ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆପଲର ବଡ ନିଷ୍ପତ୍ତି, ଆପଲର କୌଣସି ପ୍ରଡକ୍ଟ ଋଷରେ ହେବନି ବିକ୍ରି

0

Get real time updates directly on you device, subscribe now.

ଫେଡୋରୋଭ ଆପଲ ସିଇଓ ଟିମ୍ କୁକଙ୍କୁ ଏକ ଚିଠି ଲେଖିଛନ୍ତି ଓ କହିଛନ୍ତିଯେ ସେ ଋଷରେ ଆପଲ ଷ୍ଟୋର ବ୍ୟାନ କରିବା ସହ ନିଜର ସାମଗ୍ରୀ ଋଷିଆ ପାଇଁ ବନ୍ଦ କରିବେ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଆପଲ୍ କହିଛିକି ଋଷରେ ଏହାର ସମସ୍ତ ପ୍ରକାର ପ୍ରଡକ୍ଟ ବିକ୍ରି ବନ୍ଦ ହୋଇଛି।

ଋଷିଆରେ ଏହାର ଉତ୍ପାଦର ବିକ୍ରୟ ବନ୍ଦ କରିଦିଆ ଯାଇଛି। ଏହା ସହ ଆପଲ୍ ଏହାର ଆପ୍ ଷ୍ଟୋର ରୁ ମଧ୍ୟ ଋଷ ନ୍ୟୁଜ୍ ଆପ୍ RT ଓ ଏବଂ ସ୍ପୁଟନିକ୍ ଆପକୁ ମଧ୍ୟ ହଟାଇ ଦେଇଛି। ଖବର ଅନୁସାରେ କିଛିଦିନ ପୂର୍ବରୁ ଆପଲ ଋଷିଆରେ, “ଆପଲ୍ ପେ” ସର୍ଭିସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା।

ଉପମୁଖ୍ୟମନ୍ତ୍ରୀ ଆପଲକୁ ଚିଠି ପଠାଇଥିଲେ:-

କେବଳ ସେତିକି ନୁହେଁ ଗତ ସପ୍ତାହରେ ମଧ୍ୟ ୟୁକ୍ରେନର ଉପମୁଖ୍ୟମନ୍ତ୍ରୀ ମାୟଖାଇଲୋ ଫେଡୋରୋଭ ଆପଲକୁ ଏକ ଚିଠି ଲେଖି କହିଥିଲେକି ଯାହା ସେ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି। ଫେଡୋରୋଭ୍ ଆପଲ୍ ସିଇଓ ଟିମ୍ କୁକକୁ ଏକ ଚିଠି ଲେଖି ତାଙ୍କୁ ଋଷିଆରେ ଆପଲ୍ ଷ୍ଟୋର୍‌ ବ୍ୟାନ କରିବା ସହ ଏହାର ସମସ୍ତ ଉତ୍ପାଦର ଯୋଗାଣ ମଧ୍ୟ ବନ୍ଦ କରିବା ପାଇଁ କହିଥିଲେ।

ତେବେ ଏହାକୁ ନେଇ ଆପଲ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲା। ଉପମୁଖ୍ୟମନ୍ତ୍ରୀଙ୍କର ଚିଠିର ଉତ୍ତରରେ ଆପଲ କହିଛିଯେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିବା କାରଣରୁ ଆପଲ ଏହାକୁ ନେଇ ଅତ୍ୟନ୍ତ ଦୁଃଖିତ ଏବଂ ଚିନ୍ତିତ ଅଟେ। ଯେଉଁମାନେ ଏହି ହିଂସା ଭୋଗୁଛନ୍ତି ସେମାନଙ୍କ ସହ ଆପଲ କମ୍ପାନୀ ଅଉଛି। ଗତ ସପ୍ତାହରେ ଆପଲ ପେ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଆଇଫୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ବିକ୍ରୟ ମଧ୍ୟ ବନ୍ଦ କରିଛି ବୋଲି ଆପଲ ନିଜର ମନ୍ତବ୍ୟରେ କହିଛି। ଆମେ ଋଷିଆ ପାଇଁ ଆମର ଅନ୍ୟ ସେବା ମଧ୍ୟ ବନ୍ଦ କରିଦେଇଛୁ ବୋଲି ଆପଲ ୟୁକ୍ରେନ ଉପପ୍ରଧାମନ୍ତ୍ରୀଙ୍କୁ କହିଥିଲେ।

କେବଳ ସେତିକି ନୁହେଁ ୟୁକ୍ରେନ ଉପରେ ଋଷର ଆକ୍ରମଣ କରିବା ପରେ ଆମେରିକା ଋଷ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ସେହି ଉତ୍ପାଦଗୁଡ଼ିକ ଉପରେ ଆମେରିକା ମଧ୍ୟ ନିଜର ଏହି ପ୍ରତିବନ୍ଧକ ଲଗାଇଛି ଯାହାର ବ୍ରାଣ୍ଡ ଋଷର, କିନ୍ତୁ ଉତ୍ପାଦନ ଆମେରିକାରେ କରାଯାଏ। କୁହାଯାଉଛିକି ଏହି ପ୍ରତିବନ୍ଧକ ଆମେରିକୀୟ କମ୍ପାନୀଗୁଡିକ ପାଇଁ ବଡ ଧରଣର କ୍ଷତି ଘଟାଇପାରେ।

ଆମେରିକାର ବାଣିଜ୍ୟ ଆଇନ ଅନୁସାରେ ଆମେରିକା ଏହି ପ୍ରତିବନ୍ଧକ ଲଗାଇଛି। ଆମେରିକୀୟ କମ୍ପାନୀଗୁଡିକ ବର୍ତ୍ତମାନ କମ୍ପ୍ୟୁଟର, ସେନ୍ସର, ଲେଜର, ନାଭିଗେସନ୍ ଉପକରଣ ଏବଂ ଟେଲି ଯୋଗାଯୋଗ, ଏରୋସ୍ପେସ୍ ଏବଂ ସାମୁଦ୍ରିକ ଉପକରଣ ଆଦି ଋଷକୁ ବିକ୍ରି କରିବା ପାଇଁ ଲାଇସେନ୍ସ ପାଇବା ଦରକାର। ଏକ ରିପୋର୍ଟ ଅନୁସାରେ କିଛି ବର୍ଷ ପୂର୍ବେ ଚାଇନାର କମ୍ପାନୀ ହୁଆୱେ ଉପରେ ମଧ୍ୟ ଆମେରିକାର ସମାନ ପ୍ରତିବନ୍ଧକ ଲଗାଇଥିଲା, ଯେଉଁଥିପାଇଁ ହୁଆୱେକୁ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିଥିଲା। ବର୍ତ୍ତମାନ କହିବାକୁ ଗଲେ ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଅନେକ କମ୍ପାନୀଗୁଡ଼ିକ କ୍ଷତି ସହିବାକୁ ପଡ଼ିବ।

Leave A Reply

Your email address will not be published.