ଘରେ ଏକୁଟିଆ ଥିଲା ନୂଆଁ ବୋହୂ, ଶ୍ଵଶୁର କଲା ବଳାତ୍କାର, ଆଉ ସ୍ୱାମୀ ସାହାଯ୍ୟ କରିବା ବଦଳରେ ଦେଲା ଛାଡ଼ପତ୍ର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଶ୍ଵଶୁର ଏବଂ ବୋହୂର ସମ୍ପର୍କ ବାପ ଝିଅ ଭଳି ହୋଇଥାଏ । କିନ୍ତୁ କିଛି ଦୁଷ୍ଟ ଚରିତ୍ର ଲୋକମାନେ ବୋହୂ ଉପରେ ହିଁ ଖରାପ ନଜର ପକାଇବାକୁ ଲାଗନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶର ମୁରାଦାବାଦର ଏହି ଘଟଣାକୁ ହିଁ ନିଅନ୍ତୁ । ଏଠାରେ ଗୋଟିଏ ବୋହୂ କୁ ବିବାହ କରି ଘରକୁ ଆସିବାର ମାତ୍ର 11 ମାସ ହୋଇଥିଲା ଏବଂ ଶ୍ଵଶୁର ତା ସହିତ ଖରାପ କାମ କରିଦେଲା ।

ବୋହୂ ଉପରେ ଖରାପ ନଜର ରଖିଥିଲା ଶ୍ଵଶୁର :-

ବାସ୍ତବରେ ପୀଡ଼ିତା ମହିଳା କଟଘର ଥାନା ଅଂଚଳର ବାସିନ୍ଦା ଅଟନ୍ତି ।ସେ 11 ମାସ ପୂର୍ବରୁ ସମ୍ଭଳର ବହଯୋଇ ସ୍ଥିତ ରମପୁରା ବାସିନ୍ଦା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପଯ୍ୟନ୍ତ ତ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ତାପରେ ବିବାହକୁ ଚାରି ମାସ ହେବା ସମୟରେ ଶ୍ଵଶୁର ବୋହୂ ଉପରେ ଖରାପ ନଜର ପକାଇବା ଆରମ୍ଭ କରିଦେଲା । ବୋହୂ ର ଶାଶୁ ନାହାନ୍ତି, ତାଙ୍କର ପୁର୍ବରୁ ହିଁ ମୃତ୍ୟୁ ହୋଇସାରିଛି ।

ଘରେ ଏକୁଟିଆ ଦେଖି ବୋହୂକୁ କଲା ବଳାତ୍କାର :-

କିଛି ମାସ ପର୍ଯ୍ୟନ୍ତ ତ ବୋହୂ ନିଜ ଶ୍ଵଶୁରର ଖରାପ କାର୍ଯ୍ୟକଳାପକୁ ସହି ଆସିଲା । ସେ ଏହି ସମୟରେ ନିଜ ସ୍ବାମୀଙ୍କୁ ମଧ୍ୟ ଏ ବିଷୟରେ ଅଭିଯୋଗ କରିଥିଲେ, କିନ୍ତୁ ସେ ଏ କଥା ଉପରେ କୌଣସି ପ୍ରକାରର ବିଶେଷ ଧ୍ୟାନ ଦେଇନଥିଲେ । ତାପରେ ବିବାହକୁ 11 ମାସ ହୋଇଗଲା । ତାପରେ ଦିନେ ବୋହୂ ଏକୁଟିଆ ଥିଲା । ଏହା ଦେଖି ଶ୍ଵଶୁର ର ପ୍ରକୃତି ଆହୁରି ଖରାପ ହୋଇଗଲା । ସେ ବୋହୂ ଉପରେ ଆକ୍ରମଣ କରିଦେଲା ଏବଂ ବୋହୂ ସହିତ ବଳାତ୍କାର କରିଦେଲା ।

ସ୍ବାମୀ ସାହାଯ୍ୟ କରିବା ବଦଳରେ ଦେଲା ତିନ ତଲାକ :-

ଏହି ଘଟଣା ପରେ ବୋହୂ ଡିପ୍ରେଶନ କୁ ଆସିଗଲା । ସେ ପୁରା ଘଟଣାକୁ ନିଜ ସ୍ବାମୀଙ୍କୁ କହିଲା । ସ୍ବାମୀ ନିଜ ସ୍ତ୍ରୀକୁ ସାହାଯ୍ୟ କରିବା ବଦଳରେ ତା ସହିତ ମାରପିଟ ଏବଂ ଝଗଡା କଲା ସୀମା ତ ସେତେବେଳେ ପାର ହୋଇଗଲା, ଯେତେବେଳେ ସ୍ବାମୀ ନିଜ ସ୍ତ୍ରୀକୁ ତିନି ଥର ତଲାକ୍ ତଲାକ୍ ତଲାକ୍ କହିଦେଲା ।

ପୋଲିସ କେସ କରିଛି :-

ଏହି ଘଟଣାରେ ଦୁଃଖୀ ହୋଇ ପୀଡ଼ିତା ନ୍ୟାୟ ପାଇବାପାଇଁ କଟଘର୍ ଥାନାରେ ପହଞ୍ଚିଲା । ଏଠାରେ ସେ ଶ୍ଵଶୁର ସହିତ ପାଞ୍ଚ ଜଣ ଲୋକଙ୍କ ବିରୋଧରେ କେସ କରାଇଲା । ଏହି ମାମଲାରେ ଏସଏସପି ବବଲୁ କୁମାର କହିଛନ୍ତି ଯେ ପୀଡିତା ନିଜ ଶ୍ଵଶୁର ଉପରେ ବଳାତ୍କାର କରିଥିବାର ଅଭିଯୋଗ କରିଛନ୍ତି । ଶ୍ଵଶୁର, ସ୍ବାମୀ ସମେତ ପାଞ୍ଚ ଜଣ ଲୋକଙ୍କ ବିରୁଦ୍ଧରେ କେସ କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ପୋଲିସ ସେମାନଙ୍କୁ ଖୋଜୁଛି ।

Leave A Reply

Your email address will not be published.