ସକାଳୁ ଉଠି ହଳଦୀରେ ଏହି ୨ଟି ଜିନିଷ ମିଶାଇ ଖାଆନ୍ତୁ, ରାତି ପର୍ଯ୍ୟନ୍ତ ବ୍ଲଡ ସୁଗାର କଣ୍ଟ୍ରୋଲରେ ଆସିଯିବ

0

Get real time updates directly on you device, subscribe now.

ଡାଇବେଟିସ ଏକ ଗମ୍ଭୀର ସମସ୍ୟା ଅଟେ ଯାହାର କୌଣସି ପର୍ମାନେଣ୍ଟ ଚିକିତ୍ସା ନାହିଁ। ଏହାକୁ କେବଳ ହେଲ୍ଦି ଡାଏଟ ଓ ଲାଇଫଷ୍ଟାଇଲ ଜରିଆରେ କଣ୍ଟ୍ରୋଲ କରାଯାଇପାରିବ। ଡାଇବେଟିସରେ ବ୍ଲଡ଼ ସୁଗାର ଅନକଣ୍ଟ୍ରୋଲ ହେବା ଫଳରେ ବଢ଼ିଥାଏ, ଯାହା ଫଳରେ କୌଣସି ଗମ୍ଭୀର ସମସ୍ୟା କିମ୍ବା ବିପଦ ମଧ୍ୟ ହୋଇପାରେ। ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ପାଇଁ ଅନେକ ଉପାୟ ଅଛି ଯେଉଁଥିରେ ଏକ ହଳଦୀ ମଧ୍ୟ ଅଛି।

ହଳଦୀର ଲାଭ ବିଷୟରେ କହିଲେ, ଏହା ଖାଦ୍ୟରେ ରଙ୍ଗ ଓ ସ୍ବାଦ ଦେବା ବ୍ୟତୀତ ଅନେକ ରୋଗର ମଧ୍ୟ ଉପଚାର କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଶହେରୁ ଅଧିକ ରାସାୟନିକ ଗୁଣକୁ ଚମତ୍କାରୀ ମାମଲା କୁହାଯାଏ। ହଳଦୀରେ କରକ୍ୟୁମିନ ନାମକ ଏକ ସକ୍ରିୟ ଯୌଗିକ ଥାଏ, ଯାହାକି ଅନେକ ରୋଗକୁ ରୋକିଥାଏ।

ଅନେକ ଅଧ୍ୟାୟରେ ଦାବି କରାଯାଇଛିକି ହଳଦୀର ସୀମିତ ମାତ୍ରାରେ ସେବନ କରିବା ଦ୍ଵାରା ବ୍ଲଡ ସୁଗାର ଲେବଲକୁ ବହୁତ ମାତ୍ରାରେ କମ କରାଯାଇଥାଏ। ଯଦି ଆଳନ୍ ଡାଇବେଟିଜର ରୋଗୀ ଅଟନ୍ତି, ତେବେ ଆପଣଙ୍କୁ ହଳଦୀର ଅଧିକ ଲାଭ ପାଇବା ପାଇଁ ଏଥିରେ ଅଁଳା ଓ ଅଦା ମିଶାଇ ପାରିବେ।

ହଳଦୀ ସହିତ ଅଁଳା ଓ ଅଦା କାହିଁକି?

ହଳଦୀ, ଅଁଳା ଓ ଅଦାର ଭିନ୍ନ ଭିନ୍ନ ଲାଭ ଅଛି। ଯେତେବେଳେ ଏହି ତିନୋଟି ଜିନିଷକୁ ଏକ ସାଥିରେ ମିଶାଇ ଦିଆଯାଏ, ତେବେ ହଳଦୀ ଏକ ଟନିକରେ ପରିଣତ ହୋଇଯାଏ। ଆୟୁର୍ବେଦରେ ଏହି ତିନୋଟି ଜିନିଷର ସେବନ କରିବା ଦ୍ୱାରା ଶରୀରକୁ ଅଗଣିତ ଲାଭ ମିଳିଥାଏ।

ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ:-

ହଳଦୀ ସହିତ ଅଦା ଓ ଅଁଳାର ରସ ମିଶାଇ ପିଇବା ଦ୍ଵାରା ଆପଣଙ୍କୁ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇପାରେ। ଏହି ତିନୋଟି ଜିନିଷରେ ଭିଟାମିନ ସି ଓ ଏଣ୍ଟିଅକ୍ସିଡାଣ୍ଟ ସହିତ ବିଭିନ୍ନ ପୋଷାକ ତତ୍ତ୍ଵ ମିଳିଥାଏ, ଯାହାକି ସୁଗାରକୁ ବଢ଼ାଇବାରେ ରୋକିଥାଏ। କେବଳ ଏତିକି ନୁହେଁ ବରଂ ଏହି କମ୍ବିନେସନ ଇମ୍ୟୁନ ସିଷ୍ଟମକୁ ମଜବୁତ କରିବାରେ ସହାୟକ ହୋଇଥାଏ।

ସମସ୍ତ ଗ୍ୟାଷ୍ଟ୍ରିକ ସମସ୍ୟାରୁ ହେବ ଚିକିତ୍ସା:-

ଅଦା ଓ ହଳଦୀର ଗୁଣ ପେଟର ସମସ୍ୟାର ଚିକିତ୍ସାରେ ବହୁତ ଉପଯୋଗୀ ଅଟେ। ଯେଉଁଥିରେ ସୁଜନ, ଅପଚ, ପେଟ ବଥା ଆଦି ସାମିଲ ଅଛି। ଯଦି ଆପଣ ଏମିତି ବ୍ୟକ୍ତି ଅଟନ୍ତି ଯିଏକି ଲଗାତାର ସମସ୍ୟା ସହିତ ଲଢ଼ୁଛନ୍ତି, ତେବେ ଆପଣକୁ ପ୍ରତ୍ୟେକ ଦିନ ଏହି ମିଶ୍ରଣକୁ ଖାଲି ପେଟରେ ସେବନ କରିବା ଉଚିତ।

ଥଣ୍ଡା ଓ କାଶରୁ ମିଳେ ଆରାମ:-

ପ୍ରତ୍ୟେକ ଦିନ ଏହି ମିଶ୍ରଣକୁ ନେବା ଦ୍ବାରା ଆପଣଙ୍କୁ ଥଣ୍ଡା-କାଶ ପରି ଲକ୍ଷଣରୁ ମୁକ୍ତି ମିଳିଥାଏ। ଅଦାରେ ସମସ୍ତ ଗୁଣ ମିଳିଥାଏ, ଯାହାକି ଥଣ୍ଡା ଓ କାଶରୁ ଲଢ଼ିବାରେ ସହାୟକ ହୋଇଥାଏ। ଅଁଳା ଭିଟାମିନର ଭଣ୍ଡାର ଅଟେ, ଯାହାକି ରୋଗରୁ ଲଢିବାରେ ଶକ୍ତି ଦେଇଥାଏ।

ଶାରୀରିକ ବଥା ହେବ ନାଶ:-

ଏହି ମିଶ୍ରଣ ଏଣ୍ଟି-ଇନ୍ଫ୍ଲେମେଟରି ଗୁଣର ଖଜାନା ଅଟେ ସେଥିପାଇଁ ଏହା ଶରୀରର ବଥାର ଚିକିତ୍ସା କରିବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିପାରେ। ଆପଣଙ୍କୁ ଏହି ମିଶ୍ରଣର ସୀମିତ ମାତ୍ରାରେ ସେବନ କରିବା ଉଚିତ।

ଡିସ୍କ୍ଲେମର:-

ଏହା କେବଳ ସାମାନ୍ୟ ସୂଚନା ପାଇଁ ଅଟେ। ଏହା କୌଣସି ପ୍ରକାର ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସବୁବେଳେ ନିଜର ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

Leave A Reply

Your email address will not be published.