ଭାରତୀୟ କ୍ରିକେଟ ଦଳରେ ଏହି ଚାରିଜଣ ବ୍ୟକ୍ତି ମଦର ନାଁ ଶୁଣିଲେ ବହୁତ ଘୃଣା କରନ୍ତି,ଜାଣନ୍ତୁ ସେମାନେ କିଏ କିଏ ?

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀମାନେ ପାର୍ଟି କରିବା ସମୟରେ ମଦ ପିଇ ଉପଭୋଗ କରିବା କରିବା ଏକ ପୁରୁଣା ପରମ୍ପରା ଅଟେ। ଅନେକ ଭାରତୀୟ କ୍ରିକେଟରମାନଙ୍କୁ ମଧ୍ୟ ମଦ ପିଇବାକୁ ଭଲ ଲାଗେ। କିନ୍ତୁ ଭାରତୀୟ କ୍ରିକେଟ ଦଳରେ ଏପରି ଚାରିଜଣ କ୍ରକେଟର ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ଥରୁଟିଏ ମଦକୁ ଛୁଇଁ ନାହାନ୍ତି। ସେହି ଚାରିଜଣ କ୍ରିକେଟ ଖେଳାଳୀ ମଦର ନାଁ ଶୁଣିଲେ ମଧ୍ୟ ଘୃଣା କରନ୍ତି। ଭାରତୀୟ ଦଳର ଏହି ଚାରିଜଣ ଖେଳାଳୀ ନିଶା ସେବନ ଠାରୁ ବହୁତ ଦୁରରେ ରୁହନ୍ତି। ତେବେ ଏହି ଚାରିଜଣ କ୍ରିକେଟ ଖେଳାଳୀଙ୍କ ବିଷୟରେ ଆସନ୍ତୁ ଜାଣିବା ଯେଉଁମାନେ ଆଦୌ ମଦ ପିଅନ୍ତି ନାହିଁ।

ଭୁବନେଶ୍ୱର କୁମାର:-

ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଭୁବନେଶ୍ୱର କୁମାର ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ମହତ୍ୱପୂର୍ଣ୍ଣ ଖେଳୀଳୀଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି। ସୂଚନା ଅନୁସାରେ ଭୁବନେଶ୍ୱର କୁମାର ଭାରତୀୟ ଦଳ ପାଇଁ ୨୧ଟି ଟେଷ୍ଟ ମ୍ୟାଚ, ୧୧୯ଟି ଦିନକିଆ ମ୍ୟାଚ ଓ ୫୫ଟି ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି। ସେ ଖେଳିଥିବା ୨୧ଟି ଟେଷ୍ଟ ମ୍ୟାଚରେ ସମୁଦାୟ ୬୩ଟି ୱିକେଟ ହାସଲ କରିଛନ୍ତି। ସେହିପରି ୧୧୯ଟି ଦିନକିଆ ମ୍ୟାଚରେ ୧୪୧ଟି ୱିକେଟ ଓ ୫୫ଟି ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୫୩ଟି ୱିକେଟ ହାସଲ କରିଛନ୍ତି। ଭୁବନେଶ୍ବର କୁମାର ଜଣେ ନିର୍ମଳ ସ୍ୱଚ୍ଛ ଚରିତ୍ରର କ୍ରିକେଟର ଅଟନ୍ତି। ସେ ଉଭୟ ବାମ ଓ ଡାହାଣ ହାତରେ ମଧ୍ୟ ବୋଲିଙ୍ଗ କରିପାରନ୍ତି। ତାଙ୍କର ଉତ୍ତମ ଖେଳ ପ୍ରଦର୍ଶନ ଫଳରେ ଭାରତୀୟ କ୍ରିକେଟ ଦଳ ଅନେକ ମ୍ୟାଚ ମଧ୍ୟ ଜିତିଛି। କିନ୍ତୁ ସେ ଆଦୌ ମଦ ପିଅନ୍ତି ନାହିଁ। ଏହା ସହିତ ଭୁବନେଶ୍ୱର କୁମାର ଧୂମପାନ ମଧ୍ୟ କରନ୍ତି ନାହିଁ।

ରାହୁଲ ଦ୍ରାବିଡ:-

ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଭାରତୀୟ ଦଳ ପାଇଁ ରାହୁଲ ଦ୍ରାବିଡ଼ ୧୬୪ଟି ଟେଷ୍ଟ ମ୍ୟାଚରେ ୧୩,୨୮୮ ରନ ସଂଗ୍ରହ କରିଛନ୍ତି। ସେ ଖେଳିଥିବା ୩୪୪ଟି ଦିନକିଆ ମ୍ୟାଚରେ ୧୦,୮୮୯ ରନ ସଂଗ୍ରହ କରିଛନ୍ତି। ସୂଚନା ଅନୁସାରେ ଭାରତୀୟ ଦଳର ମେରୁଦଣ୍ଡ ବୋଲି ରାହୁଲ ଦ୍ରାବିଡ଼ଙ୍କୁ କୁହାଯାଉଥିଲା। ଯାହାକି ଏକ ଭଦ୍ର ବ୍ୟକ୍ତିର ପରିଚୟ ମଧ୍ୟ। ଏହି ସଫଳ କ୍ରିକେଟର କେବେବି ନିଶାସେବନ କରନ୍ତି ନାହିଁ। ଷ୍ଟାରସନଫୋଲଡେଡ ଡଟ କମରେ ଏକ ରିପୋର୍ଟ ଅନୁସାରେ ରାହୁଲ ଦ୍ରାବିଡ଼ ଆଦୌ ଧୂମପାନ କରିନାହାନ୍ତି କିମ୍ବା ମଦ ସହ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନାହିଁ।

ଗୌତମ ଗମ୍ଭୀର:-

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଶା ସେବନ ଅଭ୍ୟାସ ଠାରୁ ମଧ୍ୟ ବହୁତ ଦୁରରେ ରହିଛନ୍ତି। ଷ୍ଟାରସନଫୋଲଡେଡ ଡଟ କମରେ ଏକ ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀର କେବେବି ମଦ ପିଅନ୍ତି ନାହିଁ କିମ୍ବା ଧୂମପାନ ମଧ୍ୟ କରନ୍ତି ନାହିଁ। ସେ ଥରେ ମଦ ପାଇଁ ଏକ ବିଜ୍ଞାପନ କରିଛନ୍ତି କିନ୍ତୁ ନିଶା ସେବନ ଠାରୁ ସେ ବହୁତ ଦୁରରେ ରହନ୍ତି। ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳ ପାଇଁ ସମୁଦାୟ ୫୮ଟି ଟେଷ୍ଟ ମ୍ୟାଚ, ୧୪୭ଟି ଦିନକିଆ ମ୍ୟାଚ ଓ ୩୭ଟି ଅନ୍ତରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି। ସେ ୫୨ଟି ଟେଷ୍ଟ ମ୍ୟାଚରେ ୫,୨୩୮ ରନ ଓ ୩୭ଟି ଟି-ଟ୍ୱେଣ୍ଟି ମ୍ୟାଚରେ ସେ ୯୩୨ ରନ ହାସଲ କରିଛନ୍ତି।

ପରବେଜ ରସୁଲ:-

ଜମ୍ମୁ କଶ୍ମୀରର ଏକ ଘରୋଇ ମ୍ୟାଚ ପାଇଁ ଅଧିନାୟକର ଦାୟିତ୍ୱ ତୁଲାଉଥିବା ପରବେଜ ରସୁଲ ମଧ୍ୟ ଭାରତୀୟ ଦଳ ପାଇଁ କ୍ରିକେଟ ଖେଳିଛନ୍ତି। ସେ ମଧ୍ୟ ନିଶା ସେବନର ଅଭ୍ୟାସ ଠାରୁ ବହୁତ ଦୂରରେ ରହନ୍ତି। ସେ ଭାରତୀୟ କ୍ରିକେଟ ଦଳ ପାଇଁ ଗୋଟିଏ ଦିନକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ ମଧ୍ୟ ଖେଳିଛନ୍ତି। ଦିନକିଆ ମ୍ୟାଚରେ ପରବେଜ ରସୁଲଙ୍କୁ ବ୍ୟାଟିଙ୍ଗ କରିବା ପାଇଁ ସୁଯୋଗ ମିଳିନଥିଲା କିନ୍ତୁ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚରେ ତାଙ୍କୁ ବ୍ୟାଟିଙ୍ଗ କରିବାର ସୁଯୋଗ ମିଳିଥିଲା। ସେଥିରେ ସେ କେବଳ ପାଞ୍ଚ ରନ ସଂଗ୍ରହ କରିଥିଲେ। କିନ୍ତୁ ଘରୋଇ କ୍ରିକେଟରେ ପରବେଜ ରସୁଲଙ୍କୁ ଅଲରାଉଣ୍ଡର କୁହାଯାଏ। ସେ ସମୁଦାୟ ଘରୋଇ କ୍ରିକେଟରେ ତାଙ୍କର ଫାଷ୍ଟ କ୍ଲାସ କ୍ୟାରିଅରରେ ଖେଳିଥିବା ୮୨ଟି ମ୍ୟାଚରେ ୪,୮୦୭ ରନ ସଂଗ୍ରହ କରିବା ସହ ସମୁଦାୟ ୨୬୬ଟି ୱିକେଟ ହାସଲ କରିଛନ୍ତି।

Leave A Reply

Your email address will not be published.