ୟୁକ୍ରେନ୍ ପରେ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଋଷର ଚେତାବନୀ -‘ନାଟୋରେ ସାମିଲ ହେଲେ ପରିଣାମ ବହୁତ ଖରାପ ହେବ

0

Get real time updates directly on you device, subscribe now.

ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୁର୍ତ୍ତରେ ଅକ୍ତିଆର କରିବ ଋଷ୍‌ । ଚାଲିଛି ଭୟଙ୍କର ଲଢେଇ । ଚାରିପଟୁ ଋଷର ମିସାଇଲ ଷ୍ଟ୍ରାଇକ । ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍‌ । ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ଯିଏ ବାହାରକୁ ବାହାରିବ ସେମାନେ ଅପରାଧୀ ବୋଲି ଧରାଯିବ ।ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଅନ୍ୟ ଦିନ ଅପେକ୍ଷା ଆଜି ରାତିରେ ମୁସ୍କିଲ ହେବ। ଆମ ଦେଶର ଅନେକ ସହର ଆକ୍ରମଣର ଶିକାର ହେଉଛି। ଶର୍ନିହିଭ୍, ସୁମି, ଖାର୍କିଭ୍, ଡୋନ୍ବାସ୍ ଏବଂ ଦେଶର ଦକ୍ଷିଣରେ ଅବସ୍ଥିତ ସହରଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି କିନ୍ତୁ ଆମେ ଆମର ରାଜଧାନୀ କିଭ୍‌କୁ ହରାଇ ପାରିବୁ ନାହିଁ ।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କ୍ଷମତାରୁ ହଟାଇବା ପାଇଁ ରୁଷ ତୀବ୍ର ଯୁଦ୍ଧ କରିବାରେ ଲାଗିଛି।

ଖବର ମୁତାବକ ରୁଷର ପାରାଟ୍ରୁପରମାନେ ୟୁକ୍ରେନ ରାଜଧାନୀ କିଭ୍‌ରେ ପ୍ରବେଶ କରିସାରିଛନ୍ତି। ଏହି ସମୟ ମଧ୍ୟରେ ଆଲୋଚନା ପାଇଁ ରୁଷରୁ ପ୍ରତିନିଧି ପଠାଇବା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ପୁଟିନ୍ ଖୁବ୍ ଶୀଘ୍ର ଜେଲେନସ୍କିଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧୀ ପଠାଇ ପାରନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭଙ୍କ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ ରୁଷର କୂଟନୈତିକ ପ୍ରତିନିଧୀ ଦଳ ୟୁକ୍ରେନ ସହ ଆଲୋଚନା ପାଇଁ ମିନସ୍କକୁ ପଠାଯାଇପାରେ।

ରୁଷ ଦ୍ୱାରା ଏକ ଆବେଦନ ପରେ ଏହି ବିବୃତ୍ତି ଆସିଛି ଯେ ୟୁକ୍ରେନ ଯଦି ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ତେବେ ଆଲୋଚନା ପାଇଁ ଆମେ ରାଜି ଅଛୁ ବୋଲି କହିଛି କିନ୍ତୁ ୟୁକ୍ରେନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛି।। ଋଷ ରାଷ୍ଟ୍ରପତି କହିଥିଲେ ଯଦି ୟୁ କ୍ରେନ୍ ଓ ଋଷିଆ ଭିତରେ ଲାଗିଥିବା ଯୁଦ୍ଧରେ କୌଣସି ଦେଶ ମୁଣ୍ଡ ପୁରାଏ ତେବେ ସ୍ଥିତି ଭୟଙ୍କର ହେବ।ଏମିତି କି ପୂର୍ବରୁ ଯାହା କିଛି ହୋଇ ନଥିଲା ତାହା ହେବ ବୋଲି ପୁଟିନ କହିଛନ୍ତି।ବର୍ତ୍ତମାନ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ଚେତାବନୀ ଦେଇଛି। ରୁଷ କହିଛି ଯେ ଯଦି ଉଭୟ ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ଏହାର ପରିଣାମ ୟୁକ୍ରେନ ଭଳି ଭୟଙ୍କର ହେବ।ଯଦି କୌଣସି ରାଷ୍ଟ୍ର ୟୁ କ୍ରେନ୍

Leave A Reply

Your email address will not be published.