Flipkart Month-End Mobiles Fest :୪୯ ଟଙ୍କାରେ କିଣନ୍ତୁ 5G ସ୍ମାର୍ଟ ଫୋନ,ଜାଣନ୍ତୁ ଅଫର ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଅନଲାଇନ ସଂପି ପ୍ଲାଟଫର୍ମ ଫ୍ଲିପକାର୍ଟରେ ଚାଲୁଅଛି Flipkart Month-End Mobiles Fest | ଏହା ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ | ଏହି ସେଲରେ ଆପଣଙ୍କୁ ମନ ପସନ୍ଦ ବ୍ରାଣ୍ଡର ଫୋନ ଉପରେ ବହୁତ ରିହାତି ରହିଛି| ଏହି ସେଲର ସବୁଠାରୁ ବେଷ୍ଟ ଅଫର ବିଷୟରେ କହିବାକୁ ଯାଉଛି ଯେଉଁଥିରେ 5G ଫୋନ ଶସ୍ତାରେ ଆପଣ କିଣି ପାରିବେ|

Moto G51 5G ର ମାର୍କେଟରେ ୧୭,୯୯୯ ଟଙ୍କାରେ କିଣାଯାଇ ପାରେ କିନ୍ତୁ ସେଲରେ ଏହି ସ୍ମାର୍ଟଫୋନ ୧୬% ରିହାତି ପରେ ୧୪,୯୯୯ ଟଙ୍କାରେ ବିକ୍ରି ହେଉଛି|ଏହାକୁ କିଣିବା ସମୟରେ ଯଦି ଆପଣ ଏଚ୍ଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ତେବେ ୧୦% ମାନେ ୧ ହଜାର ଟଙ୍କାର ରିହାତି ମିଳିବ ଫଳରେ ମୂଲ୍ୟ ୧୩୯୯୯ ଟଙ୍କା ହେବ|ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳିଲେ ଆପଣ ୧୩୯୫୦ ଟଙ୍କା ସଞ୍ଚୟ ସହ ଫୋନକୁ କେଵଳ ୪୯ ଟଙ୍କାରେ କିଣି ପାରିବେ|

ଏଵେ ଆମେ Realme 8s 5G କଥା ଯଦି କହିବା ଯାହା ଉପରେ କୈାଣସି ରିହାତି ନାହିଁ କିନ୍ତୁ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫରକୁ ମିଶାଇ ଆପଣ ଫୋନକୁ ୨୦୦ ଟଙ୍କାରେ କିଣି ପାରିବେ|୧୭୯୯୯ ଟଙ୍କା ଏହି ଫୋନକୁ କିଣିବା ସମୟରେ ଯଦି ଆପଣ କୈାଣସି ବ୍ୟାଙ୍କର କ୍ରେଡିଟ୍ ବା ଡେବିଟ କାର୍ଡରୁ ପେମେଣ୍ଟ କରନ୍ତି ତେଵେ ଆପଣଙ୍କୁ ୧ ହଜାର ଟଙ୍କାର ତୁରନ୍ତ କ୍ୟାସବ୍ୟାକ ମିଳିବ ଓ ଆଇଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ୟୁଜ କଲେ ଆଉ ୧ ହଜାର ରିହାତି ସହ ୧୫୯୯୯ ଟଙ୍କା ହେବ |ଏକ୍ସଚେଞ୍ଜ ଅଫରର ଯଦି ପୂରା ଲାଭ ମିଳେ ତେଵେ ୧୫୮୦୦ ଓ ବଞ୍ଚିବା ପରେ ୧୯୯ ଟଙ୍କାରେ Realme 8s 5G କିଣି ପାରିବେ|

ଯଦି ଆପଣ ଅପ୍ପୋର ଫୋନ କିଣିବାକୁ ଚାହାନ୍ତି ତେବେ Oppo A53s 5G କିଣନ୍ତି ତେବେ ଆପଣଙ୍କୁ ୧୮୯୯୦ ଟଙ୍କା ପରିବର୍ତ୍ତେ ୧୫୯୯୦ ଟଙ୍କା ପଡିବ|ଏହାକୁ କିଣିବା ସମୟରେ ଆଇଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି ୧ ହଜାର ଟଙ୍କା ରିହାତି ପାଇ ପାରିବେ|ଯଦି ଏକ୍ସଚେଞ୍ଜ ଅଫରର ସମ୍ପୁର୍ଣ୍ଣ ଲାଭ ମିଳେ ତେଵେ ଆପଣ ୧୪୮୦୦ ଟଙ୍କା ରିହାତି ସହ ୧୯୦ ଟଙ୍କା ଦେଇ ଫୋନ ନେଇ ପାରିବେ|

Leave A Reply

Your email address will not be published.