Post Office Saving Scheme: ପ୍ରତି ମାସରେ ମିଳିବ 4,950 ଟଙ୍କା, କେବଳ ଥରେ ବିନିଯୋଗ କରିବାକୁ ପଡ଼ିବ

0

Get real time updates directly on you device, subscribe now.

Post Office Monthly Income Scheme : ଋଷ ୟୁକେନ ମଧ୍ୟରେ ଯୁଦ୍ଧ ଦ୍ଵାରା ଗତ ଅନେକ ସପ୍ତାହ ଧରି ସେୟାର ମାର୍କେଟରେ ହ୍ରାସ – ବୃଦ୍ଧି ଦେଖିବାକୁ ମିଳିଛି । ଏପରି ସମୟରେ ଲୋକମାନେ ଗ୍ୟାରେଣ୍ଟି ରିଟର୍ନ ଥିବା ସ୍କିମରେ ବିନିଯୋଗ କରିବାକୁ ଭଲ ପାଉଛନ୍ତି । ପୋଷ୍ଟ ଅଫିସର ଗ୍ୟାରେଣ୍ଟି ରିଟର୍ନ ଥିବା ଅନେକ ଯୋଜନା ବହୁତ୍ ପପୁଲାର ଅଟେ । ପୋଷ୍ଟ ଅଫିସ ମନ୍ଥଲି ଇନକମ ସ୍କୀମ ଏଥିରେ ସାମିଲ ଅଟେ । ଆସନ୍ତୁ ଜାଣିବା ଏହି ଯୋଜନାରେ ବିନିଯୋଗ ମାଧ୍ୟମରେ ପ୍ରତି ମାସରେ କେମିତି 4,950 ଟଙ୍କାର ମାସିକ ରୋଜଗାର ପାଇପାରିବେ ।

କେତେ ବିନିଯୋଗ କରିପାରିବେ :-

ଏହି ସ୍କୀମରେ ଅତି କମରେ 1000 ଟଙ୍କା ବିନିଯୋଗ କରାଯାଇପାରେ । ଏକୁଟିଆ ଖାତାରେ ସର୍ବାଧିକ 4.5 ଲକ୍ଷ ଟଙ୍କା ଏବଂ ଜଏଣ୍ଟ ଆକାଉଣ୍ଟରେ 9 ଲକ୍ଷ ଟଙ୍କାର ବିନିଯୋଗ କରାଯାଇପାରିବ । ଜଏଣ୍ଟ ଆକାଉଣ୍ଟରେ ସମସ୍ତ ଆକାଉଣ୍ଟ ହୋଲ୍ଡରଙ୍କ ଭାଗ ସମାନ ଥାଏ ।

ଏତିକି ମିଳୁଛି ଏହି ସୁଧ :-

ପୋଷ୍ଟ ଅଫିସର ଏହି ପପୁଲାର ସ୍କିମରେ ବିନିଯୋଗ କଲେ ଆପଣଙ୍କୁ ବାର୍ଷିକ 6.6 ପ୍ରତିଶତ ଦରରେ ସୁଧ ମିଳିଥାଏ । ରିଟର୍ନର ଏହି ଦର ସେଭିଂ ଆକାଉଣ୍ଟରେ ଜମା ରାଶି କିମ୍ବା ଫିକ୍ସ ଡିପୋଜିଟ ତୁଳନାରେ ଅଧିକ ଅଟେ । ଏହି ସ୍କିମ ଅଧୀନରେ ବିନିଯୋଗ କଲେ ଗ୍ରାହକଙ୍କୁ ପ୍ରତି ମାସରେ ସୁଧ ମିଳିଯାଏ । ଯଦି ଆପଣ ନିକଟରେ ରିଟାୟାର ହୋଇଛନ୍ତି, ତେବେ ଏହି ସ୍କିମ୍ ଆପଣଙ୍କ ପାଇଁ ଅଟେ ।

ଏହିପରି ପ୍ରତି ମାସରେ ମିଳିବ 4950 ଟଙ୍କା :-

ଏହି ସମୟରେ ଏହି ସ୍କିମରେ ବିନିଯୋଗ ଉପରେ 6.6 ପ୍ରତିଶତର ବାର୍ଷିକ ସୁଧ ମିଳୁଛି । ଏହିପରି କାଲ୍କୁଲେଟ କରାଗଲେ ଦେଖାଯାଇପାରେ ଯେ ଯଦି ସିଙ୍ଗଲ ଆକାଉଣ୍ଟ୍ ହୋଲ୍ଡର ସର୍ବାଧିକ 4.5 ଲକ୍ଷ ଟଙ୍କାର ବିନିଯୋଗ କରନ୍ତି, ତେବେ ତାଙ୍କୁ ପ୍ରତିବର୍ଷ 29,700 ଟଙ୍କାର ସୁଧ ମିଳିବ । ଏହିପରି ସିଙ୍ଗଲ ଆକାଉଣ୍ଟ୍ ହୋଲ୍ଡରଙ୍କୁ 2,475 ଟଙ୍କାର ପ୍ରତି ମାସରେ ସୁଧ ମିଳିବ ।

ସେହିପରି ଜଏଣ୍ଟ ଆକାଉଣ୍ଟ୍ ହୋଲ୍ଡରଙ୍କୁ 9 ଲକ୍ଷ ଟଙ୍କା ବିନିଯୋଗ କଲେ ବାର୍ଷିକ 59,400 ଟଙ୍କାର ସୁଧ ମିଳିବ । ଏହିପରି ଯଦି ଆପଣ ପୋଷ୍ଟ ଅଫିସରେ ଜଏଣ୍ଟ MIS ଆକାଉଣ୍ଟ ଖୋଲନ୍ତି ଏବଂ 9 ଲକ୍ଷ ଟଙ୍କାର ବିନିଯୋଗ କରନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ 4,950 ଟଙ୍କାର ରିଟର୍ନ ମିଳିବ ।

Leave A Reply

Your email address will not be published.