ଯିବା ପୁର୍ବରୁ ହିଁ ମୃତ୍ୟୁର ଶୋକ ମନାଉଥିଲେ ସେନ ଓ୍ଵାର୍ଣ୍ଣ ,କ୍ରିକେଟରଙ୍କ ଶେଷ ଟୁଇଟ ସୃଷ୍ଟି କଲା ହଲଚଲ

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆର ମହାନ୍ ସ୍ପିନର ସେନ ଓ୍ଵାର୍ଣ୍ଣ ଦୁନିଆକୁ ବିଦାୟ ଦେଇଛନ୍ତି । ସେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ନେଇଛନ୍ତି । ସେନ ଓ୍ଵାର୍ଣ୍ଣଙ୍କ ବଲକୁ ଖେଳିବା କାହା ପାଇଁ ମଧ୍ୟ ସହଜ ନଥିଲା । ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେନ ଓ୍ଵାର୍ଣ୍ଣଙ୍କ ଲାଷ୍ଟ ଟୁଇଟ ବିଷୟରେ ।

ସେନ ଓ୍ଵାର୍ଣ୍ଣ କଲେ ଏହି ଲାଷ୍ଟ୍ ଟୁଇଟ :-

ଆଜି ସକାଳେ ହିଁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରଡ ମାର୍ଷଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ସେନ ଓ୍ଵାର୍ଣ୍ଣ ନିଜର ଶେଷ ଟୁଇଟରେ ଲେଖିଥିଲେ ଯେ ରଡ ମାର୍ଷଙ୍କ ମୃତ୍ୟୁ ଖବର ଶୁଣି ବହୁତ୍ ଦୁଃଖ ଲାଗିଲା । ସେ ଆମର ମହାନ୍ ଖେଳର ଲିଜେଣ୍ଡ ଥିଲେ ଏବଂ ଅନେକ ଯୁବ ପୁଅ ଏବଂ ଝିଅମାନଙ୍କ ପାଇଁ ପ୍ରେରଣା ଥିଲେ । ରଡ କ୍ରିକେଟକୁ ବହୁତ୍ ଧ୍ୟାନ ଦେଉଥିଲେ ଏବଂ ବହୁତ୍ କିଛି ଦେଇଛନ୍ତି, ବିଶେଷକରି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଖେଳାଳି ମାନଙ୍କୁ ବହୁତ୍ କିଛି ଦେଇଛନ୍ତି । ରୋସ ଏବଂ ପରିବାରକୁ ବହୁତ୍ ଭଲପାଇବା ପଠାଇବ । RIP mate । ଏହାସହିତ ସେ ହାର୍ଟ ଇମୋଜି ମଧ୍ୟ ଦେଇଥିଲେ ।

ଅଷ୍ଟ୍ରେଲିଆକୁ କରିଥିଲେ ବିଜେତା :-

ସେନ ଓ୍ଵାର୍ଣ୍ଣଙ୍କ ବୋଲିଂ ର ଚମତ୍କାରିତା ଥିଲା ଯେ ଅଷ୍ଟ୍ରେଲିଆ 1999 ରେ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି କ୍ରିକେଟ ୱାର୍ଲ୍ଡ କପ ଜିତି 12 ବର୍ଷ ପରେ ନିଜ ନାମରେ ପୁଣିଥରେ ୱାର୍ଲ୍ଡ ବିଜେତା କରିବାର କାରନାମା କରିଥିଲେ । ସେନ ଓ୍ଵାର୍ଣ୍ଣ ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାପାଇଁ ଆସିଥିବା ପାକିସ୍ତାନୀ ଟିମର ୪ଟି ୱିକେଟ ମାତ୍ର 33 ରନରେ ନେଇ ତାଙ୍କୁ 132 ରନରେ ହିଁ ହରାଇ ଦେଇଥିଲେ । ଏହାପରେ ଅଷ୍ଟ୍ରେଲିଆ 2ଟି ୱିକେଟ ରେ 133 ରନ କରି ମ୍ୟାଚ୍ ଜିତିଥିଲା । ସେନ ଓ୍ଵାର୍ଣ୍ଣଙ୍କୁ ଏହି ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦ ଫାଇନାଲ ବଛା ଯାଇଥିଲା ।

ବିନା ଶତକର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର :-

ସେନ ଓ୍ଵାର୍ଣ୍ଣ ଟେଷ୍ଟ କ୍ରିକେଟରେ 3154 ରନ ମଧ୍ୟ କରିଛନ୍ତି, ଯାହା ବିନା ଶତକର ଯେକୌଣସି ବ୍ୟାଟ୍ସମ୍ୟାନ୍ ଙ୍କ ସବୁଠାରୁ ଅଧିକ ରନର ୱର୍ଲ୍ଡ ରେକର୍ଡ ଅଟେ । ସେନ ଓ୍ଵାର୍ଣ୍ଣ ଟେଷ୍ଟ କ୍ରିକେଟରେ 12 ଫିଫ୍ଟି କରିଛନ୍ତି, କିନ୍ତୁ ତାଙ୍କର ଉଚ୍ଚ ସ୍କୋର 99 ରନରେ ହିଁ ରହିଗଲା, ଯାହା ସେ 2001ରେ ନ୍ୟୁଜ୍ଲ୍ୟାଣ୍ଡ ବିରୋଧରେ ପର୍ଥ ଟେଷ୍ଟରେ କରିଥିଲେ । ଏହାବ୍ୟତୀତ ସେନ ଓ୍ଵାର୍ଣ୍ଣ ଆଉ ଥରେ ମଧ୍ୟ ଶତକର ପାଖରେ ପହଞ୍ଚି ସାରିଥିଲେ ।

Leave A Reply

Your email address will not be published.