ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ହୋଲିରେ ମିଳିବ ବଡ ଉପହାର

0

Get real time updates directly on you device, subscribe now.

ହୋଲି ପୁର୍ବରୁ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ଭଲ ଖବର ରହିଛି । ହୋଲି ରେ କେନ୍ଦ୍ର ସରକାର ନିଜ କର୍ମଚାରୀ ମାନଙ୍କୁ ବଡ ଉପହାର ଦେଇ ପାରନ୍ତି । କେନ୍ଦ୍ର କର୍ମଚାରୀଙ୍କ ମାର୍ଚ୍ଚର ସ୍ୟାଲେରୀ ସହିତ ଆକାଉଣ୍ଟ କୁ ଅଧିକ ପଇସା ଆସିପାରେ । ଖବର ଅନୁଯାୟୀ ସରକାର କେନ୍ଦ୍ର କର୍ମଚାରୀଙ୍କ ମାର୍ଚ୍ଚର ସ୍ୟାଲେରି ସହିତ ବଢ଼ିଥିବା ମହଙ୍ଗା ଭତ୍ତା ଏବଂ ଗତ 2 ମାସର ଏରୀୟର ର ପଇସା ଟ୍ରାନସ୍ଫର କରିପାରନ୍ତି ।

ବାସ୍ତବରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ତ୍ତମାନ 31 ପ୍ରତିଶତ ଦରରେ ଡିଏ ମିଳୁଛି, କିନ୍ତୁ ଆଶା କରାଯାଉଛି ଯେ ସରକାର ଡ଼ିଏ ରେ 3 ପ୍ରତିଶତ ବଢାଇ ଏହାକୁ 34 ପ୍ରତିଶତ କରିବେ । ବଢ଼ିଥିବା ଡିଏକୁ ଜାନୁଆରୀ 1 ତାରିଖ 2022 ଠାରୁ ଲାଗୁ ହେବାର ଅଛି, ଯାହାର ଘୋଷଣା ସରକାର ଏହି ମାସ ହୋଲି ପୂର୍ବରୁ କରିପାରନ୍ତି । ଯଦି ଏପରି ହୁଏ ତେବେ କର୍ମଚାରୀଙ୍କ ମାର୍ଚ୍ଚ ର ଶ୍ୟାଲେରି ନୂତନ ଡିଏ ହିସାବରେ ଆସିବ ଏବଂ ଏହାସହିତ ଜାନୁଆରୀ ଏବଂ ଫେବୃଆରୀ ମାସର ଏରିୟରର ପଇସା ମଧ୍ୟ ମିଳିଯିବ ।

ସୂଚନା ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କ ଡିଏର ଏରିୟର ଉପରେ କ୍ୟାବିନେଟ୍ ର ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ଯଦି ସରକାର ପରବର୍ତ୍ତୀ କ୍ୟାବିନେଟ୍ ବୈଠକରେ ଅଟକି ଥିବା ଡିଏ ଉପରେ ନିଷ୍ପତ୍ତି ନିଅନ୍ତି, ତେବେ କର୍ମଚାରୀଙ୍କ ଖାତାକୁ ଏକାବେଳେ ପ୍ରାୟ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ଆସିପାରେ ।

କେବଳ ଏତିକି ନୁହେଁ, ଯଦି ସବୁକିଛି ଠିକ୍ ରହିଲା ତେବେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ 18ହଜାର ଟଙ୍କାରୁ ବଢି 26 ହଜାର ଟଙ୍କା ହୋଇଯିବ । କର୍ମଚାରୀ ସଂଘ ସରକାରଙ୍କ ଠାରୁ ଫିଟମେଣ୍ଟ ଫ୍ୟାକ୍ଟରରେ ମଧ୍ୟ ସଂଶୋଧନ ପାଇଁ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ଫିଟମେଣ୍ଟ ଫ୍ୟାକ୍ଟରକୁ 2.57ରୁ ବଢାଇ 3.68 କରାଯାଉ ।

ଉଲ୍ଲେଖଯୋଗ୍ୟ ଯେ ଫିଟମେଣ୍ଟ ଫ୍ୟାକ୍ଟରରୁ ହିଁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ବେତନ ସ୍ଥିର ହୋଇଥାଏ । ଗତ ଥର 2016 ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର ସ୍ଥିର ହୋଇଥିଲା । ସେତେବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ବେତନ 12000 ଟଙ୍କାରୁ ବଢି 18000 ଟଙ୍କା ହୋଇଯାଇଥିଲା । ଏଥର ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢେ, ତେବେ ସର୍ବନିମ୍ନ ବେତନ 18000 ଟଙ୍କାରୁ ବଢି 26000 ଟଙ୍କା ହୋଇଯିବ ।

Leave A Reply

Your email address will not be published.