BSF ଯବାନ ନିଜ ସାଥୀ ଯବାନଙ୍କ ଉପରେ କଲେ ଫାୟାରିଂ, ୫ ମୃତ୍ୟୁ

0

Get real time updates directly on you device, subscribe now.

ପଞ୍ଜାବର ଅମୃତସରରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ ଏଠାରେ ଜଣେ BSF ର ଯବାନ କ୍ୟାମ୍ପ ଭିତରେ ନିଜ ସାଥୀ ଯବାନ ମାନଙ୍କ ଉପରେ ଅନବରତ ଗୁଳିବର୍ଷା କରିଦେଲେ, ଯେଉଁଥିରେ 5ଜଣ ଯବାନଙ୍କ ମୃତ୍ୟୁ ହୋଇଗଲା ଏବଂ ଜଣେ ଯବାନ ଆହତ ହୋଇଛନ୍ତି । ଏହି ଘଟଣାରେ ଫାୟରିଂ କରିଥିବା ଯବାନଙ୍କର ମୃତ୍ୟୁ ହୋଇଯାଇଛି ।

ଫାୟାରିଂରେ 6ଜଣ ଯବାନଙ୍କୁ ଲାଗିଲା ଗୁଳି :-

କୁହାଯାଉଛି ଯେ ଅମୃତସରର ଖାସା BSF କ୍ୟାମ୍ପରେ BSF ର ଯବାନ ଅନବରତ ଫାୟାରିଂ କଲେ । ଯାହା ପରେ ଗୁଳି ଲାଗିବା କାରଣରୁ ଆହତ ହୋଇଥିବା ଯବାନଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାରେ 6ଜଣ ଯବାନଙ୍କୁ ଗୁଳି ଲାଗି ଯାଇଥିଲା, ଯେଉଁଥିରୁ 5ଜଣଙ୍କର ମୃତ୍ୟୁ ହୋଇଯାଇଛି ।

BSF ଯବାନ କାହିଁକି ଗୁଳି କଲେ ?

ତେବେ ବର୍ତ୍ତମାନ ସୁଦ୍ଧା BSF ଯବାନଙ୍କ ତରଫରୁ ଗୁଳି ଚଳାଇବାର କାରଣ ଜଣାପଡି ନାହିଁ । ମାମଲାର ଯାଞ୍ଚ କରାଯାଉଛି । ଏହି ଘଟଣା ଭାରତ ପାକିସ୍ତାନ ଆନ୍ତର୍ଜାତୀୟ ସୀମା ପାଖରେ ଅଟାରୀ-ବାଘା ସୀମା କ୍ରଶିଂ ଠାରୁ ପ୍ରାୟ 20 କିଲୋମିଟର ଦୂରରେ ଖାଶା ଅଞ୍ଚଳରେ BSF କ୍ୟାମ୍ପର କ୍ୟାଫେଟିରୀୟାରେ ହୋଇଛି ।

କୋର୍ଟ ଅଫ୍ ଇନକ୍ୱାରି ପାଇଁ ଦିଆଗଲା ଆଦେଶ :-

ଏହି ଘଟଣାରେ BSF ତରଫରୁ ଗୋଟିଏ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ମାମଲାର ଯାଞ୍ଚ ପାଇଁ କୋର୍ଟ ଅଫ୍ ଇନକ୍ୱାରି ପାଇଁ ଆଦେଶ ଦେଇ ଦିଆଯାଇଛି ।

Leave A Reply

Your email address will not be published.