କୋଳରେ ବୃଦ୍ଧ ମହିଳା,କାନ୍ଧ ଉପରେ ବନ୍ଧୁକ ଝୁଲାଇ କୁଆଡେ ଯାଉଛନ୍ତି ଏହି ପୋଲିସ ? କାରଣ ଜାଣିଲେ ଆଖିରେ ଲୁହ ଆସିଯିବ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶରେ ଆଜିକାଲି ବିଧାନସଭା ନିର୍ବାଚନ ଚାଲିଛି । ଏହି ନିର୍ବାଚନ ନିଜ ଅନ୍ତିମ ପର୍ଯ୍ୟାୟର ଆସୁଛି । ଉଲ୍ଲେଖଯୋଗ୍ୟ ଯେ ୟୁପିରେ 7ଟି ପର୍ଯ୍ୟାୟରେ 403 ସିଟରେ ନିର୍ବାଚନ ହେଉଛି । ମାର୍ଚ୍ଚ 3 ତାରିଖରେ ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟର ମତଦାନ ମଧ୍ୟ ହେଲା । ଏହି ସମୟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ସମସ୍ତଙ୍କୁ ଭାବୁକ କରିଦେଲା । ଏହି ଦୃଶ୍ୟକୁ ଦେଖିବାପରେ ସମସ୍ତେ ୟୁପି ପୋଲିସକୁ ପ୍ରଶଂସା କରିବାକୁ ଲାଗିଲେ ।

ବୃଦ୍ଧ ମହିଳାଙ୍କୁ ପୋଲିସ କନେଷ୍ଟବଳ କୋଳରେ ଧରିଲେ :-

ବାସ୍ତବରେ ଏହି ହୃଦୟଛୁଆଁ ଦୃଶ୍ୟ ଗୋରଖପୁର ଜିଲ୍ଲାର ଗୋଟିଏ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଲା । ଏଠାରେ ଜଣେ ବୃଦ୍ଧ ମହିଳା ଭୋଟ ଦେବାକୁ ଆସିଥିଲେ, କିନ୍ତୁ ତାଙ୍କୁ ଚାଲିବାରେ କିଛି ଅସୁବିଧା ହେଉଥିଲା । ଏପରି ପରିସ୍ଥିତିରେ ଜଣେ ପୋଲିସ କନେଷ୍ଟବଳ ବୃଦ୍ଧ ମହିଳାଙ୍କୁ କୋଳରେ ଉଠାଇ ନେଲେ । କାନ୍ଧରେ ବନ୍ଧୁକ ଏବଂ କୋଳରେ ବୁଢୀ ମାଉସୀଙ୍କୁ ଧରି ଯାଉଥିବା ଏହି ପୋଲିସଙ୍କ ଭିଡିଓ ବର୍ତ୍ତମାନ ବହୁତ୍ ଭାଇରାଲ ହେଉଛି ।

ୟୁପି ପୋଲିସ କଲା ପ୍ରଶଂସା :-

ଏହି ଭାଇରାଲ ଭିଡ଼ିଓରେ ଦେଖାଯାଇପାରେ ଯେ କିପରି ୟୁପି ପୋଲିସର ଜଣେ ଯବାନ ବୃଦ୍ଧ ମହିଳାଙ୍କୁ ଭୋଟ ଦେବାପରେ ମତଦାନ କେନ୍ଦ୍ରରୁ କୋଳରେ ଧରି ବାହାରକୁ ନେଇ ଆସେ । ଏହି ଭିଡିଓକୁ ୟୁପି ପୋଲିସ ନିଜର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ରେ ମଧ୍ୟ ସେୟାର କରିଛନ୍ତି । ଭିଡିଓ ସହିତ ସେ କ୍ୟପ୍ସନ୍ ରେ ଲେଖିଛନ୍ତି –

ଲୋକମାନେ ପୋଲିସ କର୍ମଚାରୀଙ୍କ ଷ୍ଟାଇଲ କୁ ବହୁତ୍ ପଶନ୍ଦ କରୁଛନ୍ତି :-

ଏହି ଭିଡିଓ ଭାଇରାଲ୍ ହେବାପରେ ଲୋକମାନେ ମଧ୍ୟ ପବନ ନାମକ ଏହି ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ଜଣେ ୟୁଜର ଲେଖିଛନ୍ତି – ” ଲୋକତନ୍ତ୍ରର ଏହି ଅବସରରେ ଆପଣ ନିଜ ହୃଦୟ ଭିତରରୁ କର୍ତ୍ତବ୍ୟ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ।” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ” ଇଏ ତ ହେଉଛି ଇଣ୍ଡିଆର ସୁନ୍ଦରତା ।”

Leave A Reply

Your email address will not be published.