ପ୍ରଥମଥର ପାଇଁ ମରୁଥିବା ମଣିଷର ହେଲା ଲାଇଭ ବ୍ରେନ ସ୍କାନିଙ୍ଗ, ଜାଣନ୍ତୁ ମୃତ୍ୟୁର ୩୦ ସେକେଣ୍ଡ ପୂର୍ବରୁ କ’ଣ ହୋଇଥାଏ ବ୍ରେନରେ

0

Get real time updates directly on you device, subscribe now.

ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ବ୍ୟକ୍ତିକୁ କିଭଳି ଅନୁଭୂତ ହୁଏ|ଜୀବନ ଓ ମୃତ୍ୟୁର ଶେଷ ମୁହୂର୍ତ୍ତ କିପରି ହୋଇଥାଏ|ହଲିଉଡରେ ମଧ୍ୟ ଏହି ଘଟଣାକୁ ନେଇ ବହୁ ଫିଲ୍ମ ବନିଛି|ଏହା ସମ୍ପର୍କରେ ବୈଜ୍ଞାନିକଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଖୋଜାଖୋଜି ଚାଲିଛି|ନିକଟରେ ଲୁଇସବିଲ ୟୁନିଭରସିଟିର ବୈଜ୍ଞାନିକ ପାଇଛନ୍ତି ଯେ ମୃତ୍ୟୁର ୩୦ ସେକେଣ୍ଡ ପୂର୍ବରୁ ଦିମାଗରେ ଜୋରରେ ଆଲୋକ ସୃଷ୍ଟି ହୁଏ|ବୈଜ୍ଞାନିକ ମାନେ ଏହାକୁ “ଲାଷ୍ଟ ରିକଲ” ମାନେ,ଜୀବନର ଶେଷ ମୁହୂର୍ତ୍ତ ନାମ ଦେଇଛନ୍ତି|

ନିକଟରେ ଡାକ୍ତରମାନେ ଏକ ୮୭ ବର୍ଷୀୟ ବ୍ୟକ୍ତିଙ୍କ ବ୍ରେନ ସ୍କାନିଙ୍ଗ କରିଥିଲେ|ଏହି ବ୍ୟକ୍ତିଙ୍କ ହସ୍ପିଟାଲରେ ଉପଚାର ସମୟରେ ଅଚାନକ ହୃଦଘାତରେ ମୃତ୍ୟୁ ଘଟିଥିଲା|ସେ ସମୟରେ ମହଜ୍ଜୁଦ ଥିବା ଡାକ୍ତରମାନେ ଯେତେବେଳେ ତାଙ୍କ ବ୍ରେନ ସ୍କାନ କଲେ ପାଇଲେ ଯେ ମୃତ୍ୟୁର ୩୦ ସେକେଣ୍ଡ ପୂର୍ବରୁ ତା ଦିମାଗରେ ଜୋରରେ ଆଲୋକ କୈନ୍ଧି ଭଳି ଦେଖାଗଲା|

ମସ୍ତିଷ୍କରେ ରକ୍ତ ପ୍ରବାହ ଅଟକିବା ପରେ କିଛି ମିନିଟ ପରେ ମଧ୍ୟ ଏହି ପରିବର୍ତ୍ତନ ଜାରି ରହିଥାଏ|ଲୁଇସବିଲ ୟୁନିଭରସିଟିର ଡାକ୍ତର ଅଜମଲ ଜେମର କହିଛନ୍ତି ଯେ ଗଵେଷଣାରେ ସାମ୍ନାକୁ ଆସିଲା ଯେ ମଣିଷର ଦିମାଗ ବହୁ ଜଟିଳ|ଏହି ଗବେଷଣା ଫଳରେ ନ୍ୟୁରୋ ସାଇନ୍ସ କ୍ଷେତ୍ରରେ ବହୁ ସାହାଯ୍ୟ ମିଳିପାରେ|ମସ୍ତିଷ୍କ କାର୍ଯ୍ୟ କୁ ବୁଝିବା ପାଇଁ ଓ ରୋଗୀଙ୍କ ଉପଚାର ପାଇଁ ନୂଆ ଉପାୟ ଖୋଜା ଯାଇପାରେ|

ଏହି ଗବେଷଣା ସମ୍ପର୍କରେ ସକସେସ ୟୁନିଭରସିଟିର ପ୍ରଫେସର ଅନିଲ ସେଠଙ୍କ କହିବାନୁଯାୟୀ ଏହି ତଥ୍ୟ ବହୁ ଅଦ୍ଭୁତ|ଏହାଦ୍ବାରା ପ୍ରଥମଥର ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ଦିମାଗରେ କ’ଣ ଚାଲୁଛି ଜଣା ପଡ଼ିଛି|ପୂର୍ବ ଦଶକଧରି ବୈଜ୍ଞାନିକମାନେ ଏହି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଥିଲେ|

ଗବେଷଣାରେ ସାମିଲ ଡାକ୍ତର ଜେମର ଅନୁସାରେ ମୃତ୍ୟୁର ପୂର୍ବରୁ ଦିମାଗରେ ଆଲୋକ କାନ୍ଧେନ ବିଛ୍ଛୁରଣ କାରଣ ଆଲ୍ଫା ଓ ଗାମା ତରଙ୍ଗ ଅଟେ|ରକ୍ତ ପ୍ରବାହ ଅଟକିବା ପରେ ମଧ୍ୟ କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ପ୍ରବାହ ସକ୍ରିୟ ରହିଥାଏ|

ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ଏହି ତଥ୍ୟ ମାନବ ଜୀବନ ଓ ମୃତ୍ୟୁର ବହୁ ରହସ୍ୟ ଉପରୁ ପର୍ଦା ଉଠାଇ ପାରେ, ଯଦିଓ ଏହି ଦିଗରେ ଆହୁରି ଗବେଷଣା ଆବଶ୍ୟକ|

Leave A Reply

Your email address will not be published.