୨ ଜଣ ସାଙ୍ଗକୁ ହୋଇଗଲା ପରସ୍ପର ସ୍ତ୍ରୀମାନଙ୍କ ସହିତ ପ୍ରେମ, କରିଦେଲେ ଅଦଳବଦଳ, କିନ୍ତୁ ବହୁତ୍ ଖରାପ ହେଲା ପରିଣାମ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସ୍ତ୍ରୀ ଅଦଳବଦଳ କରିଥିବାର ମାମଲା ରାଜଗଡରୁ ସାମ୍ନାକୁ ଆସିଛି । ଏଠିକାର ବ୍ୟବରା କଳା ଗାଁରେ ଦୁଇଜଣ ସାଙ୍ଗ ରହୁଥିଲେ । ଦୁହିଁଙ୍କ ନାମ ମଙ୍ଗିଲାଲ ଏବଂ ହେମରାଜ୍ ଥିଲା । ପଡୋଶୀ ରେ ରହୁଥିବା କାରଣରୁ ହେମରାଜ୍ ପ୍ରାୟତଃ ମଙ୍ଗିଲାଲ ଘରକୁ ଯିବା ଆସିବା କରୁଥିଲା । ଏହି ସମୟରେ ତାଙ୍କ ସ୍ତ୍ରୀ କୃଷ୍ଣା ବାଇଙ୍କ ସହିତ ମଧ୍ୟ ତାଙ୍କର ଦେଖ ଏବଂ କଥାବାର୍ତ୍ତା ହେଉଥିଲା ।

ମଙ୍ଗିଲାଲ ଏବଂ କୃଷ୍ଣା ବାଇଙ୍କ ବିବାହ 2011 ମସିହାରେ ହୋଇଥିଲା । ସାଙ୍ଗ ହେମରାଜ ଏବଂ କୃଷ୍ଣା ବାଇଙ୍କର ସବୁବେଳେ କଥା ହେବା ଏବଂ ଦେଖା କରିବା କାରଣରୁ ଆକର୍ଷଣ ହୋଇଗଲା ଏବଂ ଦୁହିଁଙ୍କ ଅଫେୟାର ଆରମ୍ଭ ହୋଇଗଲା । 2014 ରେ ଯେତେବେଳେ ସାଙ୍ଗ ଏବଂ ସ୍ତ୍ରୀର ସମ୍ପର୍କ ବିଷୟରେ ମାଙ୍ଗିଲାଲ ଜାଣିଲା, ସେତେବେଳେ ସେ ସାଙ୍ଗ ପାଇଁ ନିଜ ସ୍ତ୍ରୀକୁ ଦେବାପାଇଁ ରାଜି ହୋଇଗଲା ।

ଝଗଡା ପ୍ରଥା ଭାବରେ ନେଲେ ପଇସା :-

ମଙ୍ଗିଲାଲ୍ ନିଜ ସାଙ୍ଗ ହେମରାଜ ର ବିବାହ ନିଜ ସ୍ତ୍ରୀ କୃଷ୍ଣା ସହିତ କରାଇବା ପାଇଁ ରାଜି ତ ହେଇଗଲା, କିନ୍ତୁ ସେ ଗାଁର ପ୍ରଚଳିତ ଝଗଡା ପ୍ରଥା ହିସାବରେ ଦେଢ଼ ଲକ୍ଷ ଟଙ୍କା ମାଗିଲା । ହେମରାଜ ଏହି ପଇସା ତାଙ୍କୁ ଦେଲେ ଏବଂ ଦୁହେଁ ବିବାହ କଲେ । ମାଙ୍ଗିଲାଲ୍ ମଧ୍ୟ ନିଜ ସ୍ତ୍ରୀକୁ ଛାଡି ଏବଂ ପଇସା ନେଇ ଅଲଗା ହୋଇଗଲେ । ହେମରାଜ ନିଜ ପ୍ରଥମ ସ୍ତ୍ରୀକୁ ଛାଡି କୃଷ୍ଣା ଙ୍କ ସହିତ ରହିବାକୁ ଲାଗିଲା ।

ହେମରାଜଙ୍କ ସ୍ତ୍ରୀ ସହିତ ମାଙ୍ଗିଲାଲ୍ କଲେ ବିବାହ :-

ଦୁଇବର୍ଷ ପରେ 2016ରେ ଏହି ମାମଲାରେ ନୂଆଁ ମୋଡ଼ ସେତେବେଳେ ଆସିଲା, ଯେତେବେଳେ ହେମରାଜ ନିଜ ପ୍ରଥମ ସ୍ତ୍ରୀର ଅଫେୟର୍ ବିଷୟରେ ଜାଣିଲେ । ସେ ଜାଣିଲେ ଯେ ତାଙ୍କ ସ୍ତ୍ରୀର ଅଫେୟାର ତାଙ୍କ ସାଙ୍ଗ ମାଙ୍ଗିଲାଲ୍ ସହିତ ହିଁ ଚାଲିଛି । ଦୁହେଁ ଗୋଟିଏ ମନ୍ଦିରକୁ ଯାଇ ବିବାହ ମଧ୍ୟ କରିଥିଲେ ଏବଂ ଦୁହେଁ ଏକାଠି ଗାଁରେ ରହୁଛନ୍ତି ।

ସୂଚନା ମିଳିବା ମାତ୍ରେ ହିଁ ହେମରାଜ ମଧ୍ୟ ମାଙ୍ଗିଲାଲ୍ ପାଖକୁ ଗଲା ଏବଂ ଝଗଡା ପ୍ରଥା ହିସାବରେ ନିଜର ପ୍ରଥମ ସ୍ତ୍ରୀକୁ ଦେବାକୁ ରାଜି ହୋଇଗଲା । ଏଥିପାଇଁ ସେ ତିନି ଲକ୍ଷ ଟଙ୍କା ମାଗିଲା । କିନ୍ତୁ ନିକଟରେ ମାଙ୍ଗିଲାଲ୍ ନିଜ ଘରେ ଫାଶୀ ଲଗାଇ ଜୀବନ ଦେଇଦେଲା ।

ପୋଲିସ ଯାଞ୍ଚ ରେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ ହେମରାଜ 2016 ରୁ ହିଁ ତାଙ୍କ ଉପରେ 3 ଲକ୍ଷ ଟଙ୍କା ପାଇଁ ଚାପ ପକାଉଥିଲା । ମାଙ୍ଗିଲାଲ୍ ତ ଦେଢ଼ ଲକ୍ଷ ଟଙ୍କା ଦେଇ ମଧ୍ୟ ସାରିଥିଲେ, କିନ୍ତୁ ବାକି ପଇସା ପାଇଁ ହେମରାଜ ତାଙ୍କୁ ମାରପିଟ କରୁଥିଲା । ଏହାଦ୍ବାରା ସେ ଚାପଗ୍ରସ୍ତ ହୋଇ ଜୀବନ ଦେଇଦେଲେ । ପୋଲିସ କେସ ପଞ୍ଜିକରଣ କରି ନେଇଛି ।

Leave A Reply

Your email address will not be published.