ମାଡ଼ି ଆସୁଛି ବଡ଼ ବିପଦ : ଜଳବାୟୁ ପରିବର୍ତ୍ତନ ପାଇଁ ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ,ଆଉ ଏଥିରେ ପ୍ରଭାବିତ ହେବେ ୫ କୋଟି ଲୋକ

0

Get real time updates directly on you device, subscribe now.

ବନ୍ଧୁଗଣ ଇଣ୍ଟରଗଭଣ୍ଣମେଣ୍ଟାଲ ପାନେଲ ଅନ କ୍ଲାଇମେଟ ଚେଞ୍ଜ ଆଇ.ପି.ସି.ସିର ରିପୋର୍ଟରେ ଭାରତ ପାଇଁ ରହିଛି ସାଂଘାତିକ ଚେତାବନୀ । ଚେତାବନୀରେ କୁହାଯାଇଛି ଭାରତର ପାଣିପାଗ ଏବଂ ପରିବେଶରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଦେବ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ । ସବୁଠାରୁ ବିପଦର କାରଣ ହେଉଛି ସମୁଦ୍ର ପତ୍ତନର ବୃଦ୍ଧି । ଯାହା ଫଳରେ ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର ଜଳମଗ୍ନ ହୋଇଯିବ । ଶତାବ୍ଦୀର ଶେଷ ସୁଦ୍ଧା ଏହି ସହର ପ୍ରାୟ ତିନି ଫୁଟ ପାଣି ତଳେ ରହିପାରେ ବୋଲି ଜଳବାୟୁ ପରିବର୍ତ୍ତନ ରିପୋର୍ଟରେ ଚେତାବନୀ ଦିଆଯାଇଛି ।

ଏହି ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ଚେନ୍ନାଇ, କୋଚି ଏବଂ ବିଶାଖାପାଟନମ୍ ସମେତ ଓଡ଼ିଶାର ପାରାଦୀପ ରହିଛି । ନାସା ପକ୍ଷରୁ ଏହି ବିଶ୍ଳେଷଣ କରାଯାଇଛି । ବିଶ୍ୱରେ ସମୁଦ୍ରପତ୍ତନର ପରିବର୍ତ୍ତନକୁ ଆକଳନ କରିବା ପାଇଁ ଆଇପିସିସି ଏହି ରିପୋର୍ଟ ବ୍ୟବହାର କରି ଏପରି ଚେତାବନୀ ଦେଇଛି । ନାସା ପକ୍ଷରୁ ଆହୁରି କୁହାଯାଇଛି, ୧୨ଟି ଭାରତୀୟ ସହରକୁ ଚିହ୍ନଟ କରିଛି ଯେଉଁଥିରେ ଜଳବାୟୁ ଅସ୍ୱାଭାବିକ ପରିବର୍ତ୍ତନ ହେବ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ଆଶଙ୍କା ରହିଛି । ୧୯୮୮ ମସିହାରୁ ପ୍ରତି ପାଞ୍ଚରୁ ସାତ ବର୍ଷ ମଧ୍ୟରେ ପୃଥିବୀର ଜଳବାୟୁର ବିଶ୍ୱସ୍ତରୀୟ ମୂଲ୍ୟାଙ୍କନ ପ୍ରଦାନ କରିଆସୁଛି ।

ପୃଥିବୀର ତାପମାତ୍ରା ଏବଂ ବରଫ ଆବରଣ, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ସମୁଦ୍ର ସ୍ତରର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ମୂଲ୍ୟାଙ୍କନ କରୁଛି ଆଇପିସିସି । ଏହି ରିପୋର୍ଟରେ କୁହାଯାଇଛି, ଏସିଆର ସମୁଦ୍ର ପତ୍ତନ ବିଶ୍ୱ ହାର ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସମୁଦ୍ର ସ୍ତରରେ ଅତ୍ୟଧିକ ପରିବର୍ତ୍ତନ ପୂର୍ବରୁ ୧୦୦ ବର୍ଷରେ ଥରେ ଦେଖାଯାଉଥିଲା ବେଳେ ୨୦୫୦ ସୁଦ୍ଧା ପ୍ରତି ଛଅରୁ ନଅ ବର୍ଷରେ ଥରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଜଳବାୟର ଏପରି ପରିବର୍ତ୍ତନ ଯୋଗୁ ବିଭିନ୍ନ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ପାଣିପାଗ ଦେଖିବାକୁ ମିଳିବ। କେଉଁଠି ଜଳାଭାବ, ମରୁଡ଼ି ସ୍ଥିତି ଦେଖା ଦେବ ତ କେଉଁଠି ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବ ।

ଏକବିଂଶ ଶତାବ୍ବୀ ବେଳକୁ ସମୁଦ୍ର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ଓ ତଳିଆ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହୋଇଯିବ। ରିପୋର୍ଟ ଅନୁସାରେ ଓଡ଼ିଶାର ପାରଦୀପରେ ୧.୯୩ ଫୁଟ ଉଚ୍ଚରେ ସମୁଦ୍ର ଜଳ ଚାଲିବ । ବିଶ୍ୱ ତାପାୟନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାକୁ ଥିବା ବେଳେ ନିୟମିତ ଭାବେ ହିମାଳୟରେ ଥିବା ବରଫ ପାହାଡ଼ ମଧ୍ୟ ତରଳିବ। ଏହାଦ୍ୱାରା କୋଟିକୋଟି ଲୋକ ପ୍ରଭାବିତ ହେବେ । ଆଇପିସିସି ତା’ ରିପୋର୍ଟରେ କହିଛି ଯେ ପୃଥିବୀର ହାରାହାରି ତାପମାତ୍ରା ୧.୫ ଡିଗ୍ରି ସେଲ୍‌ସିୟସ ବଢ଼ିବ । ଏଥିପାଇଁ ଗ୍ରୀଷ୍ମ ପ୍ରଭାବ ଦେଖାଯିବ । ଅଧିକ ଦିନ ଗରମ ଓ କମ୍‌ ଦିନ ଶୀତ ଅନୁଭୂତ ହେବ ।

Leave A Reply

Your email address will not be published.