କାହିଁକି ୟୁକ୍ରେନ୍‌କୁ ଆକ୍ରମଣ କଲା ରୁଷିଆ, ଏହା ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର ନୁହେଁ ତ ?

0

Get real time updates directly on you device, subscribe now.

ରୁଷିଆ ନିଜର ପଡ଼ୋଶୀ ରାଷ୍ଟ୍ର ୟୁକ୍ରେନ୍‌କୁ ଆକ୍ରମଣ କରିଛି। ଯାହାକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ। କାରଣ ମନରେ ଏଭଳି ଏକ ଭୟ ଆସିଯାଇଛିଯେ ଏହି ଦୁଇଦେଶର ଲଢ଼େଇ ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର ନୁହେଁ ତ? ତେବେ ଆସନ୍ତୁ ଜାଣିବା ଦିନେ ସୋଭିଏତ ରିପବ୍ଲିକ ଅଧୀନରେ ଥିବା ଉଭୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କାହିଁକି ତିକ୍ତତା ସୃଷ୍ଟି ହେଲା ଓ କଥା ଯୁଦ୍ଧ ପର୍ଯ୍ୟନ୍ତ କାହିଁକି ଗଲା।

ସୋଭିଏତ ୟୁନିୟନ ଭାଙ୍ଗିଯିବା ପରେ ଉଭୟ ରୁଷିଆ ଓ ୟୁକ୍ରେନ ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଣତ ହେଲେ। ତେବେ ଦୁଇ ଦେଶ ମଧ୍ୟରେ ସାମାଜିକ ଓ ସାସଂସ୍କୃତିକ ସମାନତା ଅଛି। ୟୁକ୍ରେନରେ ମଧ୍ୟ ରୁଷୀୟ ଭାଷା କୁହାଯାଏ। ତଥାପି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଲା। ୨୦୧୪ ମସିହାରେ ମଧ୍ୟ ରୁଷିଆ, ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ପ୍ରାୟ ୧୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଡୋନୋବାସ ଅଞ୍ଚଳରେ ୟୁକ୍ରେନ ବିରୋଧୀମାନେ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଯେଉଁମାନଙ୍କୁ ରୁଷିଆକୁ ସମର୍ଥନ କରୁଛନ୍ତି। ଯାହାକୁ ନେଇ ବର୍ତ୍ତମାନ ତିକ୍ତତା ଓ ବିବାଦ ବଢ଼ିଯାଇଛି। ତେବେ ଗତ ବର୍ଷ ଜାନୁଆରୀ ମାସରୁ ଏହି ତିକ୍ତତା ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଯେତେବେଳେକି ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଡୋମୋର ୱେନସ୍କି ନାଟୋର ସଦସ୍ୟତା ପାଇଁ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନଙ୍କ ସମର୍ଥନ ଲୋଡ଼ିଥିଲେ। ଏହାକୁ ରୁଷିଆ ବହୁତ ବିରୋଧ କରିଥିଲା। ବର୍ତ୍ତମାନ ପୁଣି ସେହି କଥାକୁ ନେଇ ରୁଷିଆ ଚେତାବନୀ ଦେବା ପରେ ସିଧାସଳକ ଆକ୍ରମଣ ୟୁକ୍ରେନ୍‌ ଉପରେ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତିକି ଯଦି ୟୁକ୍ରେନକୁ ନାଟୋରେ ସଦସ୍ୟତା ମିଳିଯାଏ ତେବେ ସେ ପରମାଣୁ ଆକ୍ରମଣ କରିବ।

ଉତ୍ତର ଆଟଲାଣ୍ଟିକ ଅଞ୍ଚଳରେ ସ୍ୱାଧୀନତା, ନିରାପତ୍ତା, ଶାନ୍ତି, ସୌହାର୍ଦ୍ଦ ରକ୍ଷା ପାଇଁ ୟୁରୋପର ଦେଶମାନଙ୍କୁ ନେଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ ମସିହାରେ ନାଟୋ ଗଠନ ହୋଇଛି। ଯାହା ହେଉଛି ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍‌ ବା ନାଟୋ। ଏଥିରେ ଥିବା ସମସ୍ତ ସଦସ୍ୟ ଏକପ୍ରକାର ଚୁକ୍ତି ମଧ୍ୟ କରିଛନ୍ତି। ଆମେରିକା, ବ୍ରିଟେନ୍‌, ବେଲଜିୟମ, କାନାଡ଼, ଡେନମାର୍କ, ଫ୍ରାନ୍ସ, ଆଇସଲାଣ୍ଡ, ଇଟାଲୀ, ଲକ୍ସେମ୍ବର୍ଗ, ନେଦରଲାଣ୍ଡସ, ନରେଓ୍ଵ ଏବଂ ପର୍ତ୍ତୁଗାଲ ଆଦି ୧୨ଟି ଦେଶ ଏଥିରେ ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି। ୨୦୨୦ ମସିହାରେ ନର୍ଥମାସାଡୋନିଆ ନାଟୋରେ ନୂତନ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା। ଅବଶ୍ୟ ଯେକୌଣସି ୟୁରୋପୀୟ ଦେଶ ଏଥିରେ ସଦସ୍ୟ ହୋଇପାରିବ। ଚୁକ୍ତି ଅନୁସାରେ ଯଦି ବାହାରର କୌଣସି ଦେଶ ସଦସ୍ୟ ରାଷ୍ଟ୍ରଙ୍କ ଭିତରୁ କାହାକୁ ଆକ୍ରମଣ କରେ ତେବେ ନାଟୋ ତାକୁ ସହାୟତା କରିବ। ଯଦିଓ ଏଥିରେ କେବଳ ୟୁରୋପୀୟ ଦେଶମାନେ ସାମିଲ ହେବା କଥା ତଥାପି ଅନ୍ୟ କିଛି ଦେଶ ନିଜର ପତିଆରା ବଢ଼ାଇବା ପାଇଁ ଏଥଇରେ ସାମିଲ ହୋଇଛନ୍ତି। ଯେମିତିକି ଆଲଜେରିଆ, ମିସର, ଜୋର୍ଡାନ, ମରକ୍କୋ, ଟ୍ୟୁନିସିଆ ମଧ୍ୟ ନାଟୋର ସହଯୋଗୀ ଭାବରେ ଅଛନ୍ତି।

ୟୁକ୍ରେନ ନାଟୋରେ ସଦସ୍ୟ ହେବାକୁ ଚାହୁଁଛି। ଯାହାକୁ ରୁଷିଆ ତୀବ୍ର ଭାବରେ ବିରୋଧ କରୁଛି। ତେଣୁ କୁହାଯାଉଛିକି, ଏହି ଯୁଦ୍ଧର ମୂଳ ହେଉଛି ନାଟୋ। ଯଦିଓ ୟୁକ୍ରେନ ନାଟୋରେ ସାମିଲ ହେବା ପାଇଁ ବିଧିବଦ୍ଧ ଭାବରେ କୌଣସି ପ୍ରକାର ନିଷ୍ପତ୍ତି ନେଇ ନଥିଲା ତଥାପି ରୁଷିଆ ଏହା ଉପରେ ଆକ୍ରମଣ କରିଦେଲା। ଏପଟେ ଆମେରିକା, କାନାଡ଼ା, ବ୍ରିଟେନ ଆଦି ୟୁକ୍ରେନର ସମର୍ଥନରେ ଅଛନ୍ତି। ଯଦି ସମର୍ଥନ କରୁଥିବା ଦେଶ ସବୁ ୟୁକ୍ରେନକୁ ଯୁଦ୍ଧରେ ସହଯୋଗ କରନ୍ତି ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିବା ଆଦୌ ସମ୍ଭବ ହେବ ନାହିଁ। ତେଣୁ କୂଟନୈତିକ ସ୍ତରରେ ବର୍ତ୍ତମାନ ଏହି ଛୋଟିଆ ଯୁଦ୍ଧକୁ ରୋକାନଗଲେ ତାହା ପରେ ବିଶ୍ୱଯୁଦ୍ଧରେ ପରିଣତ ହେବ। କେବଳ ଧ୍ୱଂସଲୀଳା ହେଉଛି ଯୁଦ୍ଧର ଅର୍ଥ। ଯାହା କେବଳ ସେହି ଦୁଇ ଦେଶ ନୁହେଁ ବରଂ ସାରା ବିଶ୍ୱକୁ ପ୍ରଭାବିତ କରିପାରିବ।

Leave A Reply

Your email address will not be published.