କ”ଣ ସୂର୍ଯ୍ୟ ସହିତ ରହିଛି ମହାମାରୀ ଏବଂ ଯୁଦ୍ଧର ସମ୍ପର୍କ ! ବର୍ତମାନ ଏହି ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା,ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

କଣ ପ୍ରକୃତରେ ପୃଥିବୀରେ ଆସୁଥିବା ମହାମାରୀ ଏବଂ ଯୁଦ୍ଧ ସୂର୍ଯ୍ୟ ଦ୍ଵାରା ପ୍ରଭାବିତ ହୋଇଥାଏ ? କଣ୍ ଆମ ଇତିହାସରେ ଯେତେ ବି ବଡ ବଡ ଘଟଣା ହୋଇଛି, ତାର ସୁର୍ଯ୍ୟ ସହିତ ସମ୍ପର୍କ ରହିଛି ? ଆପଣଙ୍କୁ ଏହି ପ୍ରଶ୍ନଗୁଡିକ ନିଶ୍ଚିତ ଭାବରେ ଅଜବ ଲାଗୁଥିବ, କିନ୍ତୁ ଜଣେ ବୈଜ୍ଞାନିକ ଏହାକୁ ନେଇ ଅନେକ ସ୍ଵତନ୍ତ୍ର ପ୍ରମାଣ ବହୁତ୍ ପୂର୍ବରୁ ପ୍ରସ୍ତୁତ କରି ଦେଇଥିଲେ ।

ଦୁନିଆରେ ବ୍ୟାପିଥିବା କରୋନା ମହାମାରୀ ମଧ୍ୟରେ ରୁସ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି, ଯାହା ପରେ ତୃତୀୟ ବିଶ୍ଵ ଯୁଦ୍ଧର ବିପଦର ଆଶଙ୍କା ସୃଷ୍ଟି ହେଇଛି । ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ, ତେବେ ବଡ ସ୍ତରରେ ଦୁନିଆର କ୍ଷତି ହେବ ।

ଏହି ଯୁଦ୍ଧରେ ସାମିଲ ହେଉଥିବା ଦେଶ ଏବଂ ବାହାରେ ରହୁଥିବା ଉଭୟଙ୍କୁ ଏହାର ଆକ୍ରମଣ ସହିବାକୁ ପଡିବ । ବର୍ତ୍ତମାନ ପ୍ରଶ୍ନ ଆସୁଛି ଯେ ବର୍ତ୍ତମାନ ଦୁନିଆରେ ଯାହା ବି କିଛି ହେଉଛି ତାହା କଣ ସୂର୍ଯ୍ୟ ସହିତ ଜଡିତ ? ରୁସର ପ୍ରସିଦ୍ଧ ବୈଜ୍ଞାନିକ ଆଲେକ୍ସେଣ୍ଡର ଦୁନିଆରେ ବ୍ୟାପୁଥିବା ମହାମାରୀ ଏବଂ ହେବାକୁ ଯାଉଥିବା ଯୁଦ୍ଧକୁ ସୁର୍ଯ୍ୟ ସହିତ ଯୋଡ଼ିଥିଲେ ଏବଂ ଏହାର ପ୍ରମାଣ ମଧ୍ୟ ଦେଇଥିଲେ ।

1920 ମସିହାରେ ରୁସର ପ୍ରସିଦ୍ଧ ବୈଜ୍ଞାନିକ ଚିଜେବସ୍କି ଏହି କଥାକୁ ଆବିଷ୍କାର କରିଥିଲେ । ସେ ରିସର୍ଚ୍ଚ ସମୟରେ ଜାଣିପାରି ଥିଲେ ଯେ ସୁର୍ଯ୍ୟରେ ପ୍ରତି 11 ବର୍ଷ ମଧ୍ୟରେ ପିରିୟୋଡିକଲି ବ୍ଲାଷ୍ଟ ହୋଇଥାଏ । ଚିଜେବସ୍କିଙ୍କୁ ନିଜ ଆବିଷ୍କାର ସମୟରେ ଜଣାପଡି ଥିଲା ଯେ ଯେତେବେଳେ ସୂର୍ଯ୍ୟରେ ଆଣବିକ ବ୍ଲାଷ୍ଟ୍ ହୋଇଥାଏ, ସେତେବେଳେ ପୃଥିବୀରେ ଯୁଦ୍ଧ ଏବଂ ରୋଗର ଆରମ୍ଭ ହୋଇଥାଏ ।

ଚିଜେବସ୍କି କହିଥିଲେ ଯେ 700 ବର୍ଷର ଦୀର୍ଘ ଇତିହାସରେ ସୂର୍ଯ୍ୟରେ ଯେବେ ବି ଏହି ଘଟଣା ଘଟିଛି, ସେତେବେଳେ ପୃଥିବୀରେ ଦୁର୍ଘଟଣା ଘଟିଛି । ସବୁଠାରୁ ବଡ କଥା ଏହା ଯେ ଋଷୀୟ ବୈଜ୍ଞାନିକ ଏହାର ବୈଜ୍ଞାନିକ ବିସ୍ନେଷଣ ମଧ୍ୟ କରିଥିଲେ ।

ଚିଜେବସ୍କିଙ୍କ ବିଶ୍ଳେଷଣ ପରେ ସୋଭିଏତ ସଂଘର ନେତା ଜୋସେଫ ସଟାଲିନ ତାଙ୍କୁ ଜେଲରେ ବନ୍ଦ୍ କରି ଦେଇଥିଲେ । ଜୋସେଫଙ୍କ ମୃତ୍ୟୁ ପରେ ଚିଜେବସ୍କି ଜେଲରୁ ମୁକ୍ତି ପାଇଥିଲେ । ଜୋସେଫ ସଟାଲିନଙ୍କ ମତରେ ପୃଥିବୀରେ ଯାହା ବି ଘଟଣା ଘଟୁଛି, ତାର କାରଣ ହେଉଛି ଆର୍ଥିକ ଭିନ୍ନତା । କିନ୍ତୁ ଚିଜେବସ୍କି ବିଶ୍ୱାସ କରୁଥିଲେ ଯେ ଏହାର କାରଣ ସୂର୍ଯ୍ୟରେ ହେଉଥିବା ବ୍ଲାଷ୍ଟ୍ ଅଟେ ।

Leave A Reply

Your email address will not be published.