ମା ସାଜିଲା ରାକ୍ଷସୀ : ଦେଢ଼ ବର୍ଷର ନିରୀହ ଶିଶୁକୁ ନିର୍ଦ୍ଦୟ ଭାବରେ ପିଟିଲା,ଆଉ ତାପରେ ଉଠାଇ ବାହାରେ ଫିଙ୍ଗିଦେଲା, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ମା ତାର ମମତା ପାଇଁ ଜଣାଶୁଣା ଅଟେ | କୁହାଯାଏ ଯେ ମା ନିଜ ପିଲାଙ୍କ ଆଖିରେ ଲୁହ ଦେଖିପାରେ ନାହିଁ | ପିଲାକୁ ଟିକେ କଷ୍ଟ ହେଲେ ତାର ଯେମିତି ଛାତି ଫାଟିଯାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳିଯୁଗୀ ମା ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏକି ମା ନାଁରେ କଳଙ୍କ ଅଟେ |

ମା ଦେଢବର୍ଷର ଝିଅକୁ ନିର୍ଦ୍ଦୟ ଭାବେ ପିଟିଲା :-

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ନିର୍ଦ୍ଦୟ ମାର ଭିଡିଓ ବହୁତ ଭାଇରଲ ହେଉଛି | ଏହି ଭିଡିଓରେ ମା ନିଜର ଦେଢ଼ ବର୍ଷର ଝିଅକୁ ବହୁତ ନିର୍ଦୟ ଭାବରେ ପିଟୁଥିବାର ଦେଖାଯାଉଛି | ସୀମା ତ ସେତେବେଳେ ପାର ହୋଇଯାଏ, ଯେତେବେଳେ ସେ ଝିଅକୁ ପିଟି ପିଟି ଉଠାଇ ନେଇ ଘର ବାହାରେ ଫିଙ୍ଗିଦିଏ |

ଏହି ପୁରା ଭିଡିଓ ମଧ୍ୟପ୍ରଦେଶର ଉଜେଇନର ବଡ଼ନଗର ତହସିଲର ବୋଲି କୁହାଯାଉଛି | ମହିଳାଙ୍କର ପରିଚୟ କୋମଳ, ସ୍ୱାମୀ ଧର୍ମେନ୍ଦ୍ର ଚୌହାନ ବୋଲି ଜଣାପଡିଛି | ସେହିପରି ଝିଅର ନାମ ଲତିକା, ବାପା ଧର୍ମେନ୍ଦ୍ର ଚୌହାନ ବୋଲି ଜଣାପଡିଛି | ଏହି ପରିବାର ଜୁନା ସହର ବାଲାଜୀ ମନ୍ଦିର ପାଖରେ ରୁହନ୍ତି |

ଅଭିଯୋଗ ମିଳିବାପରେ ଆକ୍ସନରେ ଆସିଲେ ଚାଇଲଡ ଲାଇନ ଟିମ :-

ପଡୋଶୀମାନଙ୍କ ଅନୁଯାୟୀ ମା ପ୍ରାୟତଃ ଝିଅ ସହିତ ମାରପିଟ କରନ୍ତି | ଏପରି ପରିସ୍ଥିତିରେ ଜଣେ ପଡୋଶୀ ରାଷ୍ଟ୍ରୀୟ ଚାଇଲଡ ଲାଇନର ଟୋଲ ଫ୍ରି ନମ୍ବର ୧୦୯୮ ରେ ପିଲାକୁ ମାରପିଟ କରୁଥିବାର ଅଭିଯୋଗ କରିଦେଲେ | ଅଭିଯୋଗ ମିଳିବାପରେ ଚାଇଲଡ ଲାଇନର ଟିମ ଝିଅ ଘରେ ପହଞ୍ଚିଲେ | ଏଠାରେ ସେ ପଡୋଶୀମାନଙ୍କ ଠାରୁ ଏହି ଘଟଣାର ସୂଚନା ନେଲେ |

ଏହି ସମୟରେ ପଡୋଶୀମାନଙ୍କ ଠାରୁ ଚାଇଲଡ ଲାଇନର ଟିମକୁ ଗୋଟିଏ ଭିଡିଓ ମଧ୍ୟ ମିଳିଲା | ଏହି ଭିଡିଓରେ ମା ଝିଅକୁ ପିଟୁଥିବାର ଦେଖାଯାଇଛି | ଏହି ପ୍ରମାଣକୁ ଆଧାର କରି ଚାଇଲଡ ଲାଇନର ଟିମ ତୁରନ୍ତ ଆକ୍ସନ ନେଇ ମା ବିରୋଧରେ ବଡ଼ନଗର ଥାନାରେ ମାମଲା ରୁଜ୍ଜୁ କରିବାକୁ ଆବେଦନ କରିଛନ୍ତି | ବର୍ତ୍ତମାନ ଆଶା କରାଯାଉଛି ଯେ ଝିଅକୁ ଶୀଘ୍ର ନ୍ୟାୟ ମିଳିବ |

ଭିଡିଓ ଭାଇରଲ ହେବାରୁ ଲୋକମାନେ ରାଗିଲେ :-

ସେପଟେ ସୋସିଆଲ ମିଡିଆରେ ଯେତେବେଳେ ଏହି କଳିଯୁଗୀ ମାର ଭିଡିଓ ଭାଇରଲ ହେଲା, ସେତେବେଳେ ଲୋକଙ୍କର ରାଗ ବଢିଗଲା | ସମସ୍ତେ ମାକୁ ଖରାପ କହି ଗାଳି କରୁଛନ୍ତି | ଲୋକମାନେ କହିଛନ୍ତି ଯେ ଝିଅକୁ ଏପରି ମା କବଳରୁ ବାହାର କରିବା ଉଚିତ | ଏହା ବହୁତ ଦୁଃଖର ବିଷୟ ଯେ ଜଣେ ମା ହୋଇ ମଧ୍ୟ ସେ ନିଜ ଝିଅକୁ ଏତେ ଦୁଃଖ ଦେଉଛି |

Leave A Reply

Your email address will not be published.