ପୁଅକୁ ହୋଇଛି ଗମ୍ଭୀର ରୋଗ, ଚିକିତ୍ସା ପାଇଁ ପୂର୍ବ ପୋଲିସ କର୍ମୀ ସାଜିଲେ ଚୋର,ଆଉ ତା ପରେ ହେଲା ଏମିତି କିଛି,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କର୍ଣ୍ଣାଟକ ପୋଲିସ ବହରିନର ଜଣେ ପୂର୍ବ ପୋଲିସକର୍ମୀଙ୍କୁ ଗିରଫ କରିଛି | ଯିଏକି କ୍ୟାନ୍ସର ରୋଗରେ ପୀଡିଡ଼ ନିଜ ପୁଅର ଚିକିତ୍ସା କରିବା ପାଇଁ ଅପରାଧ କରିଥିଲେ | ପୋଲିସ ବୁଧବାର ସବୁଠାରେ ଏହାର ସୂଚନା ଦେଇଛି | ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ କେରଳର ମୂଳ ନିବାସୀ 61 ବର୍ଷିୟ ନଜିର ଅହମ୍ମଦ ଇମାରାନ୍ ଉର୍ଫ ପିଲାକାଲ ନଜିରଙ୍କ ରୂପରେ ହୋଇଛି | ପୋଲିସ ଅନୁଯାୟୀ ନଜିର ଭାରତ ଆସିବା ପୂର୍ବରୁ 9ବର୍ଷ ପର୍ଯ୍ୟନ୍ତ ଵହରିନରେ ଗୋଟେ ପୋଲିସ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ |

ପୁଅ କ୍ୟାନ୍ସର ବୋଲି ଜଣାପଡିବା ପରେ ପୂର୍ବ ପୋଲିସ କର୍ମୀ ଏମିତି କରିଥିଲେ :-

61 ବର୍ଷୀୟ ନଜିର ଅହମ୍ମଦ ଇମରାନଙ୍କୁ 14 ବର୍ଷରେ ଦ୍ୱିତୀୟ ଥର ପାଇ ଗିରଫ କରାଯାଇଛି | ନିଜ ପୁଅକୁ କ୍ୟାନ୍ସର ବୋଲି ଜାଣିବା ପରେ ନଜିର ଏକ ପେସା ଦାର କାର ଚୋର ବନିଗଲେ ଆଉ ତାଙ୍କୁ ପୁଅର ଚିକିତ୍ସା ପାଇଁ ପଇସାର ବ୍ୟବସ୍ଥା କରିବାକୁ ପଡିଲା | ଅଶୋକ ନଗର ପୋଲିସ ନଜିରଙ୍କୁ 2008ରେ ମଧ୍ୟ ଗିରଫ କରିଥିଲା | ହେଲେ ସେ ଜାମିନ ନେଇ ଜେଲରୁ ବାହାରି ଯାଇଥିଲେ |

ଏହା ପରେ ପୋଲିସ କିଛି ଏପରି କଲା ତାଙ୍କୁ ଗିରଫ :-

ହେଲେ, ଜେଲରୁ ଆସିବା ପରେ ମଧ୍ୟ ସେ ଅପରାଧ କରିଚାଲିଲେ | ନିକଟରରେ ହିଁ ଗୋଟେ ସର୍ଭିସ-ସେଣ୍ଟରରେ ଗୋଟେ ଏସ-ୟୁବି ଉଠେଇନେବା ଅଭିଯୋଗରେ ବ୍ୟାତରୟଣପୁରା ପୋଲିସ ଷ୍ଟେସନ ତାଙ୍କୁ ଗିରଫ କରିଛି | ପୋଲିସ ନଜିରଙ୍କ ଠାରୁ ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେସନ ସୀମାରୁ ଉଠାଯାଇଥିବା ଦୁଇଟି ବାଇକକୁ ମଧ୍ୟ ଜବତ କରିଛି |

ନକଲି ଡକୋମେଣ୍ଟସ୍ ବନେଇକରି ବିକ୍ରି କରୁଥିଲେ କାର :-

ଯାଞ୍ଜ ସମୟରେ ସେ ଖୁଲାସା କଲେ ଯେ ସେ ନିଜ ପୁଅର ଚିକିତ୍ସା ପାଇଁ ଅପରାଧ କରିଛନ୍ତି | ସିଏ ଗାଡିକୁ ଉଠେଇ ନେଇ ନକଲି ଡକୋମେଣ୍ଟସ୍ ବନେଇକରି ବିକ୍ରି କରୁଥିଲେ| ପୋଲିସ କହିଛି ବେଙ୍ଗାଲୁରୁ ସହର ଆଉ କେରଳର ବିଭିନ୍ନ ସ୍ଥାନରେ ନଜିର ଗାଡି ଉଠାଇବାରେ ସାମିଲ ଅଛି | ତଦନ୍ତ ଜାରି ରହିଛି |

Leave A Reply

Your email address will not be published.