ପ୍ରଥମେ ହଗ କରି ନେଲା ସେଲଫି, ତାପରେ ଏସିଡ ଟବରେ ପକାଇ ପ୍ରେମିକାକୁ କଲବଲ କରି ମାରିଲା ବୟଫ୍ରେଣ୍ଡ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଣିଷ ରୂପରେ ସୈତାନର ଏକ ଭୟଙ୍କର ରୂପ, ପ୍ରେମ ବିବାହ କରିଥିବା ପତ୍ନୀକୁ ଅତି ନିର୍ମମ ଭାବରେ ଏସିଡ଼ ଭର୍ତ୍ତି ହୋଇଥିବା ଏକ ଟବରେ ପକାଇ ସ୍ୱାମୀ ନେଇଗଲା ଜୀବନ। ଏପରି ଜଘନ୍ୟ ହତ୍ୟାକାଣ୍ଡର ଅଷ୍ଟ୍ରେଲିଆର ମେରାଜ ଜଫର ନାମକ ଜଣେ ବ୍ୟକ୍ତି ଏପରି କରିଥିବା ଜାଣିବାକୁ ମିଳିଛି। ତେବେ, ପୋଲିସ ନିକଟରୁ ବର୍ତ୍ତିବା ପାଇଁ ମେରାଜ ବହୁ ଚେଷ୍ଟା କରିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ଓ ତାଙ୍କ ବିରୁଦ୍ଧରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବାର ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ ମେରାଜ ଜଫର ପେଷାରେ ଜଣେ ବଡ଼ିବିଲ୍ଡର ଅଟନ୍ତି। ସେ ଦିର୍ଘଦିନ ଧରି ଅମିନା ହୟାତ ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଗତ କିଛିଦିନ ତଳେ ସେମାନଙ୍କର ବିବାହ ହୋଇଥିଲା। କିନ୍ତୁ, ମେରାଜ ଅତ୍ୟନ୍ତ ଚତୁରତାର ସହ ଅମିନାଙ୍କୁ ଏସିଡ଼ ଭର୍ତ୍ତି ଟବରେ ପକାଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ହତ୍ୟାର କିଛି ସମୟ ପୂର୍ବରୁ ସେ ଅମିନାଙ୍କୁ କୁଣ୍ଢାଇ ଧରିବା ସହ ସେଲ୍ଫି ନେଇଥିବାର ଜଣାପଡିଛି।

ତାପରେ ନିଜର ଦୋଷକୁ ଲୁଚାଇବା ପାଇଁ ମେରାଜ ଉକ୍ତ ଫୋଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। ଘଟଣା ଦିନ ହୟାତଙ୍କର ପରିଜନ ଘରକୁ ଆସି ସେଠାରେ ଭଙ୍ଗାରୁଜାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରକୁ ଯାଇ ଦେଖିଲେକି ବାଥରୁମ ଟବରେ କେବଳ କିଛଖଣ୍ଡ ମାଂସ ଟୁକୁରା। ଏହାପରେ ସନ୍ଦେହ ହେବାରୁ ସେମାନେ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମେରାଜକୁ ଗିରଫ କରିଥିଲେ ମଧ୍ୟ ହତ୍ୟା ପଛରେ ଥିବା କାରଣ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ।

Leave A Reply

Your email address will not be published.