ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଚାଇନା ମଧ୍ୟ କରିବ ଆକ୍ରମଣ ? ଏହି ସ୍ଥାନରେ ପଶିଲା ଚାଇନାର ୯ଟି ଲଢୁଆ ବିମାନ !

0

Get real time updates directly on you device, subscribe now.

ୟୁକ୍ରେନକୁ ଚତୁଃପାଶ୍ୱର୍ରେ ଘେରି ରୁଷ ଲଗାତାର ଆକ୍ରମଣ କରି ଚାଲିଛି|ଦୁଇଦେଶର ସେନା ମଧ୍ୟ ଭୀଶଣ ଯୁଦ୍ଧ ଜାରି କରିଛନ୍ତି|ଉଭୟ ଦେଶର ବହୁ ସୈନ୍ୟ ଜୀବନ ହରାଇଛନ୍ତି|ଏହା ମଧ୍ୟରେ ଚୀନ ମଧ୍ୟ ଜଲବା ଦେଖାଇବାକୁ ଲାଗିଛି|ଚୀନର ୯ ଲଢାଖୁ ବିମାନ ତାଇବାନରେ ପଶି ଯାଇଛି|ଚାଲନ୍ତୁ ଜାଣିବା କ’ଣ ପ୍ରକୃତରେ ଚୀନ ଚାହେଁ?

ତାଇବାନ ନିଜେ ଚୀନର ଏହି ହଇରାଣ ସମ୍ପର୍କରେ ଖୁଲାସା କରିଛନ୍ତି|ତାଇବାନର ରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ଯେ ତାଙ୍କ ସୈନ୍ୟ ରକ୍ଷା ହବାଇ ପଟ୍ଟିରେ ଚୀନର ୯ ଲଢୁଆ ବିମାନ ପଶି ଯାଇଛି|ଏହା ପ୍ରଥମଥର ନୁହେଁ ଚୀନ ଏଭଳି ହଇରାଣ କରିଛି|

ତାଇବାନ ରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ଯେ ରୂଷର ୟୁକ୍ରେନ ଉପରେ ଆକ୍ରମଣ କରିବା ମାତ୍ରେ ଚୀନ ଲଢୁଆ ବିମାନ ପଠେଇଛି|ଚୀନ ପୂର୍ବରୁ ଏଭଳି ମଧ୍ୟ କରିଛି|ଏହା ପୂର୍ବରୁ ଗତ ନଭେମ୍ବର ୨୭ ଦିନ ଲଢୁଆ ବିମାନ ତାଇୱାନ ସୀମାକୁ ପଠେଇଛି|କାର୍ଯ୍ୟାନୁଷ୍ଠାନ ସହ ତାଇୱାନ ମଧ୍ୟ ନିଜର ଲଢୁଆ ବିମାନ ନିୟୋଜିତ କରିଥିଲେ ଓ ଚୀନର ବିମାନକୁ ଭଗେଇଛି|

ପ୍ରକୃତରେ ଏହି ଲଢେଇ ତାଇୱାନ ଦୀପକୁ‌ ନେଇ ହୋଇଥିଲା|ତାଇୱାନରେ ଥିବା କୈମ୍ୟୁୟ ଓ ମାତ୍ସ୍ୟୁ ଦୀପରେ ଚୀନ ବହୁ ସମୟ ପର୍ଯ୍ୟନ୍ତ କବ୍ଜା କରିବାକୁ ଚାହେଁ|ଏହା ଚୀନର ବହୁ ପାଖରେ ଅବସ୍ଥିତ|ଏହି ଦୀପ ବହୁ ସମୟ ପର୍ଯ୍ୟନ୍ତ ତାଇୱାନ ନିୟନ୍ତ୍ରଣରେ ରହିଛି|ଏହାକୁ ନେଇ ଆମେରିକା ଓ ଚୀନ ସହ ବିବାଦ ରହିଛି|

୧୯୫୫ ଓ ୧୯୫୮ରେ ସ୍ଥିତି ବହୁ ଗମ୍ଭୀର ହୋଇଗଲା|ଏହି ଦୁଇ ଦୀପ ପାଇଁ ଆମେରିକା ଓ ଚୀନ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା|୧୯୫୫ରେ ଚୀନ ତାଇୱାନ ଠାରୁ ଏହି ଦୀପ ଛଡ଼ାଇବାକୁ ବମ୍ ମାଡ କରିଥିଲେ|ଆମେରିକାର ଦଖଲ ପରେ ଚୀନକୁ ଫେରିବାକୁ ପଡ଼ିଲା|ଆମେରିକା ଚୀନକୁ ପରମାଣୁ ହତିଆରର ବ୍ୟବହାର ପାଇଁ ଧମକ ଦେଇଥିଲେ|କହିରଖେ ଆମେରିକା କେଵେ ଚାହେଁନି ଯେ ଦୁଇ ଦୀପ ତାଇବାନ ନିୟନ୍ତ୍ରଣରୁ ବାହାର ହୋଇଯାଉ ଓ ଏହାର ଉପରେ ଚୀନର କବ୍ଜା ହେଉ|

Leave A Reply

Your email address will not be published.