ସ୍ତ୍ରୀର ସୁନ୍ଦରତା ହିଁ ହେଲା ସନ୍ଦେହର କାରଣ, ସ୍ବାମୀ ନେଲା ଏପରି ପଦକ୍ଷେପ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆପଣ ନିଜ ଆଖପାଖର ଅନେକ କପଲ୍ସଙ୍କୁ ଦେଖିଥିବେ, ଯେଉଁମାନେ କି ନିଜ ପାର୍ଟନର ଉପରେ ଭରଷା କରିବା ବଦଳରେ ସେମାନଙ୍କ ଉପରେ ସନ୍ଦେହ କରନ୍ତି । ଏପରି ପରିସ୍ଥିତିରେ ଆପଣଙ୍କର ସନ୍ଦେହ ଆପଣଙ୍କୁ ଆପଣଙ୍କ ପାର୍ଟନର ଠାରୁ ଦୂର ତ କରିଥାଏ, ଏହାସହିତ ଆପଣଙ୍କର ସେମାନଙ୍କ ସହିତ ଯେଉଁ ସୁନ୍ଦର୍ ସମ୍ପର୍କ ଥାଏ, ଏହି ସନ୍ଦେହ ସେହି ସମ୍ପର୍କକୁ ମଧ୍ୟ ଶେଷ କରିବାକୁ ଲାଗେ ।

ବ୍ୟକ୍ତିକୁ ହେଲା ସୁନ୍ଦରୀ ସ୍ତ୍ରୀ ଉପରେ ସନ୍ଦେହ :-

ଏହିପରି ଗୋଟିଏ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠାରେ ସ୍ବାମୀ ନିଜ ସ୍ତ୍ରୀ ଉପରେ ଏତେ ଗଭୀର ସନ୍ଦେହ କଲା ଯେ ଦୁହିଙ୍କ ସମ୍ପର୍କ ମଧ୍ୟରେ ଏହାର ପ୍ରଭାବ ପଡ଼ିବାକୁ ଲାଗିଲା । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି, ଯିଏ କି 31 ବର୍ଷ ବୟସର ଅଟନ୍ତି ଏବଂ ତାଙ୍କ ସ୍ତ୍ରୀ 30 ବର୍ଷ ବୟସର ଅଟନ୍ତି ।

ଏହି ବ୍ୟକ୍ତି କହିଛନ୍ତି ଯେ ତାଙ୍କୁ ସନ୍ଦେହ ହେଉଛି ଯେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ତାଙ୍କଠାରୁ ଦୂରେଇ ଯାଉଛନ୍ତି । ଏପରି ଏଥିପାଇଁ ଲାଗୁଛି ଯେ କାରଣ ଯେତେବେଳେ ବି ଏମାନେ ବାହାରକୁ ଯାଆନ୍ତି, ସେତେବେଳେ ତାଙ୍କ ସ୍ତ୍ରୀ ବୋଲ୍ଡ ଡ୍ରେସ ପିନ୍ଧି ହିଁ ବାହାରକୁ ଯାଆନ୍ତି ।

ଏହି ବ୍ୟକ୍ତିଙ୍କ ଅନୁଯାୟୀ, ସେ ଏବଂ ତାଙ୍କ ସ୍ତ୍ରୀ ଅଧିକାଂଶ ବାହାରକୁ ଯାଆନ୍ତି ନାହିଁ, କିନ୍ତୁ ସେମାନେ ଯେତେବେଳେ ଗତ ଥର ବାହାରକୁ ଯାଇଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ୱଷ୍ଟର୍ନ ପୋଷାକ ପିନ୍ଧିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଏହି ଦୁଇ ସ୍ବାମୀ ସ୍ତ୍ରୀଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଯାହାଙ୍କ ବୟସ 2 ବର୍ଷ ଏବଂ 4 ବର୍ଷ ଅଟେ ।

ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ବିଷୟରେ କହିଛନ୍ତି ଯେ ମୋ ସ୍ତ୍ରୀ ବାହାରକୁ ଯିବା ସମୟରେ କେବେ ବି ପିଲାମାନଙ୍କୁ ନିଜ ସହିତ ନେଇ ଯାଆନ୍ତି ନାହିଁ । ପିଲାମାନଙ୍କୁ ସବୁବେଳେ ମୁଁ ହିଁ ବାହାରକୁ ନେଇ ଯାଇଥାଏ । କିନ୍ତୁ ଯେତେବେଳେ ବି ମୋ ସ୍ତ୍ରୀ ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଆନ୍ତି, ସେତେବେଳେ ବହୁତ୍ ବୋଲ୍ଡ ଡ୍ରେସ ପିନ୍ଧି ଯାଆନ୍ତି । ଯେଉଁ କାରଣରୁ ମତେ ଲାଗୁଛି ଯେ ତାର କୌଣସି ଅନ୍ୟ ବ୍ୟକ୍ତି ସହିତ ଆଫେୟର ଚାଲିଛି ।

ଏକ୍ସପର୍ଟ ଦେଲେ ପରାମର୍ଶ :-

ଏପରି ପରିସ୍ଥିତିରେ ଏକ୍ସପର୍ଟ ଏହି ବ୍ୟକ୍ତିଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ହୋଇପାରେ ଯେ ଆପଣଙ୍କ ସ୍ତ୍ରୀ ନିଜ ସାଙ୍ଗ କିମ୍ବା ମହିଳା ସାଙ୍ଗ ସାମ୍ନାରେ ସୁନ୍ଦର ଦେଖାଯିବାକୁ ଚାହୁଁଥିବେ । ଜରୁରୀ ନୁହେଁ ଯେ ସେ ସେହି ବୋଲ୍ଡ ଡ୍ରେସ ପିନ୍ଧି ପୁରୁଷମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି । ଏକ୍ସପର୍ଟ ବ୍ୟକ୍ତିଂକୁ କହିଛନ୍ତି ଯେ ସେ ନିଜ ସମ୍ପର୍କକୁ ସୁଧାରିବା ପାଇଁ ପରସ୍ପର ପାଇଁ ସମୟ ବାହାର କରନ୍ତୁ । ନିଜ ସ୍ତ୍ରୀର ସୁନ୍ଦରତା ଏବଂ ତାଙ୍କ ପୋଷାକକୁ ପ୍ରଶଂସା କରନ୍ତୁ ।

Leave A Reply

Your email address will not be published.