ବାହାଘରର ୨ ଦିନପରେ ନୂଆଁବୋହୂ କଲା ଏମିତି କାଣ୍ଡ, ହସ୍ପିଟାଲରେ ପହଞ୍ଚିଗଲେ ପୁରା ଶାଶୂଘର ଲୋକେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ କରିବା ସବୁ ପୁଅମାନଙ୍କର ସ୍ୱପ୍ନ ଥାଏ | କେବଳ ପୁଅ ନୁହେଁ ବରଂ ତାର ବାପାମା ମଧ୍ୟ ଘରକୁ ଗୋଟିଏ ସୁନ୍ଦର ଏବଂ ସଂସ୍କରୀ ବୋହୂ ଆଣିବାର ସ୍ୱପ୍ନ ଦେଖନ୍ତି | କିନ୍ତୁ ରାଜସ୍ଥାନର ଜୟପୁର ଜିଲ୍ଲାରେ ଗୋଟିଏ ପରିବାରକୁ ଘରେ ନୂଆଁବୋହୂ ଆଣିବାଟା ମହଙ୍ଗା ପଡିଗଲା | ବୋହୁ ବିବାହର ଦୁନିଦିନ ପରେ ଏମିତି କାଣ୍ଡ ଘଟାଇଲା ଯେ ପୁରା ପରିବାର ହସ୍ପିଟାଲରେ ପହଞ୍ଚିଗଲେ | କେବଳ ଏତିକି ନୁହେଁ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ କ୍ଷତି ହେଲା |

ଦେଢ଼ ଲକ୍ଷ ଦେଇ ଆଣିଥିଲେ ବୋହୂ :-

ବାସ୍ତବରେ ଏହି ଅନନ୍ୟ ଘଟଣା ଜୟପୁର ଜିଲ୍ଲାର କୋଟପୁତଲୀ ଅଂଚଳର ଅଟେ | ଏଠାରେ କୃଷ୍ନା ଟକିଜର ନିକଟରେ ପଟବା କଲୋନୀରେ ରହୁଥିବା ଗୋଟିଏ ପରିବାରରେ ଏଠାରେ ଫେବୃଆରୀ ୨୨ ତାରିଖରେ ଵିଵାହ ହୋଇଥିଲା | ଏହି ବିବାହ କୋଟପୁତଲିର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ହୋଇଥିଲା | ନନ୍ଦୁ ପଟବା ବହୁତ ଦିନ ଧରି ନିଜ ପୁଅ ପାଇଁ ଗୋଟିଏ ଝିଅ ଖୋଜୁଥିଲେ | ଯେତେବେଳେ ବହୁତ ଚେଷ୍ଟା ସତ୍ତ୍ୱେ ମଧ୍ୟ ତାଙ୍କୁ ବୋହୂ ମିଳିଲାନାହିଁ, ସେତେବେଳେ ସେ ଦେଢ଼ ଲକ୍ଷ ଟଙ୍କା ଦେଇ ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ଝିଅ ପାଇଁ ସଉଦା କରିଥିଲେ |

ଦୁଇଦିନ ପରେ ପୁରା ପରିବାରକୁ ଖୁଆଇଦେଲା ବିଷ :-

ତାପରେ ଫେବୃଆରୀ ୨୨ତାରିଖରେ ବିବାହ ପୁରା ରୀତିନୀତି ଅନୁଯାୟୀ ପୁରା ହେଲା | ବୋହୂ ପୂଜା ମଧ୍ୟ ନିଜ ଶାଶୂଘରେ ଖୁସିରେ ଖୁସିରେ ଆସି ରଖିବାକୁ ଲାଗିଲା | ବିବାହର ଦୁଇଦିନ ପରେ ପୂଜା ସମସ୍ତଙ୍କ ପାଇଁ ନିଜ ହାତରେ ଖାଇବା ତିଆରି କଲା | ସେ ଏହି ଖାଇବା ପରିବାରର ସବୁ ସଦସ୍ୟଙ୍କୁ ଖୁଆଇଲା, କିନ୍ତୁ ନିଜେ ଖାଇଲା ନାହିଁ | ଖାଇବା ଖାଇବାର କିଛି ସମୟ ପରେ ହିଁ ପରିବାର ବେହୋସ ହୋଇଗଲା | ବାସ୍ତବରେ ପୂଜା ଖାଇବାରେ ବିଷ ମିଶାଇ ଦେଇଥିଲା |

ପଳାଇବା ପୂର୍ବରୁ ଲୁଟିନେଲା ଗହଣା ଏବଂ କ୍ୟାସ :-

ପରିବାର ବେହୋସ ହେବାମାତ୍ରେ ହିଁ ପୂଜା ଘରର ପଇସାପତ୍ର, ଗହଣା ଏବଂ ମୋବାଇଲ ନେଇ ଫେରାର ହୋଇଗଲା | ସକାଳେ ଯେତେବେଳେ ଘରୁ କେହି ବି ବାହାରିଲେ ନାହିଁ, ସେତେବେଳେ ପଡୋଶୀମାନଙ୍କୁ ସନ୍ଦେହ ହେଲା ଏବଂ ସେମାନେ ପୋଲିସକୁ ସୂଚନା ଦେଲେ | କୋଟପୁତଲୀ ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ପରିବାରର ସବୁ ଲୋକ ଅଚେତ ଥିବା ଅବସ୍ଥାରେ ମିଳିଲେ | ଏପରି ପରିସ୍ଥିତିରେ ସେମାନେ ସମସ୍ତଙ୍କୁ ରାଜସ୍ବ ବିଡିଏମ ହସ୍ପିଟାଲକୁ ନେଇଗଲେ | ଏଠାରେ ଚିକିତ୍ସା ପରେ ତାଙ୍କୁ ହୋସ ଆସିଲା | ଖୁସିର କଥା ଏହା ଯେ ବିଷ କାରଣରୁ କାହାର ବି ଜୀବନ ଯାଇନାହିଁ |

ପୋଲିସ କରୁଛି ଯାଞ୍ଚ :-

ବର୍ତ୍ତମାନ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି | ପୋଲିସ ସନ୍ଦେହ କରୁଛି ଯେ କନ୍ୟାର ନାଁ ଏବଂ କୁହାଯାଇଥିବା ଠିକଣା ଭୁଲ ହୋଇପାରେ | ତେବେ ସେ ସମ୍ଭାବିତ ଠିକଣାରେ ଖୋଜୁଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରୀ ବୋହୂର କୌଣସି ଖବର ମିଳିନାହିଁ | ପୋଲିସ ବିବାହ କରାଇଥିବା ମଧ୍ୟସ୍ଥି ଏବଂ ଅନ୍ୟ ଲୋକଙ୍କୁ ପଚରାଉଚରା କରୁଛି |

Leave A Reply

Your email address will not be published.