ଆଇପିଏଲର ନୁଆଁ ଫର୍ମାଟ : ଦୁଇଟି ଅଲଗା ଅଲଗା ଗ୍ରୁପରେ ବଣ୍ଟାହେଲେ ଆଇପିଏଲର 10ଟି ଦଳ, ସିଏସକେ ଓ ମୁମ୍ବାଇ ହେଲେ ଅଲଗା,ଜାଣନ୍ତୁ ଏହି ନୁଆଁ ବିଷୟରେ

0

Get real time updates directly on you device, subscribe now.

ଆଇପିଏଲ ଗଭର୍ନିଙ୍ଗ କାଉନ୍ସିଲ ଶୁକ୍ରବାର ଦିନ କହିଛି କି, ଆଇପିଏଲ 2022 ମାର୍ଚ୍ଚ 26 ତାରିଖରୁ ଆରମ୍ଭ ହୋଇ ମେ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସହ ଆଉ ଏକ ଘୋଷଣା ମଧ୍ୟ ହୋଇଥିଲା କି, ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟ ଗୋଟିଏ ବାୟୋ ବବଲରେ ଖେଳାଯିବ। ଯେଉଁଥିରେ କରୋନାର ଆଶଙ୍କା କମ ରହିବ। ଟୁର୍ଣ୍ଣାମେଣ୍ଟ ସମ୍ପୂର୍ଣ୍ଣ ଭାବରେ ମହାରାଷ୍ଟ୍ର ରାଜ୍ୟରେ ଆରମ୍ଭ ହେବ। ମୁମ୍ବାଇରେ 55 ମ୍ୟାଚ ଓ ପୁନେ ରେ 15ଟି ମ୍ୟାଚ ହେବ।

ମୁମ୍ବାଇ-ପୁନେରେ ସର୍ବାଧିକ ମ୍ୟାଚ:-

ମୋଟ 70 ଟି ଲିଗ ମ୍ୟାଚ ମୁମ୍ବାଇ ଓ ପୁନେର ଚାରୋଟି ମୁଖ୍ୟ ଷ୍ଟାଡିୟମରେ ଖେଳାଯିବ। ୱାଙ୍ଖଡେ ଓ ଡ଼ିବାଇ ପାଟିଲ ଷ୍ଟାଡିୟମରେ 20-20 ମ୍ୟାଚ ହେବାକୁ ଥିବାବେଳେ ବ୍ରେବନ ଓ ଏମସିଏ ଷ୍ଟାଡିୟମରେ 15-15 ଟି ମ୍ୟାଚ ହେବ। ଏହାପରେ ପ୍ଲେ ଅଫ କେଉଁ ଷ୍ଟାଡିୟମରେ ଖେଳାଯିବ ପରେ ନିଷ୍ପତ୍ତି ନିଆଯିବ। ୱାଙ୍ଖଡେ ଓ ଡିବାଇ ପାଟିଲ ଷ୍ଟାଡିୟମରେ ପ୍ରତ୍ୟେକ ଟିମ 4-4 ଟି ମ୍ୟାଚ ଖେଳିବ ସେପଟେ ଏମସିଏ ଓ ବ୍ରେବନରେ 3-3ଟି ମ୍ୟାଚ ଖେଳିବେ।

ପ୍ରତ୍ୟେକ ଟିମ ପରସ୍ପର ସହିତ ଖେଳିବେ ଦୁଇଟି ମୁକାବିଲା:-

ପ୍ରତ୍ୟେକ ଟିମ ପାଞ୍ଚଟି ଦଳ ସହିତ ଦୁଇ ଦୁଇଥର ଖେଳିବ ଓ ବାକି ଚାରୋଟି ଟିମ ସହିତ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ। ଏଥିପାଇଁ ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ଏହାକୁ ଏକ ଭିନ୍ନ ଶୈଳୀରେ ଦୁଇ ଭାବରେ ଭାଗ କରାଯାଇଛି।

ଏମିତି ବଣ୍ଟା ଯାଇଛି ଦୁଇଟି ଗ୍ରୁପ:-

ଗ୍ରୁପ-ଏ ରେ ମୁମ୍ୱାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡ଼ର୍ସ, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲସ ଓ ଲକ୍ନୌ ସୁପର ଯାଏଣ୍ଟ ସାମିଲ ରହିଛନ୍ତି। ଗ୍ରୁପ-ବି ରେ ଚେନ୍ନାଇ ସୁପର କିଙ୍ଗସ, ହାଇଦ୍ରାବାଦ, ଆରସିବି, ପଞ୍ଜାବ ଓ ଗୁଜୁରାଟ ଟାଇଟାନ୍ସ ସାମିଲ ରହିଛନ୍ତି। ଏଥିରେ ପ୍ରତ୍ୟକ ଦଳ ନିଜ ଗ୍ରୁପର ଚାରୋଟି ଟିମ ସହିତ ଦୁଇଟି ଲେଖାଏଁ ଓ ଅନ୍ୟ ଗ୍ରୁପର ଚାରୋଟି ଦଳ ସହିତ ଗୋଟିଏ ଲେଖାଁଏ ମ୍ୟାଚ ଖେଳିବ। ଉଦାହରଣ ସ୍ୱରୂପ ମୁମ୍ବାଇ, ରାଜସ୍ଥାନ, କୋଲକାତା, ରାଜସ୍ଥାନ, ଦିଲ୍ଲୀ ଲକ୍ନୌ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବ ଓ ବାକି ଟିମ ସହିତ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ କେବଳ ଚେନ୍ନାଇ ସହିତ ଦୁଇଟି ମ୍ୟାଚ ଖେଳିବ।

ଏହିପରି ଭାବରେ ଟୁର୍ଣ୍ଣାମେଣ୍ଟର ସମସ୍ତ ଫ୍ରାଞ୍ଚାଇଜ ଅନ୍ୟ ଦଳ ସହିତ ଖେଳିବେ।

Leave A Reply

Your email address will not be published.