ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ଡ୍ୟାନ୍ସ ଭିଡିଓ ଭାଇରଲ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକିଙ୍କର ବର୍ତ୍ତମାନ ସାରା ଦୁନିଆରେ ଚର୍ଚ୍ଚା ହେଉଛି | ବାସ୍ତବରେ ଜେଲେନ୍ସକିଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଦେଲା | ତେବେ ଏହି କଠିନ ସମୟରେ ମଧ୍ୟ ରୁଷ ବିରୋଧରେ ବହୁତ ସାହସ ଏବଂ ଦୃଢ଼ତା ସହିତ ଲଢ଼ୁଥିବା ଜେଲେନ୍ସକି ସାରା ଦୁନିଆରେ ଲୋକପ୍ରିୟ ହୋଇଗଲେଣି |

ଜେଲେନ୍ସକିଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଲୋକମାନେ ଏତେ ପ୍ରଭାବିତ ହେଉଛନ୍ତି ଯେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି | ୟୁକ୍ରେନ ଉପରେ ରୁଷ ଆକ୍ରମଣ ସମୟରେ ଜେଲେନ୍ସକିଙ୍କର ଗୋଟିଏ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା, ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଡାନ୍ସ କରୁଥିଲେ |

ୟୁକ୍ରେନର ରାଷ୍ଟ୍ରପତି ଜିତିଥିଲେ ଡାନ୍ସ ରିୟଲିଟି ଶୋ :-

ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକିଙ୍କର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷରୁ ଅଧିକଥର ଦେଖାଯାଇଛି | ଜେଲେନ୍ସକି ୟୁକ୍ରେନର ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ କମେଡିଆନ ଥିଲେ | ମିଡ଼ିଆ ରିପୋର୍ଟସ ଅନୁଯାୟୀ, ଭୋଲୋଦିମିର ଜେଲେନ୍ସକିଙ୍କ ଭାଇରଲ ଭିଡିଓ ୨୦୦୬ ମସିହାର ଅଟେ | ଯେତେବେଳେ ସେ ଗୋଟିଏ ଡାନ୍ସ ରିୟଲିଟି ଶୋରେ ଅଂଶଗ୍ରହଣ କରିଥିଲେ | ସେହି ସମୟରେ ସେ ୟୁକ୍ରେନର ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ | ଭୋଲୋଦିମିର ଜେଲେନ୍ସକି କେବଳ ରିୟଲିଟି ଶୋ ‘ଡାସିଙ୍ଗ ବିଦ ଦ ଷ୍ଟାରସ’ରେ ଭାଗ ନେଇନଥିଲେ ବରଂ ଶୋର ବିଜେତା ମଧ୍ୟ ହୋଇଥିଲେ | ଭାଇରଲ ଭିଡିଓରେ ଆପଣ ଭୋଲୋଦିମିର ଜେଲେନ୍ସକିଙ୍କୁ ନିଜ କୋ-ଷ୍ଟାରଙ୍କ ସହିତ ଡାନ୍ସ କରୁଥିବାର ଦେଖିପାରିବେ |

ଦେଖନ୍ତୁ ଭିଡିଓ :-

ଦିନେ ପ୍ରସିଦ୍ଧ କଳାକାର ଥିଲେ ବର୍ତ୍ତମାନର ରାଷ୍ଟ୍ରପତି ଜେଲେନ୍ସକି :-

ଭୋଲୋଦିମିର ଜେଲେନ୍ସକି ବହୁତ କମ ବୟସରେ ନିଜ ଅଭିନୟର ଆରମ୍ଭ କରିଥିଲେ | ସେ ପରେ ୟୁକ୍ରେନରେ ସବୁଠାରୁ ଚର୍ଚ୍ଚିତ କଳାକାର ମାନଙ୍କ ମଧ୍ୟରୁ ଜଣେ ହୋଇଗଲେ | ଏପରି କୁହାଯାଏ ଯେ ଭୋଲୋଦିମିର ଜେଲେନ୍ସକି ସେହି ଲୋକମାନଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ୨୦୧୪ ମସିହାରେ ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ, ଯେତେବେଳେ ୟୁକ୍ରେନଇ ସରକାର ରୁଷୀୟ କଳାକାରମାନଙ୍କର ଦେଶରେ କାମ କରିବା ଉପରେ ପ୍ରତିବନ୍ଧକ କରିଥିଲେ | ଏହାପରେ ସେ ରାଜନୀତିରେ ପ୍ରବେଶ କଲେ ଏବଂ ରାଷ୍ଟ୍ରପତି ହୋଇଗଲେ | ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରିବାପରେ ଭୋଲୋଦିମିର ଜେଲେନ୍ସକିଙ୍କର ବର୍ତ୍ତମାନ ସାରା ଦୁନିଆରେ ଚର୍ଚ୍ଚା ହେଉଛି |

Leave A Reply

Your email address will not be published.