ଯୁଦ୍ଧ ମଧ୍ୟରେ ୟୁକ୍ରେନ ମହିଳାଙ୍କୁ ସାକ୍ଷାତ କରିବା ପାଇଁ ଡ଼ାକୁଛନ୍ତି ରୁଷ ସୈନିକ, ଫୋଟୋ ସହିତ ପଠାଉଛନ୍ତି ଏମିତି ମେସେଜ

0

Get real time updates directly on you device, subscribe now.

ରୁଷ ୟୁକ୍ରେନରେ ମିଲିଟାରୀ ଅପରେଶନ ଆରମ୍ଭ କରିଦେଇଛି। ରାଜଧାନୀ କିଭ ସମେତ ଅନ୍ୟ 11ଟି ସ୍ଥାନରେ ମିସାଇଲ ଆକ୍ରମଣର ଖବର ସାମ୍ନାକୁ ଆସୁଛି। କେତେକ ସ୍ଥାନରେ ରୁଷ କ୍ରୁଜ ଓ ମିସାଇଲ ଜରିଆରେ ଆଟାକ କରିଛି। ଏହାମଧ୍ୟରେ ୟୁକ୍ରେନର ଜଣେ ମହିଳା ହଇରାଣ କରି ଦେବାପରି ଦାବି କରିଛନ୍ତି। ୟୁକ୍ରେନ ମହିଳା ଜଣକ ଦାବି କରିଛନ୍ତି ରୁଷ ର ଜଣେ ସୈନିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିଣ୍ଡରରେ ତାଙ୍କୁ ଫ୍ଲରଟି ମେସେଜ ପଠାଇଛନ୍ତି।

‘ଦ ସନ’ ରିପୋର୍ଟ ଅନୁସାରେ ଆଣ୍ଡ୍ରେଇ ଆଲେକଜାଣ୍ଡାର, ଗ୍ରେଗରୀ ଓ ମାଇକେଲ ସହିତ ଏମିତି ଅନେକ ରୁଷ ସୈନିକ ୟୁକ୍ରେନ ମହିଳାଙ୍କୁ ଆକର୍ଷିତ କରିବା ପାଇଁ ନିଜର ପ୍ରୋଫାଇଲ ଡେଟିଂ ଆପ ରେ ଖୋଲିଛନ୍ତି। Dasha Synelnikova ନାମକ ଜଣେ ମହିଳା କହିଛନ୍ତି, ବିଗତ କିଛିଦିନ ହେବ ରୁଷ ସୈନିକ ମାନେ ତାଙ୍କୁ ରିକ୍ୱେଷ୍ଟ ଓ ମେସେଜ ପଠାଉଛନ୍ତି।

33 ବର୍ଷୀୟ ଏହି ମହିଳାଙ୍କ କହିବା ହେଲା ସେ ୟୁକ୍ରେନର କିଭ ରେ ରୁହନ୍ତି ଓ ଯେତେବେଳେ ସେ ତାଙ୍କ ସାଙ୍ଗଙ୍କ ଠାରୁ ଜାଣିବାକୁ ପାଇଲେ କି, ବହୁତ ସାରା ରୁଷ ସୈନିକ Tinder କୁ ଆସୁଛନ୍ତି। ଏହାପରେ ସେ ନିଜର ଲୋକେସନ Kharkiv ରେ ପରିଣତ କରିଥିଲେ। ଏହାପରେ ତାଙ୍କୁ ରୁଷ ସୈନିକଙ୍କ ମେସେଜ ଆସିବାକୁ ଲାଗିଲା।

ମହିଳା ଏହାପରେ ନିଜ ମୋବାଇଲ ର ସ୍କ୍ରିନସର୍ଟ ମାରି ଦେଖାଇଥିଲେ କିଛି ରୁଷ ସୈନିକ ତାଙ୍କୁ ଫ୍ଲର୍ଟ ମେସେଜ କରୁଛନ୍ତି ଓ କିଛି ସୈନିକ ନିଜର ପଦ ବିଷୟରେ କହୁଛନ୍ତି।

Dasha ଏହାପରେ 31 ବର୍ଷୀୟ ଆଣ୍ଡ୍ରେଇ (ରୁଷ ସୈନିକ)ଙ୍କୁ ପଚାରିଥିଲେ ତୁମେ କେଉଁଠାରେ? କଣ ତୁମେ Kharkiv ରେ ଅଛ ? ଏହାର ଉତ୍ତର ଦେଇ ଆଣ୍ଡ୍ରେଇ କହିଥିଲେ ନା, ବର୍ତ୍ତମାନ ମୁଁ Kharkiv ରେ ନାହିଁ କିନ୍ତୁ ତୁମ ଠାରୁ ମାତ୍ର 80 କିଲୋମିଟର ଦୂରରେ ଅଛି।

Dasha ପଚାରିଥିଲେ କଣ ମୋ ସହିତ ତୁମେ ଭେଟ ହେବ? ଏହାପରେ ଆଣ୍ଡ୍ରେଇ ଜବାବ ଦେଲେ ମୁଁ ଖୁସିର ସହିତ ଆସିବି କିନ୍ତୁ 2014 ରୁ ୟୁକ୍ରେନରେ ରୁଷ ଲୋକଙ୍କୁ ସ୍ୱାଗତ ଭଲ ଭାବରେ କରାଯାଉ ନାହିଁ। ଏହାପରେ Dasha ପଚାରିଲେ ତୁମେ କଣ କର ? ଏହାର ଜବାବ ଆଣ୍ଡ୍ରେଇ ସିଧା ସିଧା ଦେଇନଥିଲେ।

Dasha ଆଗକୁ କହିଲେ- ଜଣେ ସୈନିକ ଡ୍ରେସ ରେ ଫୋଟୋ ପଠାଇଥିଲେ ଓ ଆଉ ଜଣେ ନିଜର ବନ୍ଧୁକ ଧରି ବେଡ଼ ଉପରେ ପୋଜ ଦେଇଥିଲେ। ମୋତେ ତାଙ୍କ ଭିତରୁ କେହିବି ଆକର୍ଷିତ ଲାଗୁନଥିଲେ ମୁଁ କେବେବି ଶତ୍ରୁ ଦେଶ ସହିତ କଥା ହେବାର ଭାବନା ରଖେନାହିଁ। ଏହାସହ ତାଙ୍କର ରିକ୍ୱେଷ୍ଟ କୁ ମୁଁ ରିଜେକ୍ଟ କରି ଦେଇଥିଲି।

Leave A Reply

Your email address will not be published.