OMG : ଏହି ପରିବାରରେ ଅଛନ୍ତି ୨ କୋଟି ୭୦ ଲକ୍ଷ ଲୋକ, ବୈଜ୍ଞାନିକଙ୍କ ଦାବି ପାଇଁ ଆଶ୍ଚର୍ଯ୍ୟ ହେଉଛି ସାରା ଦୁନିଆ

0

Get real time updates directly on you device, subscribe now.

ଆପଣ ପ୍ରାୟତଃ ଶୁଣିଥିବେ ବଡ଼ ବଡ଼ ଫ୍ୟାମିଲିରେ ପଚାଶ, ଶହେ କିମ୍ବା ଦେଢ଼ ଶହଲୋକ ଅଛନ୍ତି | ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଗୋଟିଏ ବୈଜ୍ଞାନିକଙ୍କ ଟିମ ଦୁନିଆକୁ ସେତେବେଳେ ଆଶ୍ଚର୍ଯ୍ୟ କରିଦେଲା, ଯେତେବେଳେ ସେମାନେ ଦାବି କଲେ ଯେ ଏମିତି ଗୋଟିଏ ପରିବାର ରହିଛି, ଯେଉଁଥିରେ ୨ କୋଟି ୭୦ ଲକ୍ଷ ଲୋକ ରୁହନ୍ତି | ସେମାନେ ଏହାକୁ ଦୁନିଆର ବର୍ତ୍ତମାନ ସୁଦ୍ଧାର ସବୁଠାରୁ ବଡ଼ ଫ୍ୟାମିଲି ଟ୍ରି ବୋଲି କହିଛନ୍ତି |

ପରିବାରରେ ଅଛନ୍ତି ୨ କୋଟି ୭୦ ଲକ୍ଷ ଲୋକ :-

ବୈଜ୍ଞାନିକଙ୍କ ଟିମ କହିଛନ୍ତି ଯେ ଏହି ସବୁ ଲୋକମାନେ ଦୂର ଦୁରାନ୍ତର ସମ୍ପର୍କୀୟ ଅଟନ୍ତି, ଯେଉଁମାନେ ଏକା ସହିତ ଜଡିତ | ସେମାନେ ଏହି ଫ୍ୟାମିଲି ଟ୍ରିର ମୂଳକୁ ୧୦ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି | ଦାବି କରାଯାଉଛି ଯେ ଏହାଦ୍ୱାରା ମଣିଷମାନଙ୍କର ଉତ୍ପତ୍ତିକୁ ବୁଝିବାରେ ସାହାଯ୍ୟ ମିଳିଥାଏ | ଏହାବ୍ୟତୀତ ଏହି ଜ୍ୱାମ୍ବୋ ଫ୍ୟାମିଲି ଟ୍ରି ଦ୍ୱାରା ମେଡିକାଲ ରହସ୍ୟ ମଧ୍ୟ ସମାଧାନ କରାଯାଇପାରିବ |

ବୈଜ୍ଞାନିକଙ୍କ ଟିମକୁ ଲିଡ଼ କରୁଥିବା ପ୍ରିନ୍ସିପାଲ ଆଥର ଡକ୍ଟର ୟାନ ୱଙ୍ଗ କହିଛନ୍ତି ଯେ ଏହି ବିଶାଳ ଫ୍ୟାମିଲି ଟ୍ରି ଜେନେଟିକ ଭେରୀଏସନକୁ ବୁଝିବାରେ ହେଲ୍ପ କରିବ | କୁହାଯାଉଛି ଯେ ଜର୍ଣ୍ଣାଲ ସାଇନ୍ସ ଏହି ଟିମର ଦାବିକୁ ପ୍ରକାଶିତ କରିଛି | ଟିମ ଆଠଟି ଡାଟାବେସରେ ଥିବା ୩,୬୦୯ ମଣିଷର ଜିନ ଉପରେ ଷ୍ଟଡି କଲେ | ଏହା ପରେ କମ୍ପ୍ୟୁଟର ଆଲଗୋରିଦମ ମାଧ୍ୟମରେ କହିଛନ୍ତି ଯେ ଏମାନଙ୍କ ପିତୃପୁରୁଷମାନେ ଦୁନିଆରେ କେଉଁ କେଉଁ ସ୍ଥାନରେ ରହୁଥିଲେ | ଏହାପରେ ବୈଜ୍ଞାନିକମାନଙ୍କର ଟିମ ୨୭ ମିଲିୟନ ଲୋକଙ୍କର ଗୋଟିଏ ଫ୍ୟାମିଲି ତିଆରି କରିଦେଲେ |

ଅକ୍ସଫୋର୍ଡ ୟୁନିଭର୍ସିଟି ସହିତ କଲେ ରିସର୍ଚ୍ଚ :-

ଅକ୍ସଫୋର୍ଡ ୟୁନିଭର୍ସିଟି ସହିତ ମିଶି ଡକ୍ଟର ୟାନଙ୍କ ଟିମ ଏହି ରିସର୍ଚ୍ଚକୁ ପୁରା କରିଛନ୍ତି |ଟିମ ଫ୍ୟାମିଲି ଟ୍ରିରେ ଗୋଟିଏ ପରେ ଗୋଟିଏ ସମ୍ପର୍କୀୟଙ୍କୁ ଯୋଡିଥିଲେ | ଦାବି କରାଯାଇଥିଲା ଯେ ଯେକୌଣସି ପ୍ରକାରେ ଏହି ଲୋକମାନେ ପରସ୍ପର ସହିତ ରକ୍ତ ସମ୍ପର୍କରେ ଜଡିତ ଥିଲେ | ଏହି ଲୋକମାନଙ୍କର ଡିଏନଏ ଅନେକ ଶହ ଶହ ବର୍ଷରୁ ସଂଗ୍ରହ କରାଯାଇଥିଲା ଏବଂ ଅନେକ କୋଟି କୋଟି ଲୋକଙ୍କ ସାମ୍ପଲ ଯାଞ୍ଚ କରି ବୈଜ୍ଞାନିକଙ୍କ ଟିମ ଦୁନିଆର ସବୁଠାରୁ ବଡ଼ ଫ୍ୟାମିଲି ଟ୍ରିକୁ ପ୍ରସ୍ତୁତ କଲେ |

Leave A Reply

Your email address will not be published.