ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ ବର୍ଷା,ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସ୍ଥିତି !

0

Get real time updates directly on you device, subscribe now.

ପ୍ରକୃତି ର ନିୟମ ରେ ବର୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି।ସୃଷ୍ଟି ନିୟମ ଅନୁସାରେ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଯାଇଥାଏ ।ବନ୍ୟା, ବାତ୍ୟା,ଝଡ଼,ଭୂମିକମ୍ପ ଏସବୁ କୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଏ । ଏସବୁ କୁ ପ୍ରକୃତିର କରାଳ ରୂପ ବୋଲି ମାନଜାଇଥାଏ । ଭାରତରେ ସମସ୍ତ ରାଜ୍ୟ ମଧ୍ୟରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ର ନିବାସ ସ୍ଥଳୀ ସଦୃଶ ମନେ ହୁଏ । ପ୍ରତିବର୍ଷ ମେ ମାସ ଆରମ୍ଭରୁ ଏହି ସବୁ ଦେଖିବାକୁ ମିଳିଥାଏ । ତେବେ ଓଡ଼ିଶା ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଓଡ଼ିଶାବାସୀ ଏସବୁ ଘଟଣାରେ ଶିକାର ହୋଇଥାନ୍ତି ।

ଏହା ବ୍ୟତୀତ ପ୍ରତିବର୍ଷ ଅକ୍ଟବର ନଭେମ୍ବର ମାସ ଆସିଲେ ଓଡ଼ିଶା ବାସୀ ଙ୍କ ମନରେ ବାତ୍ୟାର ଏକ ଭୟ ସୃଷ୍ଟି ହୋଇଥାଏ । ତେବେ ଚଳିତ ବର୍ଷ କାଳ ବୈଶାଖୀ ସହ କିଛି ବାତ୍ୟାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇସାରିଲାଣି । ବର୍ତ୍ତମାନ ଆଉ ଏକ ଲଘୁଚାପ ହେବାକୁ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଢେଙ୍କାନାଳରେ କିଛି ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତା ୪ରୁ ୫ ଦିନ ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Leave A Reply

Your email address will not be published.