ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କଲେ ସୋନୁ ସୁଦ,ଦିଲ୍ଲୀ ଆସିବା ପରେ ଛାତ୍ରଛାତ୍ରୀମାନେ ଶୁଣାଇଲେ ପୁରା କାହାଣୀ
ଦୁନିଆ ବର୍ତ୍ତମାନ ୟୁକ୍ରେନ ଏବଂ ରୁଷର ଯୁଦ୍ଧ ଦେଖି ଚିନ୍ତିତ । ସେଠାରେ ଯୁଦ୍ଧ ହେଉଥିବା ବେଳେ ସେଥିରେ ଅନେକ ଭାରତୀୟ ଷ୍ଟୁଡେଣ୍ଟସ ମଧ୍ୟ ଫସି ରହିଛନ୍ତି ଏବଂ ସେମାନଙ୍କୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଅନେକ ପିଲା ଭାରତ ଫେରି ଆସିଲେଣି ଏବଂ ଅନ୍ୟମାନଙ୍କୁ ଆଣିବାକୁ ପ୍ରସ୍ତୁତି କରାଯାଉଛି । ଏହି ଯୁଦ୍ଧ ସମୟରେ ପୁଣିଥରେ ସୋନୁ ସୁଦ ଦେବଦୂତ ହୋଇ ଠିଆ ହୋଇଛନ୍ତି । ୟୁକ୍ରେନ ରୁ ସୁରକ୍ଷିତ ଭାବେ ଫେରିଥିବା ଜଣେ ଷ୍ଟୁଡେଣ୍ଟ୍ ସେଠିକାର ପୁରା ଅବସ୍ଥା ଶୁଣାଇ ଛନ୍ତି ଏବଂ କହିଛନ୍ତି ଯେ ସୋନୁ ସୁଦଙ୍କ ଟିମ୍ କିପରି ତାଙ୍କୁ ସାହାଯ୍ୟ କଲେ ।
ସୋନୁ ସୁଦ ନିଜେ ଏହାର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ ୟୁକ୍ରେନରେ ଆମ ଷ୍ଟୁଡେଣ୍ଟ୍ ପାଇଁ ବହୁତ୍ କଷ୍ଟକର ସମୟ ଏବଂ ବୋଧହୁଏ ବର୍ତ୍ତମାନ ପର୍ଯ୍ୟନ୍ତ ମୋର ସବୁଠାରୁ କଷ୍ଟକର ଆସାଇନମେଣ୍ଟ । ସୌଭାଗ୍ୟ ବଶତଃ ଆମେ କିଛି ଷ୍ଟୁଡେଣ୍ଟଙ୍କୁ ବୋର୍ଡର ପାର କରାଇ ସୁରକ୍ଷିତ ଅଞ୍ଚଳକୁ ଯିବାରେ ସାହାଯ୍ୟ କରିବାରେ ସଫଳ ହେଲୁ । ଆସନ୍ତୁ ଚେଷ୍ଟା କରି ଚାଲିବା, ସେମାନଙ୍କୁ ଆମର ଦରକାର୍ ଅଛି
ସୋନୁ ସୁଦ ତାଙ୍କ ପୋଷ୍ଟରେ ଭାରତ ସରକାର, ବିଦେଶ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂତାବାସ ମାନଙ୍କୁ ମଧ୍ୟ ଚମତ୍କାର କାମ କରିବାପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ସେ ଲଗାତାର ଭାବେ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ୍ ମଧ୍ୟ ଦେଇଛନ୍ତି ।
ଏହି ଭିଡ଼ିଓରେ ଜଣେ ଷ୍ଟୁଡେଣ୍ଟ୍ ଲକ୍ଷ୍ମଣ ନିଜ ସହିତ ଘଟିଥିବା ଘଟଣା ସେୟାର କରିଥିବାର ଦେଖାଯାଉଛି ଏବଂ ସେ କହୁଛି ଯେ 15 ଦିନ ମଧ୍ୟରେ ତାଙ୍କୁ ଆଜି ଶାନ୍ତି ମିଳୁଛି ଏବଂ ଏମିତି ଲାଗୁଛି ଯେମିତି ସେ ମୃତ୍ୟୁ ମୁହଁରୁ ବାହାରି ଆସିଛନ୍ତି ।
#BREAKING | INDIA RAMPS UP EVACUATION
As the 4th evacuation flight from #Ukraine carrying stranded Indians lands in Delhi, Mirror Now's @Iam_Ayushmann speaks to students who share their ordeal. A student said he got in touch with @SonuSood's team for guidance & help. pic.twitter.com/ew37hkEcpm
— Mirror Now (@MirrorNow) March 2, 2022
ସେ କହୁଛି ଯେ, ‘ ମୁଁ ଲଭିବର ମେଡିକାଲ୍ ଷ୍ଟୁଡେଣ୍ଟ୍ ଏବଂ ଏହା ସବୁଠାରୁ ସେଫ୍ ଥିଲା । ଏଁଭ୍ୟାନସିରୁ ଆମକୁ 15 ଦିନରେ ଯୁଦ୍ଧର କଣ୍ଡିଶନ ବିଷୟରେ ନୋଟିସ ଆସିଲା ଯେ ଆପଣଙ୍କ ଇଚ୍ଛା ହେଲେ ଆପଣ ଯାଇପାରିବେ ଏବଂ ଯଦି ଆପଣଙ୍କୁ ଏଠାରେ ସେଫ୍ ଲାଗୁଛି, ତେବେ ଆପଣ ଏଠାରେ କୁକ କରିପାରିବେ । ‘
ସେ ଆଗକୁ କହିଛନ୍ତି, ‘ ସମସ୍ତେ କହୁଥିଲେ ଯେ ଲଭିବ ସେଫ୍ ଅଟେ, ୟୁନିଭରସିଟି ତ ଏହା କହୁଥିଲା ଯେ ଯୁଦ୍ଧ ତ 8 ବର୍ଷ ଧରି ଚାଲୁଛି, ତା ମାନେ ନୁହଁ ଯେ ସେମାନେ ୟୁନିଭରସିଟି ବନ୍ଦ କରିଦେବେ । ସେମାନେ କହିଲେ ଯେ ୟୁନିଭରସିଟି ଖୋଲା ରହିବ ଏବଂ ୟୁକ୍ରେନର ସିଷ୍ଟମ ଏହା ଯେ ତିନୋଟି ଆବ୍ସେଣ୍ଟରେ ସେମାନେ ବାହାର କରି ଦିଅନ୍ତି । ତେଣୁ ମୁଁ ଡରିଯାଇ ଆସିଲି ନାହିଁ । ଯେତେବେଳେ ଏହି କଣ୍ଡିସନ ଆରମ୍ଭ ହେଲା, ଏଁଭ୍ୟାନସି କହିଲା ଯାହା ପାଖରେ ଯେଉଁ ବୋର୍ଡର ଅଛି ଆପଣ ସେପଟେ ପଳାଇ ଯାଆନ୍ତୁ ଏବଂ ମୋ ପାଖରେ ଥିଲା ପୋଲାଣ୍ଡ ବୋର୍ଡର ।’
ସେ କହିଛନ୍ତି, ‘ ପୋଲାଣ୍ଡ ବୋର୍ଡର ରେ ତିନୋଟି ବୋର୍ଡର ରହିଛି, ମୁଁ ବାହାରିଲି ଏବଂ ସେତେବେଳକୁ ରାତି ହୋଇଯାଇଥିଲା । ମତେ ମାତ୍ର 20 ମିନିଟ୍ ପୁର୍ବରୁ ଓହ୍ଲାଇ ଦିଆଯାଇଥିଲା । ଥଣ୍ଡାରେ ବହୁତ୍ କଷ୍ଟରେ ଆମେ ଆମ ପାଇଁ ସେଣ୍ଟର୍ ଖୋଜିଲୁ, ସକାଳ ହେବା ମାତ୍ରେ ହିଁ ଆମେ ସେଠାରୁ ବାହାରିଲୁ ଏବଂ ମୋ ଫ୍ରେଣ୍ଡ୍ ଭିଡିଓ ପଠାଇଲା ଯେ ସେଠାରେ ମାରପିଟ ହେଉଛି । ତାପରେ ମୁଁ ଆଉ ଗଲିନାହିଁ ଏବଂ ଫେରି ଆସିଲି ।
ଏହାପରେ ମୋର ସୋନୁ ସୁଦଙ୍କ ଟିମ ସହ ଯୋଗାଯୋଗ ହେଲା । ତାଙ୍କ ଟିମ୍ ମତେ ଗାଇଡ କଲେ ଏବଂ କହିଲେ ଯେ କେଉଁ ବୋର୍ଡର ସବୁଠାରୁ ସେଫ୍ ଅଛି, କିନ୍ତୁ ସେ ବୋର୍ଡରର ମେନ୍ସନ ଏଁଭ୍ୟାନସି କରିନଥିଲା । ମୁଁ ରାତି 12ଟା ସମୟରେ ବାହାରିଲି ଏବଂ ତ୍ରିରଙ୍ଗା ଲଗାଇ ବାହାରିଲି ଏବଂ ଏହାର ପ୍ରଭାବ ଏହା ପଡ଼ିଲା ଯେ ପତାକା ଦେଖି କେହି ବି ଅଟକାଇଲେ ନାହିଁ । ବୋର୍ଡରରେ ଆମକୁ ଖାଇବା ମଧ୍ୟ ଦିଆଗଲା ଏବଂ ତାପରେ ସେଠାରୁ ମୁଁ ସୁରକ୍ଷିତ ଭାବେ ବାହାରି ଆସିପାରିଲି । ‘