ଘରୁ ବାହାରିଲେ ବରଯାତ୍ରୀ, ରାସ୍ତାରେ ହୋଇଗଲା ଏମିତି କାଣ୍ଡ, ପଳାଇଯାଇ ଲୁଚିଲେ ବର ଏବଂ ବରଯାତ୍ରୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ରାମପୁରରୁ ଗୋଟିଏ ବଡ ହୃଦୟ ଥରେଇଲା ଭଳି ମାମଲା ସାମ୍ନାକୁ ଆସିଛି । ଏଠାରେ ବରଯାତ୍ରୀ ଧରି ଯାଉଥିବା ବର ରାସ୍ତାରେ କାରରୁ ଓହ୍ଲାଇ ପଳାଇ ଗଲା । ଏହାର କିଛି ସମୟ ପରେ ବରଯାତ୍ରୀ ମଧ୍ୟ ଏପଟେ ସେପଟେ ଲୁଚିଗଲେ । ସେତେବେଳେ ଝିଅ ଘର ଲୋକଙ୍କୁ ବର ପଳାଇ ଯିବାର କାରଣ ଜଣାପଡ଼ିଲା, ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । ତାପରେ ସେମାନେ କିଛି ଉପାୟ ଚିନ୍ତା କଲେ ଏବଂ ବରକୁ ଯେକୌଣସି ପ୍ରକାରେ ଫେରାଇ ଆଣିଲେ ।

ବରର କାରରେ ହେଲା ପିଲାର ମୃତ୍ୟୁ :-

ବାସ୍ତବରେ ଏହି ସମ୍ବେଦନଶୀଳ ମାମଲା ତହସିଲ ଅଞ୍ଚଳର ରସୁଲପୁର ଗାଁ ଫରିଦପୂର୍ ର ଅଟେ । ଏଠାରେ ବୁଧବାର ଦିନ ଦ୍ବିପ୍ରହର ରେ ଜାଲଫ ନଗଲା ଗାଁରୁ ବର ବରଯାତ୍ରୀ ନେଇ ବାହାରିଲା । ବର କାର ରେ ଆସୁଥିଲା । କାର ବହୁତ୍ ସ୍ପିଡରେ ଯାଉଥିଲା । ଠିକ୍ ସେତିକିବେଳେ ରାସ୍ତାରେ ତାଙ୍କ କାର ତଳକୁ 5 ବର୍ଷର ଶିଶୁ ଚାଲିଆସିଲା । ପିଲାଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।

ବର ଡରିଯାଇ ଗାଁରେ ଲୁଚିଲା :-

ଏହି ଘଟଣାରେ ଡରିଯାଇ ବର ଏବଂ କାର୍ ଡ଼୍ରାଇଭର ଗାଁରେ ହିଁ ଗୋଟିଏ ଘର ଭିତରେ ଲୁଚିଗଲେ । ମୃତ ଝିଅର ପରିଚୟ ସେହି ଗାଁର ବାସିନ୍ଦା ଯାବୁଲ ହସନ୍ ଙ୍କ 5 ବର୍ଷୀୟ ଝିଅ ଅଲି ହସନ ବୋଲି ଜଣାପଡିଛି । ସେ ରାସ୍ତା ପାର କରୁଥିବା ସମୟରେ ବରର କାର ତଳକୁ ଆସି ଯାଇଥିଲା । ଝିଅର ମୃତ୍ୟୁ ଖବର ଶୁଣିବାପରେ ପରିବାରରେ ଶୋକର ଲହରୀ ଖେଳିଗଲା । ପୋଲିସ ମଧ୍ୟ ଘଟଣାସ୍ଥଳକୁ ଆସିଲା ଏବଂ ବରର କାର କୁ ଜବତ କରିନେଲା । ପୋଲିସ ଝିଅର ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇ ଦେଲା ।

ବରଯାତ୍ରୀ ନ ଆସିବାରୁ ଚିନ୍ତାରେ ପଡ଼ିଗଲେ ଝିଅ ଘରଲୋକେ :-

ସେପଟେ ଗ୍ରାମବାସୀମାନେ କାର ଡ଼୍ରାଇଭର ଏବଂ ବରକୁ ବହୁତ୍ ଖୋଜିଲେ, କିନ୍ତୁ କୌଣସି ଘରେ ଲୁଚି ରହିଥିବା କାରଣରୁ ସେମାନଙ୍କୁ ମିଳିଲେ ନାହିଁ । ସେପଟେ ଯେତେବେଳେ କନ୍ୟା ପକ୍ଷ ଏ ବିଷୟରେ ଜାଣିଲେ, ସେତେବେଳେ ସେମାନେ ମଧ୍ୟ ଚିନ୍ତାରେ ପଡିଗଲେ । ବିବାହରେ ଚାଲିଥିବା ଭୋଜି ମଧ୍ୟ ଅଟକି ଗଲା ।

ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପରେ ହେଲା ବିବାହ :-

ତାପରେ ବହୁତ୍ ସମୟ ପରେ ଭଦ୍ର ଲୋକମାନେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କଲେ । ଆପୋଷ ବୁଝାମଣା ପରେ ବର ଶାନ୍ତିରେ ନିଶ୍ବାସ ମାରିଲା ଏବଂ କନ୍ୟା ଘରକୁ ଗଲା । ଏହି ଆଇନଗତ ପ୍ରକ୍ରିୟା କାରଣରୁ ବରଯାତ୍ରୀ ଚାରି ଘଣ୍ଟା ଲେଟ ରେ ପହଞ୍ଚିଲା । ଏହାପରେ ଯାଇ ବିବାହ ହୋଇପାରିଲା ।

Leave A Reply

Your email address will not be published.