନ ହୋଇସାରିଛି । NATO ରେ ସାମିଲ ହେବା ପାଇଁ ଜିଦ୍ କାରଣରୁ ୟୁକ୍ରେନର ଅନେକ ସହରକୁ ରୁଷ ନଷ୍ଟ କରିଦେଇଛି । ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କ ଅନୁଯାୟୀ ସେ ସେତେବେଳେ ହିଁ ଯୁଦ୍ଧ ବନ୍ଦ କରିବେ, ଯେତେବେଳେ ୟୁକ୍ରେନ ସେମାନଙ୍କ ସର୍ତ୍ତ ମାନିନେବେ । ଏହାମଧ୍ୟରେ ଋଷୀୟ ବାଲ୍ୟ ସେନା ବିଷୟରେ ମଧ୍ୟ ଖବର ପଶ୍ଚିମୀ ମିଡ଼ିଆ ରୁ ଆସୁଛି, ଯାହାଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Daily Star ର ରିପୋର୍ଟ୍ ଅନୁଯାୟୀ, ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଖରେ କେବଳ ମଜବୁତ୍ ଫ୍ରଣ୍ଟଲାଇନ ସେନା ନାହାନ୍ତି ବରଂ ତାଙ୍କ ଦେଶରେ ଆଉ ଗୋଟିଏ ଖତରନାକ ଆର୍ମି ପ୍ରସ୍ତୁତ ହେଉଛନ୍ତି । ଏହି ଆର୍ମି ପିଲାମାନଙ୍କର ଅଟେ, କିନ୍ତୁ ଏହି ପିଲାମାନେ ସିଧା ମୃତ୍ୟୁର ଦୂତ ପ୍ରସ୍ତୁତ ହେଉଛନ୍ତି । ଏଠାରେ 8ବର୍ଷ ବୟସରୁ ହିଁ ସେମାନଙ୍କୁ ଧଡ଼ାଧଡ ମେସିନ ଗନ୍ ଚଳାଇବା ଏବଂ ଗ୍ରେନେଡ ବ୍ୟବହାର କରିବାର ଟ୍ରେନିଂ ଦିଆଯାଉଛି ।

ବହୁତ୍ ଖତରନାକ ଅଟନ୍ତି ଏହି ବାଲ୍ୟ ସେନା :-

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ୟଙ୍ଗ ଆର୍ମି ନାମକ ଏହି ସେନାରେ ସାମିଲ ହୋଇଥିବା ପିଲାମାନଙ୍କ ବୟସ 8ରୁ 18 ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କ ବୟସ ହୁଏତ କମ୍ ହୋଇପାରେ କିନ୍ତୁ କାରନାମା ବହୁତ୍ ଖତରନାକ ହୋଇଥାଏ । AK 47 ରାଇଫଲ୍, ମେସିନ୍ ଗନ୍, ହ୍ୟାଣ୍ଡ ଗ୍ରେନେଡ୍ ଭଳି ଜିନିଷ ଗୁଡ଼ିକର ବ୍ୟବହାର କରିବା ଏମାନଙ୍କୁ ବହୁତ୍ ଭଲ ଭାବେ ଜଣା ଅଛି । ଏମାନେ ଏପରି ଖତରନାକ ଟ୍ରେନିଙ୍ଗ ପାଉଛନ୍ତି ଯେ ଗୋଟେ ଚୁଟକିରେ ଯେକୌଣସି ବ୍ୟକ୍ତିର କାମ ଶେଷ କରିପାରିବେ ।

କୁହାଯାଉଛି ଯେ ଋଷୀୟ ବାଲ୍ୟ ସେନାକୁ ଭ୍ଲାଦିମିର ପୁଟିନ ହିଁ 2015 ମସିହାରେ ପ୍ରସ୍ତୁତ କରିଥିଲେ । ଆମେରିକା ଏବଂ ପଶ୍ଚିମ ଦେଶଗୁଡ଼ିକର ବିପଦକୁ ଦୃଷ୍ଟିରେ ରଖି ଏହି ୟଙ୍ଗ ଆର୍ମୀଙ୍କ ପ୍ରତିଷ୍ଠା ହୋଇଥିଲା । ଏହାର ପୁରା ନାମ ହେଉଛି All-Russia Young Army National Military Patriotic Social Movement Association ।

Leave A Reply

Your email address will not be published.