ପିଏମ କିଷାନର ୧୧ତମ କିସ୍ତି ଟଙ୍କା ଏହି ତାରିଖରେ ଆସିବ ! ତା ପୂର୍ବରୁ ସାରି ଦିଅନ୍ତୁ ଏହି କାମ !

0

Get real time updates directly on you device, subscribe now.

ଆପଣ ଯଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଅଟନ୍ତି ତେବେ ଆପଣମାନଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏକ ମିଡିଆ ରିପୋର୍ଟ ଅନୁସାରେ, ପିଏମ କିଷାନର ୧୧ତମ କିସ୍ତି ଏପ୍ରିଲ ମାସରେ ଜାରି କରାଯିବ। କିନ୍ତୁ ଏହା ପୂର୍ବରୁ e-KYC ପୂରଣ କରିବା ପାଇଁ ପଡିବ। ଅର୍ଥାତ୍ ବର୍ତ୍ତମାନ ୧୧ତମ କିସ୍ତି ପାଇଁ ଚାଷୀମାନଙ୍କୁ ଅନେକ ନୂଆ ନିୟମ ସହିତ ଆବେଦନ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ ମୋଦୀ ସରକାର ଦେଶର ଚାଷୀମାନଙ୍କର ଆକାଉଣ୍ଟକୁ ସିଧାସଳଖ ୬,୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି। ସରକାର ଏହି ଟଙ୍କାକୁ ତିନୋଟି କିସ୍ତିରେ ଚାଷୀମାନଙ୍କୁ ଦେଉଛନ୍ତି। ପ୍ରତ୍ୟେକ କିସ୍ତିରେ ଚାଷୀମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ୧୦ଟି କିସ୍ତି କୃଷକମାନଙ୍କ ଆକାଉଣ୍ଟରେ ପହଞ୍ଚିସାରିଛି। ଚାଷୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି। କୁହାଯାଉଛିକି ଏପ୍ରିଲ ମାସରେ ଏକାଦଶ କିସ୍ତି ଆସିଯିବ।

ଇ- କେୟାଇସି କରିବା ଆବଶ୍ୟକ:-

ପିଏମ କିଷାନ ପୋର୍ଟାଲରେ କୁହାଯାଇଛିଯେ, ଆଧାର ଭିତ୍ତିକ OTP ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ। ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ସେମାନେ ନିକଟତମ CSC ସେଣ୍ଟର ଯିବାକୁ ପଡିବ। ଘରେ ବସି ସେମାନେ ମୋବାଇଲ, କମ୍ପ୍ୟୁଟର କିମ୍ବା ଲାପଟପରେ ମଧ୍ୟ ଆପଣ ଏହି କାମକୁ କରିପାରିବେ।

ତେବେ କିପରି କରିବେ ଆସନ୍ତୁ ଜାଣନ୍ତୁ…

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା e-KYC ବିକଳ୍ପ ଉପରେ କ୍ଲିକ କରନ୍ତୁ।

– ବାୟୋମେଟ୍ରିକର ପ୍ରାମାଣିକରଣ ପାଇଁ ନିକଟତମ CSC କେନ୍ଦ୍ରଗୁଡିକ ସହ ଯୋଗାଯୋଗ କରନ୍ତୁ।

– ଆପଣ ମୋବାଇଲ, ଲାପଟପ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଘରେ ବସି ଏହାକୁ ମଧ୍ୟ କରିପାରିବେ।

– ସର୍ବପ୍ରଥମେ ଆପଣ https://pmkisan.gov.in/ ପୋର୍ଟାଲକୁ ଯାଆନ୍ତୁ।

– ଡାହାଣ ପାର୍ଶ୍ୱରେ ଆପଣ ଏହି ଟ୍ୟାବଗୁଡ଼ିକ ପାଇଯିବେ। ସବୁଠାରେ ଆପଣଙ୍କୁ e-KYC ର ଲେଖା ମିଳିବ। ଆପଣ ଏହା ଉପରେ କ୍ଲିକ କରନ୍ତୁ।

Leave A Reply

Your email address will not be published.