ରେଳ ଷ୍ଟେସନରେ ବିଷ ପିଇଲେ ପ୍ରେମୀଯୁଗଳ

0

Get real time updates directly on you device, subscribe now.

ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ଦମ୍ପତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ | ତାଙ୍କର ଏହି ଚେଷ୍ଟାରେ ଯୁବକଙ୍କର ମୃତ୍ୟୁ ହୋଇଗଲା ଯେତେବେଳେ କି ଯୁବତୀ ଗମ୍ଭୀର ଅବସ୍ଥାରେ ଜୀବନ ଆଉ ମୃତ୍ୟୁ ସହ ଯୁଦ୍ଧ ଲଢ଼ୁଛନ୍ତି |

ପ୍ରେମୀଯୁଗଳଙ୍କ ଦ୍ୱାରା ବିଷାକ୍ତ ପଦାର୍ଥର ସେବନ :-

ଆଲବର ରେଳ ଷ୍ଟେସନରେ ବୁଧବାର ଦିନ ମିଳିଥିବା ପ୍ରେମୀ ଯୁଗଳ ଦ୍ୱାରା ବିଷାକ୍ତ ପଦାର୍ଥର ସେବନ କରିବା ପରେ ଜିଆରପି ଥାନାର ପୋଲିସ ଦୁହିଁଙ୍କୁ ଉପଚାର ପାଇଁ ସାଧାରଣ ଚିକିତ୍ସଳୟ ଭର୍ତ୍ତି କରିଥିଲେ | ସେହିଠାରେ ସନ୍ଦ୍ୟାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଗଲା ଆଉ ଯୁବତୀଙ୍କର ସାଧାରଣ ଚିକିତ୍ସଳୟରେ ଉପଚାର କରାଯାଉଛି | ସେହିଠାରେ ଜିଆରପି ଥାନା ପୋଲିସ ଦ୍ୱାରା ଗୁରୁବାର କୁ ମୃତ୍ ଯୁବକଙ୍କର ପୋଷ୍ଟମଟମ୍ କରିଲେ ଆଉ ତା ପରେ ଶବକୁ ତାଙ୍କ ପରିଜନ ମାନଙ୍କୁ ଦେଇଦେଲେ |

ଟିସି ଅଫିସ୍ ବାହାରେ ଖାଇଲେ ବିଷ :-

ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଲକ୍ଷ୍ମଣ ସିଂହ କହିଛନ୍ତି ଯେ ବୁଧବାର ଅପରାହ୍ନରେ ପ୍ରୟାଙ୍ଗରାଜ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ଏହି ପ୍ରେମୀଯୁଗଳ ଅଲବରକୁ ଆସିଥିଲେ ଆଉ ଟିସି ଅଫିସ ସାମ୍ନାରେ ହିଁ ଦୁହେଁ ବିଷାକ୍ତ ପଦାର୍ଥ ସେବନ କରିଦେଲେ | ତାଙ୍କୁ ତୁରନ୍ତ ସାଧାରଣ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ଯୁବକ ଅରବିନ୍ଦ କୋଲିଙ୍କର ମୃତ୍ୟୁ ହୋଇଥିବା ବେଳେ ଯୁବତୀ କାଜଲ ଜୈସୱାଲଙ୍କର ସାଧାରଣ ଚିକିତ୍ସଳୟରେ ଉପଚାର ଜାରି ରାହିଛି |

ଶବକୁ ପରିଜନଙ୍କୁ ହସ୍ତାନ୍ତର କଲେ :-

ମୃତକଙ୍କ ପରିଜନଙ୍କୁ ପୋଲିସ ଦ୍ୱାରା ସୂଚନା ଦିଆଯାଇଥିଲା | ପରିଜନଙ୍କ ଆସିବା ପରେ ସାଧାରଣ ଚିକିତ୍ସାଳୟରୁ ଶବକୁ ପୋଷ୍ଟମର୍ଟମ କରିବା ପରେ ମୃତଦେହକୁ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରିଦିଆଯାଇଛି |

ଦଶମ ଶ୍ରେଣୀରୁ ଚାଲିଥିଲା ପ୍ରେମ ସମ୍ପର୍କ :-

ମୃତକଙ୍କ ପିତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଯୁବକ ଓ ଯୁବତୀ ଏକା ସାଙ୍ଗରେ ଦଶମ ଶ୍ରେଣୀରେ ପଢୁଥିଲେ | ଆଉ ସେବେଠାରୁ ଉଭୟଙ୍କ ପ୍ରେମ ସମ୍ପର୍କ ଚାଲିଥିଲା ​​|

Leave A Reply

Your email address will not be published.