ୟୁକ୍ରେନର କ୍ଷୋଭ : ଯୁଦ୍ଧରେ ଆମକୁ କେହି କଲେନି ସାହାଯ୍ୟ,ଆମକୁ ସମସ୍ତେ ଏକା କରିଦେଲେ..

0

Get real time updates directly on you device, subscribe now.

ରୁଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରୁଷ ତା’ର ଆକ୍ରମଣ ଶୈଳୀକୁ ଜୋରଦାର କରିବାରୁ ଏବେ ୟୁକ୍ରେନବାସୀ ଛାନିଆ ହୋଇଛନ୍ତି। ଆକ୍ରମଣରୁ ନିଜ ଜୀବନକୁ ରକ୍ଷା କରିବା ପାଇଁ ଏବେ ସେମାନେ ପଡ଼ୋଶୀ ହଙ୍ଗେରୀ ଓ ପୋଲାଣ୍ଡ ଭଳି ଦେଶକୁ ଚାଲି ଯାଉଛନ୍ତି।ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି।ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି ।

ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ଗଣମାଧ୍ୟମକୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି, ଋଷର ଆକ୍ରମଣରେ ପ୍ରାୟ ୧୩୭ ଜଣ ସୈନ୍ୟ ଓ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏପରିକି ୩୧୬ ଜଣ ଲୋକ ଆହତ ହୋଇଛନ୍ତି । ଆଉ ଏଭଳି ସ୍ଥିତିରେ ଋଷ ସହ ଲଢିବାକୁ ଆମକୁ ଏକଲା ଛାଡି ଦିଆଯାଇଛି । ୟୁକ୍ରେନର ସହାୟତା ପାଇଁ କୌଣସି ଦେଶ ଆଗକୁ ଆସିଲେ ନାହିଁ । କାରଣ ସବୁ ଦେଶ ଋଷକୁ ଡରୁଛନ୍ତି ।ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି।

ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି। ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି।ୟୁକ୍ରେନର ଓଡେଶା ଦ୍ବୀପର ସମସ୍ତ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିସାରିଛି ଋଷ ।
ୟୁକ୍ରେନକୁ ସାହାର୍ଯ୍ୟ ପାଇଁ କେହି ଆସୁନଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ୟୁକ୍ରେନ୍‌ର ନାଗରିକଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଇଛନ୍ତି। ‌ଜେଲେନସ୍କି କହିଛନ୍ତି, ଯେଉଁ ନାଗରିକମାନେ ରୁଷ୍‌ କବଳରୁ ଦେଶକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ଲଢ଼େଇ ପାଇଁ ଆଗକୁ ବାହାରନ୍ତୁ। ଯେଉଁମାନେ ଅସ୍ତ୍ର ଚାହୁଛନ୍ତି ସେମାନଙ୍କୁ ଅସ୍ତ୍ର ଦିଆଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।ଅନ୍ୟପଟେ AFP ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୟୁକ୍ରେନ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି।

Leave A Reply

Your email address will not be published.