ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଭାଷଣ ସମସ୍ତଙ୍କ ଆଖିରେ ଲୁହ ଆଣିଦେଲା,ପଢନ୍ତୁ କଣ କହିଲେ ..

0

Get real time updates directly on you device, subscribe now.

୧। ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିରେ ୟୁକ୍ରେନର ଜାତୀୟ ପତାକା ଗୁଡ଼ାଇ ଦିଆଗଲା। ୟୁକ୍ରେନକୁ ସହାୟତା କରିବା ପାଇଁ ଆମେରିକା କରିଲା ଘୋଷଣା।

୨। ବୈଦେଶିକ ମନ୍ତ୍ରାଳୟ ତୁରନ୍ତ ଯେମିତି ହେଉ ପଛେ ୟୁକ୍ରେନର ରାଜଧାନୀ କିଏଭକୁ ଛାଡ଼ି ଚାଲି ଯିବା ପାଇଁ ଭାରତୀୟମାନଙ୍କୁ ନିର୍ଦ୍ଦେଶ ଦେଲା।

୩। ରୁଷିଆ କହିଲା ଫେସବୁକ ଓ ଗୁଗୁଲ ଯୁଦ୍ଧକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି।

୪। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଲେ ରୁଷିଆ ହେଉଛି ଏକ ଆତଙ୍କବାଦୀ ଦେଶ। ଶୈତାନକୁ ରୋକିବା ପାଇଁ ହେବ ଆଉ ମାନବତାର ରକ୍ଷା କରିବାକୁ ହେବ।

୫। ରୁଷିଆର ଦାବି ହେଉଛିକି, ଆମେ ୟୁକ୍ରେନର ୩୯୫ଟି ଟ୍ୟାଙ୍କ ଏବଂ ୫୯ଟି ରକେଟ ଲଞ୍ଚରକୁ ଧ୍ୱଂସ କରି ଦେଇଛୁ।

୬। ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ୟୁକ୍ରେନ୍‌ କରିଥିବା ଦରଖାସ୍ତକୁ ୟୁରୋପିଆନ୍‌ ୟୁନିୟନ୍ ଗ୍ରହଣ କରିଛି।

୭। ରୁଷିଆର ଫ୍ରାନ୍ସକୁ ପାଲଟା ଧମକ, ଅର୍ଥନୈତିକ ଯୁଦ୍ଧକୁ ସତରେ ପରିଣତ କରିଦେବୁ।

୮। ୟୁରୋପିଆନ ୟୁନିୟନରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦେଲେ ଭାଷଣ। ଓ ସମସ୍ତଙ୍କୁ କରିଦେଲେ ଭାବବିହ୍ଵଳ। କହିଲେ ଆମର ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ ଆମେ ରୁଷିଆ ସହିତ ଲଢ଼େଇ କରିବୁ।

୯। ଯୁଦ୍ଧ ସ୍ଥିତିକୁ ନେଇ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେଲେ।

୧୦। ୟୁକ୍ରେନର ସିକ୍ୟୁରିଟି ସର୍ଭିସ ସାଇଟକୁ ଆକ୍ରମଣ କରିବା ପାଇଁ ଋଷିଆ ଦେଲା ଧମକ।

୧୧। ଖାରକିବ ଉପରେ ରୁଷିଆର ମିସାଇଲ ଆକ୍ରମଣ। ଡାକ୍ତରଖାନା ମଧ୍ୟ ହେଲା ଧ୍ୱଂସ।

୧୨। ୟୁକ୍ରେନର ପୋଲିସ ଭାରତୀୟ ଛାତ୍ରମାନଙ୍କୁ ଟ୍ରେନ୍‌ରେ ଚଢ଼ିବା ପାଇଁ ଦେଉନଥିବାର ସୂଚନା।

Leave A Reply

Your email address will not be published.