୧୧୦ ଟଙ୍କା ଖର୍ଚ୍ଚ କଲେ ପ୍ରତି ମାସରେ ମିଳିବ ଏତେ ହଜାର ଟଙ୍କା ପେନସନ୍,ଜାଣନ୍ତୁ ପୁରା ପ୍ରକ୍ରିୟା

0

Get real time updates directly on you device, subscribe now.

ଯଦି ଆପଣଙ୍କର ପିଏମ କିସାନ ସମ୍ମାନ ନିଧି ଯୋଜନାରେ ନାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ବରଦାନ ବୋଲି ପ୍ରମାଣିତ ହେବାକୁ ଯାଉଛି । ସରକାର ଏଭଳି ପାର୍ଥିମାନଙ୍କୁ ବଡ଼ ଲାଭ ଦେଉଛନ୍ତି । ଏହି ଯୋଜନା ସହିତ ଜଡିତ ଚାଷୀଙ୍କୁ ପେନସନ୍ ହିସାବରେ ସରକାର ମାସକୁ ୩୦୦୦ ଟଙ୍କା ଅର୍ଥାତ୍ ବର୍ଷକୁ ୩୬୦୦୦ ଟଙ୍କା ପ୍ରଦାନ କରୁଛନ୍ତି।

ଏହି ଯୋଜନାର ଲାଭ ଏପରି ଚାଷୀଙ୍କୁ ଦିଆଯିବ,ଯାହାର ବୟସ ୬୦ବର୍ଷରୁ ଅଧିକ । ପିଏମ କିସାନ୍ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ତିନୋଟି କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କା ଆକାଉଣ୍ଟକୁ ଆସିଥାଏ । ମୋଦୀ ସରକାରଙ୍କ ଏହି ଯୋଜନାର ଲାଭ ସେହି ସମସ୍ତ ଚାଷୀଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ର ସୁବିଧା ନେଉଛନ୍ତି।

ଏଥି ସହିତ,ପିଏମ କିସାନ ସମ୍ମାନ ନିଧି ଯୋଜନାରୁ ପ୍ରାୟ
୧୧ କୋଟିରୁ ଅଧିକ ଚାଷୀମାନଙ୍କୁ କିସ୍ତି ମିଳୁଛି,କେନ୍ଦ୍ର ସରକାର କିସାନ କ୍ରେଡିଟ କାର୍ଡ ଏବଂ ପ୍ରଧାନମନ୍ତ୍ରୀ କିସାନ ମହାଧନ ଯୋଜନାର ଲାଭ ପ୍ରଦାନ କରୁଛନ୍ତି । ମାନଧନ ଯୋଜନା ପାଇଁ କୌଣସି ଦସ୍ତାବିଜ ଦିଆଯାଏ ନାହିଁ । ଏଥିସହିତ, ଏଥିରେ ଯୋଗ ଦେଇ, ଆପଣ ନିଜ ପକେଟରୁ ଖର୍ଚ୍ଚ ନକରି ବାର୍ଷିକ ୩୬,୦୦୦ ପାଇପାରିବେ ।

-ଜାଣନ୍ତୁ ଜରୁରୀ ସର୍ତ୍ତ

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅଧୀନରେ କ୍ଷୁଦ୍ର ପ୍ରବାସୀ କୃଷକମାନଙ୍କୁ ପ୍ରତି ମାସରେ ପେନସନ୍ ଦେବାର ଯୋଜନା ଅଛି । ଏଥିରେ ୬୦ବର୍ଷ ବୟସ ପରେ ୩,୦୦୦ ଟଙ୍କା ଅର୍ଥାତ୍ ପ୍ରତିବର୍ଷ ୩୬,୦୦୦ଟଙ୍କା ପେନସନ୍ ଦିଆଯାଏ । ଯଦି କୌଣସି କୃଷକ ପିଏମ୍-କିଷାନ ସମ୍ମାନ ନିଧିର ଲାଭ ଉଠାଉଛନ୍ତି,ତେବେ ତାଙ୍କୁ ପିଏମ୍ କିଷାନ ମାନଧନ ଯୋଜନା ପାଇଁ କୌଣସି ଦଲିଲ ଦେବାକୁ ପଡ଼ିବ ନାହିଁ ।

କିଷାନ ମାନଧନ ଯୋଜନା ଅଧୀନରେ ୧୮-୪୦ ବର୍ଷ ପର୍ଯ୍ୟନ୍ତ ବୟସର ଯେକୌଣସି କୃଷକ ଏଥିରେ ପଞ୍ଜିକରଣ କରିପାରିବେ । ଯଦିଓ, କେବଳ ସେହି କୃଷକମାନେ ଏହି ଯୋଜନାର ଲାଭ ଉଠେଇପାରିବେ,ଯେଉଁମାନଙ୍କ ପାଖରେ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଯୋଗ୍ୟ ଜମି ଅଛି ।

ଏହି ଯୋଜନା ଅଧୀନରେ ସେମାନଙ୍କୁ ସର୍ବନିମ୍ନ ୨୦ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ପର୍ଯ୍ୟନ୍ତ ମାସିକ ୫୫ ଟଙ୍କା ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଅଂଶଦାନ ଦେବାକୁ ପଡିବ । ଯଦି ଆପଣ ୧୮ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ମାସିକ ଅଂଶଦାନ ମାସିକ ୫୫ ଟଙ୍କା ହେବ । ଯଦି ଆପଣ 30 ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି, ତେବେ ପ୍ରତି ମାସରେ ୧୧୦ଟଙ୍କା ଯୋଗଦାନ କରିବାକୁ ପଡିବ ।

Leave A Reply

Your email address will not be published.