ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ,ଗଠନ ହେଲା ୪ ଜଣିଆ ପ୍ରତିନିଧି ଦଳ

0

Get real time updates directly on you device, subscribe now.

ଗତ ମାସ ୨୪ ତାରିଖ ପାଖରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ସେଠାରେ ଜନତାଙ୍କର ଜୀବନ ଆଦୌ ସୁରକ୍ଷିତ ନାହିଁ। ପାଖାପାଖି ୧୦ ଲକ୍ଷ ବିଦେଶୀ ନାଗରିକମାନେ ୟୁକ୍ରେନ ଛାଡ଼ି ସାରିଛନ୍ତି। ଭାରତରୁ ୟୁକ୍ରେନରେ ୧୮ ହଜାରରୁ ଊର୍ଦ୍ଧ୍ୱ ନାଗରିକ ଫସି ରହିଥିବା ସମୟରେ ଏଥିରେ ଏକ ହଜାରରୁ ଅଧିକ ଲୋକ ଓଡ଼ିଶାରୁ ଅଛନ୍ତି। ଓଡିଆ ମାନଙ୍କ ମଧ୍ୟରେ ମେଡିକାଲ ଛାତ୍ରଛାତ୍ରୀ ଅଧିକ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶାକୁ ଆସି ସାରିଥିବା ବେଳେ ଅନ୍ୟମାନଙ୍କର ସେମାନଙ୍କର ପରିବାର ଓ ଓଡ଼ିଶାବାସୀ ଅପେକ୍ଷାରେ ଅଛନ୍ତି। ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆମାନେ କେମିତି ଆସି ଓଡ଼ିଶାରେ ପହଞ୍ଚିବେ ତାହା ବର୍ତ୍ତମାନ ଏକ ବଡ଼ ଚିନ୍ତା ଅଟେ।

ଓଡ଼ିଶା ସରକାର ବର୍ତ୍ତମାନ ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ୟୁକ୍ରେନର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରି, ରୋମାନିଆ ଓ ସ୍ଲୋଭାକିଆରୁ ଓଡ଼ିଆ ପିଲାମାନଙ୍କୁ ଭାରତକୁ ଆଣିବା ପାଇଁ ଏକ ୪ ଜଣିଆ ପ୍ରତିନିଧିଙ୍କୁ ସରକାର ନିଯୁକ୍ତ କରିଛନ୍ତି। ଏ ବିଷୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତିକି ୟୁକ୍ରେନ ସଂକଟ ନେଇ ପୋଲାଣ୍ଡ ପାଇଁ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ବିକ୍ରମାଦିତ୍ୟ, ହଙ୍ଗେରି ପାଇଁ ୟୁଏନ୍‌ଏଚ୍‌ସିଆରର ବରିଷ୍ଠ ଟିଡିପିଏସ୍‌ ଅଧିକାରୀ ଆରୁଷି ରାୟ, ରୋମାନିଆ ପାଇଁ ରୋମ୍‌ର ୟୁଏନ୍‌ ପଲିସି ଅଫିସର ବୈଶାଳୀ ମହାନ୍ତି ଓ ସ୍ଲୋଭାକିଆ ପାଇଁ ହଙ୍ଗେରିସ୍ଥିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ରେସିଡେଣ୍ଟ କମିସନରଙ୍କ ସହିତ ଯୋଗସୂତ୍ର ରଖି ପିଲାମାନଙ୍କୁ ସେଠାରୁ ଓଡ଼ିଶାକୁ ଆଣିବେ। ପିଲାମାନଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିରୁ ଦିଆଯିବ।

ବର୍ତ୍ତମାନ ଓଡ଼ିଆ ଛାତ୍ରଛାତ୍ରୀମାନେ ୟୁକ୍ରେନ ଓ ଏହାର ପଡୋଶୀ ରାଷ୍ଟ୍ରରେ ବହୁତ କଷ୍ଟରେ ଦିନ କାଟୁଛନ୍ତି। ଭୁବନେଶ୍ୱରରୁ ଯାଇ ଖାରଭିକ୍‌ ନ୍ୟାସନାଲ ମେଡିକାଲ କଲେଜରେ ପାଠ ପଢୁଥିବା ଛାତ୍ରୀ ଋତୁପର୍ଣ୍ଣା ରାଉତ କହିଛନ୍ତିକି, ଆମେ ଉଦ୍ଧାରକୁ ଅପେକ୍ଷା କରିଥିଲୁ। ନା ବୈଦେଶିକ ମନ୍ତ୍ରାଳୟ ନା ଦୂତାବାସ, କେହି ଆମକୁ ଉଦ୍ଧାର କରିବା ପାଇଁ ସାହାଯ୍ୟ କଲେ ନାହିଁ। ଶେଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଫଳରେ ଆମେ ଉଦ୍ଧାର ହୋଇପାରିଲୁ। ଏହି କଲେଜର ପ୍ରଥମ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବେହେରା ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମିତି ଖାରଭିକରୁ ଉଦ୍ଧାର ହୋଇଥିବା ମେଡିକାଲ ଛାତ୍ରୀ ଆକାଂକ୍ଷା ମଲ୍ଲିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.