ୟୁକ୍ରେନରେ ଫସି ରହିଥିବା ଝିଅ ନିଜ ଘରକୁ ଫେରିବା ପରେ ମାତା, ପିତା ଖୁସି ହୋଇଗଲେ। ଏଥିସହ ପିତା ଖୁସି ହୋଇ ପିଏମ ପାଣ୍ଠିକୁ ପ୍ରଦାନ କଲେ ଏତିକି ଟଙ୍କା

0

Get real time updates directly on you device, subscribe now.

ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଯେତେ ଭୟାବହ ହୋଇ ଯାଉଛି ସେହିପରି ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ଅବସ୍ଥା ମଧ୍ୟ ସଙ୍ଗୀନ ହେବାରେ ଲାଗିଛି। ଏହି ସମୟରେ ଭାରତୀୟ ସରକାରଙ୍କ ଗୋଟିଏ ଉପଦେଶ ସେମାନଙ୍କ ପାଇଁ ରହିଛି କି, ସେମାନେ ଯେକୋୖଣସ ସାଧନ ପାଉଛନ୍ତି ତୁରନ୍ତ ୟୁକ୍ରେନ ଛାଡି ପଶ୍ଚିମ ଦେଶର ବର୍ଡର ପାଖକୁ ଚାଲି ଯାଆନ୍ତୁ।

ଏହାମଧ୍ୟରେ ଜଣେ ଝିଅ ୟୁକ୍ରେନରେ ଫସି ରହିଥିବା ସମୟରେ ନିଜ ଘରକୁ ଫେରି ପାରିଛନ୍ତି ଯାହାଦ୍ୱାରା ତାଙ୍କ ପିତା ଭାବୁକ ହୋଇ ପିଏମ ସୁରକ୍ଷା ପାଣ୍ଠିକୁ 21,000 ଟଙ୍କା ଦାନ କରି ଦେଇଛନ୍ତି। ଏଟିକି ନୁହେଁ ସ୍ୱ ହିମାଚଳ ପ୍ରଦେଶ ସରକାରଙ୍କ ପାଣ୍ଠିକୁ ମଧ୍ୟ 11,000 ଟଙ୍କା ଦାନ କରିଛନ୍ତି। ପିତା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତସରକାରଙ୍କ ବହୁତ ଆଭାରୀ ଜଣାଇଛନ୍ତି।

ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାର ଅଙ୍କିତା ୟୁକ୍ରେନରୁ ଫେରିଛନ୍ତି। ସୋମବାର ଦିନ ଝିଅ ଫେରିବା ପରେ ପିତା ଡ଼କ୍ଟର ଜେବି କୁମାର ଖୁସି ହୋଇ ସରକାରଙ୍କ ପାଣ୍ଠିକୁ ଏହି ଟଙ୍କା ପଠାଇଥିଲେ।

ଅଙ୍କିତା ଙ୍କ ପିତା ଜଣେ ଆୟୁର୍ବେଦିକ ଚିକିତ୍ସକ ରୂପରେ ଝଲେଡ଼ିରେ ନିଜର ସେବା ପ୍ରଦାନ କରୁଛନ୍ତି ଓ ତାଙ୍କର ମାଆ ଜଣେ ଗୃହିଣୀ ଅଟନ୍ତି। ଅଙ୍କିତା ଏଚଆରସିଟିସି ର Volvo ବସ ଜରିଆରେ ହମୀରପୁର ବସ ଷ୍ଟାଣ୍ଡରେ ପହଞ୍ଚି ଥିଲେ। ଅଙ୍କିତା ଯୁଦ୍ଧ ସମୟରେ ନିଜର ପାଠପଢ଼ା ଅଧାରୁ ଭାରତକୁ ଫେରିଲେ, ଅଙ୍କିତା ଘରକୁ ଫେରିବା ପରେ ସେ ତାଙ୍କର ପୂଜା ଅର୍ଚନା କରିବାପରେ କେକ କାଟି ତାଙ୍କୁ ସ୍ବାଗତ କରିଥିଲେ।

ହିମାଚଳ ପ୍ରଦେଶର ରଞ୍ଜନ ସିଂହ ମଧ୍ୟ ସୁରକ୍ଷିତ ଫେରିଥିଲେ:-

ହିମାଚଳ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରଫେସର ପ୍ରେମ କୁମାର ଧୂମଲ କହିଥିଲେ କି, ହିମାଚଳର ରଜତ ସିଂହ ମଧ୍ୟ ସକୁଶଳ ଫେରିଛନ୍ତି। ରଜତ ଘରକୁ ଫେରିଥିବାରୁ ତାଙ୍କ ପିତା ରାକେଶ ଠାକୁର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଲ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହମୀର ପୁର ପହଞ୍ଚି ଏହି ଦମ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ।

ଆଖିରେ ଖୁସିର ଲୁହ ସହିତ ରଜତଙ୍କ ମାଆ କହିଥିଲେ, ପୂର୍ଵ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା କାରଣରୁ ତାଙ୍କ ପୁଅ ସକୁଶଳ ୟୁକ୍ରେନରୁ ଫେରି ଆସିଥିଲେ। ଯଦି ସଠିକ ସମୟରେ ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସହାୟତା କରିନଥାନ୍ତେ ତାହେଲେ ତାଙ୍କ ପୁଅର ଫେରିବା ଏତେ ସହଜ ହୋଇନଥାନ୍ତା।

Leave A Reply

Your email address will not be published.