ୟୁକ୍ରେନର ଏହି ମହିଳାଙ୍କୁ ଡରୁଥିଲେ ପୁଟିନ,ବର୍ତମାନ ସଙ୍କଟରେ ତାଙ୍କୁ ମନେ ପକାଉଛନ୍ତି ଦେଶର ଲୋକେ,ଜାଣନ୍ତୁ ଏହି ମହିଳା ଜଣକ କିଏ ?

0

Get real time updates directly on you device, subscribe now.

ଦୁନିଆ ପୁଣି ଥରେ ଦୁଇ ଦେଶମାନଙ୍କ ମଧ୍ୟରେ ଯୁଦ୍ଧ ଦେଖୁଛି | ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି ଏବଂ ରୁଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି | ଏହି ଆକ୍ରମଣରେ ୟୁକ୍ରେନରେ ବହୁତ ଧ୍ବଂସାବିଧ୍ୱଂସ ଘଟୁଛି | ସେହିପରି ଆମେରିକା ସମେତ ଅନ୍ୟ ବଡ଼ ବଡ଼ ଦେଶ ମୁକଦର୍ଶକ ହୋଇଥିବାର ଦେଖାଯାଉଛନ୍ତି | ଏହି ଯୁଦ୍ଧକୁ ଅଟକାଇବା ପାଇଁ କୌଣସି ଚେଷ୍ଟା ଦେଖାଯାଉ ନାହିଁ | ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଆମେରିକା କିମ୍ବା ୟୁରୋପର ଅନ୍ୟ ଦେଶକୁ କୌଣସି ଭୟ ନାହିଁ |

ତେବେ କମ ଲୋକ ଜାଣିଥିବେ ଯେ ପୁଟିନ ମଧ୍ୟ ୟୁକ୍ରେନର ଜଣେ ମହିଳାଙ୍କୁ ଭୟ କରୁଥିଲେ | ସେ ଖୋଲାଖୋଲି ଭାବେ ରୁଷକୁ ଚ୍ୟାଲେଞ୍ଜ କରୁଥିଲେ | ଆସନ୍ତୁ ଜାଣିବା ପ୍ରକୃତରେ ସେ କିଏ ଏବଂ ଏହି ସମୟରେ କେଉଁଠି ଅଛନ୍ତି |

ୟୁକ୍ରେନର ପ୍ରଥମ ପିଏମ ଥିଲେ ସେହି ମହିଳା :-

ଯେଉଁ ମହିଳାଙ୍କ ବିଷୟରେ ଆମେ କଥା ହେଉଛନ୍ତି, ସେ ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ | ତାଙ୍କ ନାମ ୟୁଳିଆ ଥିଲା ଏବଂ ସେ ହିଁ ସେହି ମହିଳା ଥିଲେ, ଯିଏ ପ୍ରଥମଥର ପାଇଁ ୟୁକ୍ରେନର କମାନ ସମ୍ଭାଳିଥିଲେ | ୟୁଳିଆଙ୍କ ପ୍ରସିଦ୍ଧି ଏତେ ଅଧିକ ଥିଲା ଯେ ସେ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥିଲେ | ତାଙ୍କର ନିର୍ଭୟତା ଏତେ ଅଧିକ ଥିଲା ଯେ ସେ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବେ ରୁଷକୁ ଚ୍ୟାଲେଞ୍ଜ କରୁଥିଲେ | ସେ ନିଜ ଦେଶକୁ ମଜବୁତ କରିବାକୁ ଚାହୁଁଥିଲେ |

ଏହି କାରଣରୁ ତାଙ୍କର ସ୍ୱପ୍ନ ଥିଲା ଯେ ତାଙ୍କ ଦେଶ ନାଟୋର ସଦସ୍ୟ ହୋଇଯାଉ, ଯେପରିକି ୟୁକ୍ରେନ ଉପରେ କେହି ବି ଆଖି ଉଠାଇ ମଧ୍ୟ ଦେଖିବେନାହିଁ | ସେ ପଶ୍ଚିମି ଦେଶଗୁଡିକ ସହିତ ଭଲ ତାଳମେଳ କରିବାକୁ ଚାହୁଁଥିଲେ |

ରୁଷକୁ ରଖୁଥିଲେ ଦୁଇ ପାଦ ପଛରେ :-

ୟୁଳିଆ ଦୁଇଥର ୟୁକ୍ରେନର କମାନ ସମ୍ଭାଳିଥିଲେ | ସେ ପ୍ରଥମଥର ୨୦୦୫ ମସିହାରେ ଏବଂ ତାପରେ ୨୦୦୭ ମସିହାରୁ ୨୦୧୦ ମସିହାରେ ପିଏମ ପଦବୀ ସମ୍ଭାଳିଥିଲେ | ୟୁଳିଆଙ୍କ କାରଣରୁ ରୁଷ ସବୁବେଳେ ଦୁଇ ପାଦ ପଛରେ ହିଁ ରହୁଥିଲା ଏବଂ ସେ ରୁଷକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଥିଲେ | ସେ ରୁଷକୁ ଏକ ଇଞ୍ଚ ଜମି ଦେବାକୁ ମଧ୍ୟ ବିରୋଧ କରୁଥିଲେ ଏବଂ ସବୁ ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହୁଥିଲେ | ୟୁଳିଆ ରାଜନେତା ହେବା ସହିତ ସଫଳ ବିଜନେସ ଓମେନ ମଧ୍ୟ ଥିଲେ | ତାଙ୍କର ୟୁକ୍ରେନରେ ବଡ଼ ଗ୍ୟାସର ବିଜନେସ ଥିଲା | ଏହି କାରଣରୁ ତାଙ୍କୁ ଗ୍ୟାସ କ୍ୱିନ ମଧ୍ୟ କୁହାଯାଉଥିଲା | ସେ ନିଜ ଦେଶର ସଫଳ ବିଜନେସ ଓମେନଙ୍କ ଲିଷ୍ଟରେ ପ୍ରସିଦ୍ଧ ଥିଲେ |

ଗ୍ୟାସ ଡୀଲରେ ଲାଗିଲା ଭ୍ରଷ୍ଟାଚାରର ଆରୋପ :-

ୟୁଳିଆଙ୍କ ଖରାପ ଦିନର ଆରମ୍ଭ ସେହି ସମୟରେ ହେଲା, ଯେତେବେଳେ ସେ ରାଷ୍ଟ୍ରପତି ନିର୍ବାଚନ ହାରିଗଲେ | ୨୦୧୦ ମସିହାରେ ସେ ତୃତୀୟଥର ପ୍ରେସିଡେଣ୍ଟ ହେବାକୁ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ସେ ଏହି ନିର୍ବାଚନ ହାରି ଯାଇଥିଲେ |ଏହାପରେ ତାଙ୍କ ବିରୋଧରେ ଗୋଟିଏ ଗ୍ୟାସ ଡୀଲକୁ ନେଇ ଭ୍ରଷ୍ଟାଚାରର ଆରୋପ ଲଗାଗଲା | ତତ୍କାଳୀନ ରାଷ୍ଟ୍ରପତି ଭିକ୍ଟର ତାଙ୍କୁ ଜେଲ ପଠାଇ ଦେଲେ | ଏଠାରେ ତାଙ୍କୁ ତିନି ବର୍ଷ ରଖାଗଲା | ସେ ୨୦୧୧ ମସିହା ଠାରୁ ୨୦୧୪ ପର୍ଯ୍ୟନ୍ତ ଜେଲରେ ରହିଲେ | ଏହି ସମୟରେ ତାଙ୍କୁ ଅନେକ ଯାତନା ମଧ୍ୟ ଦିଆଗଲା |

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି | ରୁଷ ଲଗାତାର ଭାବେ ୟୁକ୍ରେନରେ ଏୟାରବେଶରେ ଆକ୍ରମଣ କରୁଛି ଏବଂ କ୍ଷତି କରୁଛି | ସେହିପରି ଖବର ଆସୁଛି ଯେ ପୁଟିନ ୟୁକ୍ରେନର ସରକାରଙ୍କୁ ହରାଇବାକୁ ଚାହୁଁଛନ୍ତି | ସେ ସେଠାରେ ସରକାରଙ୍କୁ ତଳେ ପକାଇବାପାଇଁ ହିଁ ଆକ୍ରମଣ କରୁଛନ୍ତି |

Leave A Reply

Your email address will not be published.