ଝିଅକୁ ସାଙ୍ଗମାନଙ୍କ ସାମ୍ନାରେ ଗାଳି କଲେ ବାପା,ଆଉ ତା ପରେ ଝିଅ ରାଗିଯାଇ ପିଇଦେଲା ବିଷ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବାସ୍ତବରେ ଉଦୟପୁର ଜିଲ୍ଲାର ଫଲାସିୟାର ବିଛିବାଡା ଗାଁରେ ଜଣେ ୧୩ ବର୍ଷୀୟ ଝିଅ ବିଷ ଖାଇ ଆତ୍ମହତ୍ୟା କରିଦେଇଛି | ଝିଅର ସୁସାଇଡ କରିବାର କାରଣ ଏହା ଥିଲା ଯେ ତା ବାପା ତାର ସାଙ୍ଗମାନଙ୍କ ସାମ୍ନାରେ ଝିଅକୁ ଗାଳି କରିଥିଲେ | ବର୍ତ୍ତମାନ ଝିଅର ମୃତ୍ୟୁ ପରେ ବାପା ନିଜର କହିଥିବା କଥାଗୁଡିକୁ ମନେପକାଇ ଅନୁତାପ କରୁଛନ୍ତି |

ବାପା ଝିଅକୁ ସାଙ୍ଗମାନଙ୍କ ସାମ୍ନାରେ ଗାଳି କଲେ :-

ବାସ୍ତବରେ ୧୩ ବର୍ଷୀୟ ଝିଅର ଫେବୃଆରୀ ୨୨ ତାରିଖରେ ପ୍ରି-ବୋର୍ଡର ପେପର ଥିଲା | ସେ ଯେଉଁ ସ୍କୁଲରେ ପରୀକ୍ଷା ଦେଉଥିଲେ, ତା ବାପା ହେମରାଜ ସେହି ସ୍କୁଲରେ ଲାଇବ୍ରେରିଆନ ଅଟନ୍ତି | ପରୀକ୍ଷାରେ ଝିଅ ପାଖରୁ କପି ବାହାରିଲା | ଯେତେବେଳେ ବାପାକୁ ଏ ବିଷୟରେ ଜଣାପଡିଲା, ସେତେବେଳେ ସେ ଝିଅକୁ ତାର ସାଙ୍ଗମାନଙ୍କ ସାମ୍ନାରେ ଖୁବ ଗାଳି କଲେ ଏବଂ ଗୋଟିଏ ଚାପୁଡ଼ା ମଧ୍ୟ ମାରିଦେଲେ |

ଝିଅ ରାଗିଯାଇ ଖାଇଦେଲା ବିଷ :-

ଏହି କଥାରେ ରାଗିଯାଇ ଝିଅ କାନ୍ଦି କାନ୍ଦି ଘରକୁ ଚାଲିଗଲା | ଏଠାରେ ସେ ବିଷ ଖାଇ ଆତ୍ମହତ୍ୟା କରିଦେଲା | ପରିବାର ଲୋକେ ତାକୁ ଯେକୌଣସି ପ୍ରକାରେ ହସ୍ପିଟାଲରେ ନେଇ ପହଞ୍ଚିଲେ, ଯେଉଁଠାରେ ତାର ମୃତ୍ୟୁ ହୋଇଗଲା | ବର୍ତ୍ତମାନ ଏହି ଘଟଣାରେ ଦୁଖୀ ବାପାର କାନ୍ଦି କାନ୍ଦି ଅବସ୍ଥା ଖରାପ | ସେହିପରି ଡାକ୍ତରମାନେ ପରାମର୍ଶ ଦେଲେ ଯେ ପିଲାମାନଙ୍କୁ ତାଙ୍କ ସାଙ୍ଗମାନଙ୍କ ଆଗରେ ଗାଳି କରିବା ବଦଳରେ ଭଲରେ ଏକୁଟିଆ ବୁଝାନ୍ତୁ | ନଚେତ ପିଲାମାନେ ଏହିପରି ବଡ଼ ପଦକ୍ଷେପ ନେଇଯାଆନ୍ତି |

ବାପାର ଗାଳି ଶୁଣି ଝିଅ ଦୁଖୀ ହୋଇଯାଇଥିଲା :-

ସେପଟେ ଏହି ଘଟଣାର ସୂଚନା ମିଳିବା ମାତ୍ରେ ହିଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା | ସେ ଝିଅର ସେହି ସାଙ୍ଗମାନଙ୍କ ସହିତ କଥା ହେଲା, ଯେଉଁ ମାନଙ୍କ ସାମ୍ନାରେ ବାପା ତାକୁ ଗାଳି କରିଥିଲେ | ମୃତକ ଝିଅର ସାଙ୍ଗମାନେ କହିଲେ ଯେ ତା ବାପା ସମସ୍ତଙ୍କ ସାମ୍ନାରେ ତାକୁ ଗାଳି କରି ଚାପୁଡ଼ା ମାରି ଦେଇଥିଲେ | ସେ ଆମ ସହିତ ମଧ୍ୟ କିଛି କଥା ହେଲାନାହିଁ ଏବଂ କାନ୍ଦି କାନ୍ଦି ଘରକୁ ଚାଲିଗଲା |

ବାପାର କାନ୍ଦି କାନ୍ଦି ଅବସ୍ଥା ଖରାପ :-

ବର୍ତ୍ତମାନ ପୋଲିସ ମାମଲା ରିପୋର୍ଟ କରି ଏହି ଘଟଣାର ଯାଞ୍ଚ କରୁଛି | ସେପଟେ ଝିଅର ପରିବାରରେ ଶୋକର ଛାୟା ଖେଳିଯାଇଛି | ବିଶେଷକରି ବାପାଙ୍କ ଅବସ୍ଥା ଖରାପ ଅଟେ | ସେ ବାରମ୍ବାର ଝିଅର ମୃତ୍ୟୁ ପାଇଁ ନିଜକୁ ଦାୟୀ କରୁଛନ୍ତି | ତାଙ୍କର ଗୋଟିଏ ଗାଳି କାରଣରୁ ତାଙ୍କ ଫୁଲ ପରି କୋମଳ ଝିଅ ଏହି ଦୁନିଆକୁ ଛାଡି ଚାଲିଗଲା |

ଏହି ଘଟଣାରୁ ଆପଣ ମଧ୍ୟ ଶିଖନ୍ତୁ ଏବଂ ପିଲାମାନଙ୍କୁ ରାଗରେ କିମ୍ବା ମାଡ଼ରେ ନୁହେଁ ବରଂ ଭଲପାଇବା ସହିତ ହ୍ୟାଣ୍ଡେଲ କରନ୍ତୁ |

Leave A Reply

Your email address will not be published.