ଆକ୍ସିଡେଣ୍ଟ ଏବଂ ଚାଲାଣ ଦେବାରୁ ବଞ୍ଚାଇବ Google Maps , ଆକ୍ଟିଭେଟ କରି ନିଅନ୍ତୁ ଏହି ଫିଚର

0

Get real time updates directly on you device, subscribe now.

ଅଜଣା ରାସ୍ତାରେ ଗୁଗୁଲ ମ୍ୟାପ୍ସ ଗୋଟିଏ ଲାଇଫ ସେଭର ଭଳି କାମ କରିଥାଏ | ଏଥିରେ ଦିଆଯାଇଥିବା ଟୁଲସ ଅତି କମ ସମୟରେ ଆମକୁ ସଠିକ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିଥାଏ | ଗୁଗୁଲ ମ୍ୟାପ୍ସରେ ଏମିତି ଗୋଟିଏ ଟୁଲ ମଧ୍ୟ ଦିଆଯାଇଛି, ଯାହା କେବଳ ଆପଣଙ୍କୁ ଦୁର୍ଘଟଣାରୁ ବଞ୍ଚାଇ ନ ଥାଏ ବରଂ ଏହା ସହିତ ଟ୍ରାଫିକ ଚାଲାଣ କଟିବାରୁ ମଧ୍ୟ ବଞ୍ଚାଇ ପରେ | ଏହି ଫିଚରର ବ୍ୟବହାର ବହୁତ କମ ଲୋକ କରନ୍ତି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ |

Google Maps ସ୍ପୀଡ଼ ଲିମିଟ Warning :-

ଆମେ ଯେଉଁ ଫିଚର ବିଷୟରେ କହୁଛୁ, ତାହା ହେଉଛି ଗୁଗୁଲ ମ୍ୟାପ୍ସ ସ୍ପିଡ଼ ଲିମିଟ ୱାର୍ଣ୍ଣିଙ୍ଗ | ଏହା ଅଧୀନରେ ଗୁଗୁଲ ଆପଣଙ୍କ ଗାଡିର ସ୍ପିଡ଼କୁ ଜାଣିପାରେ ଏବଂ ଆପଣଙ୍କୁ ଆଲର୍ଟ କରିଦିଏ | ବାସ୍ତବରେ, ଅନେକଥର ଆମେ ଗାଡି ଚଳାଇବା ସମୟରେ ବ୍ୟସ୍ତତାରେ କିମ୍ବା ଅନ୍ୟ କୌଣସି କାରଣରୁ ସ୍ପିଡ଼ ଲିମିଟକୁ ପାର କରିଦିଅନ୍ତି |

ଏପରି ପରିସ୍ଥିତିରେ ଦୁର୍ଘଟଣା ହେବାର ଅନେକ ଚାନ୍ସ ଥାଏ, ଏହାସହିତ ରାସ୍ତାରେ ଲାଗିଥିବା ସ୍ପିଡ଼ କ୍ୟାମେରା ଆପଣଙ୍କର ଚାଲାଣ ମଧ୍ୟ କାଟିଦେଇଥାଏ | ଅନେକଥର ତ ଚାଲାଣ ଘରେ ପହଞ୍ଚିବା ପରେ ଆମକୁ ଅନୁଭବ ହୁଏ ଯେ ଆମେ ଆମେ ସ୍ପିଡ଼ରେ ଥିଲୁ | ଏପରି ପରିସ୍ଥିତିରେ ଗୁଗୁଲ ମ୍ୟାପର ଏହି ଫିଚର ସ୍ପିଡ଼ ଲିମିଟ ପାର କରିବା ମାତ୍ରେ ହିଁ ଆପଣଙ୍କୁ ସତର୍କ କରିଦେବ |

ଗୁଗୁଲ ମ୍ୟାପ୍ସରେ ଏପରି ସେଟ କରନ୍ତୁ ସ୍ପିଡ଼ ଲିମିଟ :-

ସ୍ପିଡ଼ ଲିମିଟ ଫିଚରର ବ୍ୟବହାର କରିବାପାଇଁ ଜରୁରୀ ଯେ ଆପଣଙ୍କ ପାଖରେ ଗୁଗୁଲ ମ୍ୟାପ୍ସର ଲାଟେଷ୍ଟ ଭର୍ସନ ଥିବା ଆବଶ୍ୟକ | ଏଥିପାଇଁ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ ଷ୍ଟୋରରେ ଯାଇ ଏହାକୁ ଅପଡେଟ କରି ନିଅନ୍ତୁ | ବର୍ତ୍ତମାନ ତଳେ କୁହାଯାଇଥିବା ଷ୍ଟେପସକୁ ଫୋଲୋ କରନ୍ତୁ |

ସ୍ଟେପ 1 : ନିଜ ସ୍ମାର୍ଟଫୋନରେ Google maps ଆପକୁ ଖୋଲନ୍ତୁ ଏବଂ ଡାହାଣ ପାଖରେ ଦିଆଯାଇଥିବା ପ୍ରୋଫାଇଲ ଆଇକନ ଉପରେ ଟ୍ୟାପ କରନ୍ତୁ |

ସ୍ଟେପ 2 : ବର୍ତ୍ତମାନ Settings ଅପସନକୁ ଯାଆନ୍ତୁ ଏବଂ Navigation Settings ଉପରେ ଟ୍ୟାପ କରନ୍ତୁ |

ସ୍ଟେପ 3 : ତାପରେ Speed Limit Settings ଅପସନ ଉପରେ ଟ୍ୟାପ କରନ୍ତୁ |

ସ୍ଟେପ 4 : ବର୍ତ୍ତମାନ ସ୍କ୍ରୋଲ କରନ୍ତୁ ଏବଂ Driving ଅପସନ ଉପରକୁ ଯାଆନ୍ତୁ |

ସ୍ଟେପ 5 : ଏଠାରେ Speed Limit and Speedometer ଅପସନକୁ ଅନ କରନ୍ତୁ |

ସ୍ଟେପ 6 : ଆପଣଙ୍କୁ କେବଳ ବର୍ତ୍ତମାନ ଗୁଗୁଲ ମ୍ୟାପ୍ସର ହୋମ ସ୍କ୍ରିନକୁ ଯିବାକୁ ପଡିବ | ଏଠାରେ ଆପଣଙ୍କୁ ସ୍ପିଡ଼ ଲିମିଟ ପାର କରିବା ମାତ୍ରେ ହିଁ ନୋଟିଫିକେସନ ମିଳିଯିବ |

Leave A Reply

Your email address will not be published.