ରୁଷକୁ ମୁହଁତୋଡ ଜବାବ : ୟୁକ୍ରେନ୍‌ ଆକାଶରେ ବୁଲୁଛି ‘ଭୂତ’,ଖସାଇଲାଣି ରୁଷର ୬ ଯୁଦ୍ଧ ବିମାନ

0

Get real time updates directly on you device, subscribe now.

କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଏଭଳି ସ୍ଥିତିରେ ଗତକାଲି ଆମେରିକା ଚେତାଇ ଦେଇଛି, ଯେ କୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ଏହାରି ଭିତରେ ପୁତିନ ଓ ବାଇଡେନଙ୍କ ମଧ୍ୟରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଫଳରେ ସମାଧାନର ବାଟ ବାହାରିବା ନେଇ ରାସ୍ତା ଖୋଲିଛି ।

ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ। ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଛି ଋଷ। କ୍ଵିଭ୍ ଉପରେ ହେଉଛି ଏପରି ଆକ୍ରମଣ ।

ୟୁକ୍ରେନ ଆକାଶରେ ଘୁରିବୁଲିଛି ଏକ ଅଜଣା ଯୁଦ୍ଧ ବିମାନ । ଏଯାଏଁ ଏହି ବିମାନ ୬ଟି ଋଷୀୟ ବିମାନକୁ ଟାର୍ଗେଟ କରି ଖସାଇ ସାରିଲାଣି । ଏହାକୁ ୟୁକ୍ରେନବାସୀ ‘ଭୂତ’ ବୋଲି ଆଖ୍ୟାୟିତ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଏହାକୁ ‘ଘୋଷ୍ଟ ଅଫ୍ କିବ୍’ ବୋଲି କୁହାଯାଉଛି । ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରୋସେଙ୍କୋ ଜଣେ ପାଇଲଟଙ୍କ ଫଟୋ ସେୟାର କରି ତାଙ୍କୁ ‘ ଘୋଷ୍ଟ ଅଫ୍ କିଭ୍ ‘ ବୋଲି ପୋଷ୍ଟ କରିଛନ୍ତି । ଏପରିକି ୟୁରୋପୀୟ ସଂଘର ୟୁକ୍ରେନ ରାଷ୍ଟ୍ରଦୂତ ମଧ୍ୟ ଏହି ଘଟଣାକୁ ନେଇ ଟ୍ୱିଟ କରିଛନ୍ତି । ‘ଜଣେ ୟୁକ୍ରେନର ମିଗ୍-୨୯ ଜେଟ୍ ଯୁଦ୍ଧ ବିମାନ ପାଇଲଟ୍ ୟୁକ୍ରେନବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ।

ଋଷ ସେନାର ଘମାଘୋଟ ଆକ୍ରମଣ ସତ୍ତେ୍ୱ ଏହି ପାଇଲଟ ଜଣକ ଯେପରି ଅସୀମ ସାହସର ସହ ଋଷର ଯୁଦ୍ଧ ବିମାନଗୁଡିକୁ ଧ୍ୱଂସ କରିଛନ୍ତି ତାହା ବାସ୍ତବରେ ୟୁକ୍ରେନବାସୀଙ୍କୁ ପ୍ରେରଣା ଦେଉଥିବା ରାଷ୍ଟ୍ରଦୂତ ମାଇକୋଲା ଟୋଚିଟସ୍କି କହିଛନ୍ତି ।

ଏହା ପୂର୍ବରୁ ୟୁକ୍ରେନର ସଶସ୍ତ୍ର ବାହିନୀର କମାଣ୍ଡର-ଇନ୍-ଚିଫ୍ ଭାଲେରି ଜାଲୁଜନି କହିଥିଲେ ଯେ ଦୁଇଟି ହେଲିକପ୍ଟର ଏବଂ କିଛି ଅସ୍ତ୍ରଶସ୍ତ୍ର ଯାନ ସହିତ ଛଅଟି ରୁଷୀୟ ବିମାନ ନଷ୍ଟ ହୋଇଛି । ତେବେ କୌଣସି ପାଇଲଟଙ୍କ ବିଷୟରେ କୌଣସି ଉଲ୍ଲେଖ ନଥିଲା । ତେବେ ଯୁଦ୍ଧ ଆରମ୍ଭରୁ ଏହି ପାଇଲଟ୍ ରୁଷର ସେନା କରିଡର୍‌ରେ ହଇଚଇ ସୃଷ୍ଟି କରି ଏପର୍ଯ୍ୟନ୍ତ ୬ଟି ବିମାନକୁ ନଷ୍ଟ କରି ସାରିଲେଣି ।

ୟୁକ୍ରେନ ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରୁଛନ୍ତି । ସେ ରୁଷର ଯୁଦ୍ଧ ବିମାନକୁ ମାରି ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ରୁଷ  ଓ ୟୁକ୍ରେନ ମଧ୍ୟରେ ଗତ ୪ ଦିନ ହେବ ଲଢେଇ ଜାରି ରହିଛି ।  ରୁଷ ଆକ୍ରମଣରେ ଏଯାଏଁ ୧୯୮ ଜଣ ପ୍ରାଣ ହରାଇଛନ୍ତି । ୧୦୦୦ରୁ ଅଧିକ ଆହତ ହୋଇଛନ୍ତି ।

Leave A Reply

Your email address will not be published.