ୟୁକ୍ରେନକୁ ଯିଏ ଛାରଖାର କରିଛି, ସେ ହିଁ ଗଢ଼ିବାକୁ ଅର୍ଥ ଦେବ – ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

0

Get real time updates directly on you device, subscribe now.

ଚାଲିଛି ଘମାଘୋଟ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍‌ । ଭାରିପଡୁଛି ଋଷ କିନ୍ତୁ ପଛକୁ ହଟୁନି ୟୁକ୍ରେନ୍ ସେନା । ୪ ପଟୁ ଘେରି ରହିଛନ୍ତି ପୁଟ୍ଟିନ୍‌ ବାହିନୀ । ତଥାପି ମଝିରେ ରହି ଦମ୍‌ ଦେଖାଉଛନ୍ତି ଜେଲେଂସ୍କି । ଘନଘନ ମିସାଇଲ ମାଡ ଆକାଶ ମାର୍ଗରୁ ବର୍ଷୁଛି ବୋମା । ମୁହଁ ତୋଡ ଜବାବ ଦେଉଛନ୍ତି ୟୁକ୍ରେନ୍ ସେନା । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋମିଡିର୍‌ ଜେଲେଂସ୍କି । ପରିବାରକୁ ପଛରେ ଛାଡି ଦେଶ ପାଇଁ ଦିନରାତି ଏକ୍‌ କରିଦେଇଛନ୍ତି । ଯବାନଙ୍କ ମନୋବଳ ବଢାଇବାକୁ ସୈନ୍ୟ ପୋଷାକ ପିନ୍ଧି ନିଜେ ବାହାରି ପଡୁଛନ୍ତି ।

ନିଜ ଜୀବନକୁ ବାଜି ଲଗାଇ ସୈନିକଙ୍କ ସହ ଛିଡା ହୋଇଛନ୍ତି ଜେଲେଂସ୍କି । ଜଣେ କମେଡିଆନ୍‌ରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଂସ୍କି କୌଣସି ପରିସ୍ଥିତିରେ ବି ହାର୍‌ ମାନିବାକୁ ନାରାଜ୍ । ୟୁକ୍ରେନ୍‌ ଜନତାଙ୍କ ମନରେ ଜୋସ୍‌ ଭରିଦେଇଛନ୍ତି ଜେଲେଂସ୍କି । ତେବେ ଅଷ୍ଟମ ଦିନରେ ଋଷ-ୟୁକ୍ରେନ୍‌ ଯୁଦ୍ଧ । ଟକ୍କର ଜୋରଦାର କେହି କାହାରିକୁ ଛାଡିବାକୁ ନାରାଜ୍‌ । ଜେଲେଂସ୍କିଙ୍କ ମନୋବଳ ବଢାଉଛନ୍ତି ଦେଶବାସୀ । ସୁରକ୍ଷା ଦୃଷ୍ଟିରୁ ଦେଶ ଛାଡି ଚାଲଯିବାକୁ କହିଥିଲା ଆମେରିକା । କିନ୍ତୁ ଚଟ୍ଟାଣ ଭଳି ଛିଡା ହୋଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କବ୍‌ଜା କରୁଛି ଋଷ । ସେପଟେ ସେ ହାର ମାନିବେନି କି ମୁଣ୍ଡ ନୁଆଁଇବେନି ଆଉ ଶରୀରରେ ଶେଷ ବିନ୍ଦୁ ରକ୍ତ ଥିବା ଯାଏଁ ଯୁଦ୍ଧ କରିବୁ କହିଛନ୍ତି ଜେଲେଂସ୍କି ।

ୟୁକ୍ରେନ୍‌ ରାଜଧାନୀ କିଭ୍‌ ଦଖଲ କରିବାକୁ ଜୋରଦାର ପ୍ରୟାସ କରି ନିଜ ଅକ୍ତିଆର କୁ ନେଇଯାଇଛି ଋଷ । ୪ ପଟୁ ଘେରିଯାଇ ୟୁକ୍ରେନ୍‌କୁ ଆଟାକ୍‌ କରୁଛି ଋଷ । ସେପଟେ ମୁହଁତୋଡ୍ ଜବାବ୍ ମଧ୍ୟ ଦେଉଛି ୟୁକ୍ରେନ୍ ସେନା । ୪ ହଜାର ୩ଶହ ଋଷ ସୈନ୍ୟ ନିପାତ ହୋଇଥିବା ଦାବି କରୁଛି ୟୁକ୍ରେନ୍ । ଅନ୍ୟପଟେ ଋଷ ଆଟାକ୍‌ରେ ଗଲାଣି ୨୪୦ ସାଧାରଣ ଲୋକଙ୍କ ଜୀବନ । ୟୁକ୍ରେନ୍‌ରେ ଫାଦର୍‌ ଅଫ୍‌ ଅଲ୍ ବମ୍‌ ଫିଙ୍ଗିବାକୁ ଯୋଜନା କରୁଛନ୍ତି କି ପୁଟ୍ଟିନ୍‌? ଏଫ୍-ଓ-ଏ-ବି ଫାଦର୍‌ ଅଫ୍‌ ଅଲ୍ ବମ୍‌ ହେଉଛି ପରମାଣୁ ବୋମା ଠାରୁ ବି ଆହୁରି ଶକ୍ତିଶାଳୀ ।

ଯଦି ପୁଟ୍ଟିନ୍‌ ଏହା କରନ୍ତି ତେବେ ଆରମ୍ଭ ହୋଇଯିବ କି ପରମାଣୁ ଯୁଦ୍ଧ? କାରଣ ୟୁକ୍ରେନ୍‌କୁ ଧ୍ବସ୍ତ ବିଧ୍ବସ୍ତ କରିବାକୁ ଯୋଜନା କରୁଛନ୍ତି ପୁଟ୍ଟିନ୍‌ । ସଫଳ ହେଉଛନ୍ତି କି ସମାଧାନ ହେଉଛି । ଏବେ ତାହା ଉପରେ ବିଶ୍ବବାସୀଙ୍କ ନଜର । ସେପଟେ ୟୁକ୍ରେନ୍ ର ରାଷ୍ଟ୍ରପତି ଜେଲେନ୍ସ୍କି ଆହ୍ବାନ ଦେଇ କହିଛନ୍ତି ଯେ ୟୁକ୍ରେନ କୌଣସି ଭି ପରିସ୍ଥିତିରେ ଡରିଯାଇ ପଛଘୁଞ୍ଚା ଦେବନାହିଁ । ପୂର୍ବରୁ ମଧ୍ୟ ୟୁକ୍ରେନ ଦୁଇଟି ବିଶ୍ଵଯୁଦ୍ଧ ଆଉ ଦୁର୍ଭିକ୍ଷ ଦେଖି ସାରିଛି ଆଉ ତାପରେ ମଧ୍ୟ ଆଜି ଦମ୍ଭ ହୋଇ ଛିଡା ହୋଇଛି । ଯୁଦ୍ଧ ପରେ ୟୁକ୍ରେନ ସବୁ ପୁଣିଥରେ ପୁନଃ ନିର୍ମାଣ କରିବ ଆଉ ସେଥିରେ ରୁଷ ସାହାଯ୍ୟ କରିବ । ଏହି ଧ୍ବସ୍ତ ବିଧ୍ବସ୍ତ ର ମୂଲ୍ୟ ରୁଷ ନିଶ୍ଚିତ ଭାବରେ ଦେବ ବୋଲି କହିଛନ୍ତି ଜେଲେନ୍ସ୍କି ।

Leave A Reply

Your email address will not be published.