ଏହି ଯୁବକଙ୍କୁ ଈର୍ଷା କରିବେ ସିଙ୍ଗଲ ଯୁବକମାନେ, ଏକାବେଳେ ୩ ଭଉଣୀ କଲେ ବିବାହ, ଜାଣନ୍ତୁ ଏହା ପଛରେ କଣ୍ ରହିଛି କାରଣ

0

Get real time updates directly on you device, subscribe now.

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏ ଏକାବେଳେ ତିନିଜଣ ମହିଳାଙ୍କ ସହିତ ବିବାହ କଲେ । ଏହାଠାରୁ ମଧ୍ୟ ବଡ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ତିନି ଭଉଣୀ ପରସ୍ପର ନିଜ ଭଉଣୀ ଅଟନ୍ତି ଏବଂ ଏମାନେ ବରକୁ ତିନି ଭଉଣୀଙ୍କ ସହିତ ଏକାବେଳେ ବିବାହ କରିବାକୁ ଚାପ ପକାଇଲେ । ତେବେ ଚାଲନ୍ତୁ ଏହି ଅଜବ ପ୍ରକାରର ପ୍ରେମ କାହାଣୀକୁ ବିସ୍ତାର ଭାବେ ଜାଣିବା ।

ଏହି ଅନନ୍ୟ ବିବାହର ମାମଲା ଆଫ୍ରିକୀୟ ଦେଶ କାଙ୍ଗୋର ଅଟେ । ଏଠାରେ 32 ବର୍ଷର ଲୁୱିଜୋ ନାମକ ବ୍ୟକ୍ତି Natasha, Natalie ଏବଂ Nadege ନାମକ ତିନି ଭଉଣୀଙ୍କ ସହିତ ଏକାବେଳେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କେହି ବିଶ୍ବାସ ମଧ୍ୟ କରିପାରୁ ନାହାନ୍ତି ଯେ ଏମିତି କିଛି ବି ହେଇପାରେ ।

ଏହିପରି ହେଲା ପ୍ରେମର ଆରମ୍ଭ :-

ସାଧାରଣତଃ ଯେତେବେଳେ ପୁରୁଷ ଗୋଟିଏ ରୁ ଅଧିକ ବିବାହ କରେ, ସେତେବେଳେ ତାର ଅନ୍ୟ ସ୍ତ୍ରୀମାନେ ଆପତ୍ତି କରନ୍ତି । କିନ୍ତୁ ଏହି କେସ ରେ ତ ତିନି ଭଉଣୀ ବିବାହର ସର୍ତ୍ତ ଏହା ରଖିଦେଲେ ଯେ ବରକୁ ତିନିଜଣ ଯାକଙ୍କୁ ବିବାହ କରି ଘରକୁ ନେଇଯିବାକୁ ପଡିବ । ଏହି ଅଜବ ଲଭ ଷ୍ଟୋରୀ ର ଆରମ୍ଭ ସୋସିଆଲ ମିଡ଼ିଆ ମାଧ୍ୟମରେ ହୋଇଥିଲା । ଲୁୱିଜୋଙ୍କର ସବୁଠାରୁ ପ୍ରଥମେ Natalie ସହିତ ସୋସିଆଲ ମିଡିଆରେ ଦେଖା ହୋଇଥିଲା । ତାପରେ ସେ ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ସହିତ ମଧ୍ୟ ରିଲେସନସିପରେ ଆସିଗଲେ ।

ନିଜ ବିବାହକୁ ନେଇ ଲୁୱିଜୋ କୁହନ୍ତି ଯେ ମୋ ପାଖରେ ମଧ୍ୟ କୌଣସି ବିକଳ୍ପ ନଥିଲା । ତିନି ଭଉଣୀ ସର୍ତ୍ତ ରଖିଥିଲେ ଯେ ମତେ ତିନିଜଣ ସହିତ ଏକାବେଳେ ଏବଂ ଗୋଟିଏ ଦିନରେ ବିବାହ କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ନେବା ମୋ ପାଇଁ କଷ୍ଟକର ଥିଲା । ଖାସ୍ କରି ମୋ ବାପାମାଆ ତ ବର୍ତ୍ତମାନ ସୁଦ୍ଧା ବୁଝି ପାରୁନାହାନ୍ତି ଯେ ମୁଁ ଏମିତି କାହିଁକି କଲି ?

ଏହି କାରଣରୁ ଜଣେ ବ୍ୟକ୍ତିଙ୍କ ସହିତ ହିଁ ତିନି ଭଉଣୀ କଲେ ବିବାହ :-

ଜଣେ କନ୍ୟା ଏହି ମାମଲାରେ କହିଛନ୍ତି ଯେ ଆମେ ତିନି ଭଉଣୀ ଏକାଠି ବଡ ହୋଇଛୁ । ପରସ୍ପର ବିନା ଆମେ ରହିପାରିବୁ ନାହିଁ । ଆମେ ତିନି ଭଉଣୀ ପିଲା ଦିନରୁ ସେୟାର କରି ଆସିଛୁ ଏବଂ ବର୍ତ୍ତମାନ ସ୍ଵାମୀ ମଧ୍ୟ ସେୟାର କରିବୁ । ଆମେ ତିନିଜଣ ଲୁୱିଜୋଙ୍କୁ ବହୁତ୍ ଭଲ ପାଉଛୁ । ତେଣୁ ଆମେ ତାଙ୍କ ସହିତ ତିନିଜଣ ଯାକ ବିବାହ କରିବାକୁ ସର୍ତ୍ତ ରଖିଲୁ । ଏହା ଶୁଣି ସେ ବହୁତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବର୍ତ୍ତମାନ ଲୁୱିଜୋଙ୍କୁ ବିବାହ କରି ତିନି ଭଉଣୀ ବହୁତ୍ ଖୁସି ଅଛନ୍ତି । ତେବେ ଯଦି ଆପଣଙ୍କୁ କେବେ ଏପରି ସୁଯୋଗ ମିଳେ, ତେବେ ଆପଣ କଣ୍ ଗୋଟିଏରୁ ଅଧିକ ବିବାହ କରିବେ ?

Leave A Reply

Your email address will not be published.