ରୋହିତ ଶର୍ମା ରଚିଲେ ଇତିହାସ, ବିରାଟ କୋହଲିଙ୍କୁ ପଛରେ ପକାଇ କରିଦେଲେ ଏହି କାରନାମା,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

0

Get real time updates directly on you device, subscribe now.

ଟିମ ଇଣ୍ଡିଆର ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଭଲ ଦିନ ଆରମ୍ଭ ହୋଇଯାଇଛି। ଗୋଟିଏ ପଟରେ ଯେତେବେଳେ ଏହି ଖେଳାଳି ତିନୋଟି ଫର୍ମାଟରେ ଅଧିନାୟକ ହୋଇଛନ୍ତି ସେହିପରି ଅନ୍ୟ ପଟରେ ନିଜ ବ୍ୟାଟରେ କମାଲ କରୁଛନ୍ତି। ରୋହିତ ଆଜି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ t-20 କ୍ରିକେଟରେ ଇତିହାସ ରଚିଥିଲେ। ରୋହିତ ବର୍ତ୍ତମାନ t-20 କ୍ରିକେଟରେ ସବୁଠାରୁ ଅଧିକ ରନ କରିବାରେ ପ୍ରଥମ ଖେଳାଳି ହୋଇଯାଇଛନ୍ତି। ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ ରଚିଲେ ଇତିହାସ:-

ରୋହିତ ଶର୍ମା ନିଜ ଅଧିନାୟକ ପଦରେ ବଡ଼ କାରନାମା ହାସଲ କରୁଛନ୍ତି। ଏବେ ସେ ବିରାଟଙ୍କୁ ମଧ୍ୟ ବ୍ୟାଟିଂରେ ପଛରେ ପକାଇଛନ୍ତି। ସେ t-20 ଇଣ୍ଟରନାଶନାଲରେ ସର୍ବାଧିକ ରନ କରିବାର ଖେଳାଳି ହୋଇଯାଇଛନ୍ତି। ରୋହିତଙ୍କୁ ଏହି କାରନାମା କରିବା ପାଇଁ ମାତ୍ର 37 ରନର ଆବଶ୍ୟକତା ଥିଲା ଓ ସେ 44 ରନ କରି ଏହାର ରେକର୍ଡ଼ ଭାଙ୍ଗିଛନ୍ତି।

କୋହଲି ଙ୍କୁ ପଛରେ ପକାଇଲେ:-

ରୋହିତଙ୍କ ନାମରେ ଏବେ t-20 କ୍ରିକେଟରେ 123 ମ୍ୟାଚରେ 3307 ରନ ରହିଛି। ସେ ଦ୍ଵିତୀୟ ନମ୍ବରରେ ଥିବା ମାର୍ଟିନ ଗପ୍ତିଲଙ୍କୁ ପଛରେ ପକାଇଛନ୍ତି। ଗୁପ୍ତିଲ ଙ୍କ ନାମରେ 112 ମ୍ୟାଚରୁ 3299 ରନ ସାମିଲ ରହିଛି। କିନ୍ତୁ ସେ ରୋହିତଙ୍କ ଠାରୁ ବହୁତ ପଛରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ କୋହଲି ଗୁପ୍ତିଲଙ୍କ ଠାରୁ ମାତ୍ର 3 ରନ ପଛରେ ରହିଛନ୍ତି। ବିରାଟ 96 ମ୍ୟାଚରୁ 3296 ରନ କରିଛନ୍ତି।

ଟିମ ଇଣ୍ଡିଆ ବିଜୟ ହାସଲ କଲା:-

ଟିମ ଇଣ୍ଡିଆ ଶ୍ରୀଲଙ୍କାଙ୍କୁ ପ୍ରଥମ t-20 ମ୍ୟାଚରେ 62 ରନରେ ହରାଇଥିଲା। ପ୍ରଥମ ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ 200 ରନର ଟାର୍ଗେଟ ଦେଇଥିଲା। ଶ୍ରୀଲଙ୍କା 137 ରନ ହିଁ ବନାଇ ପାରିଥିଲେ।

Leave A Reply

Your email address will not be published.